ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା ପାଇଁ ସଚେତନତା ଶିବିର

ଠାକୁରମୁଣ୍ଡା: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ସାତକୋଶିଆ ବନ୍ୟପ୍ରାଣୀ ବନାଞ୍ଚଳ ପକ୍ଷରୁ ଗଜାପଥରଠାରେ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା ପାଇଁ ସଚେତନତା ସଭା ବନାଞ୍ଚଳ ଅଧିକାରୀ ରବିନ୍ଦ୍ର କୁମାର ମହାନ୍ତଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସରକାର ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ସାତକୋଶିଆ ବନ୍ୟପ୍ରାଣୀ ବନାଞ୍ଚଳ ପକ୍ଷରୁ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ସନ୍ତୋଷ କୁମାର ମହାନ୍ତ, ମୁଖ୍ୟ ବକ୍ତା ଭାବେ ବାବା ଧିରେନ୍ଦ୍ର ଆଚାର୍ଯ୍ୟ, ସମାଜସେବୀ ହରିଶ୍ଚନ୍ଦ୍ର ହାଇବୁରୁ, ସମିତିସଭ୍ୟା ଲିଲିମଣି ହିଙ୍ଗୁଳା ଓ ଗଜାପଥର ବନ କମିଟି ସଭାପତି ନୀଳ ହାଇବୁରୁ ପ୍ରମୁଖ ଉପସ୍ଥିତ ରହି କିପରି ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା, ଜଙ୍ଗଲ ଆମର ଜାତୀୟ ସମ୍ପତ୍ତି, ତାକୁ ରକ୍ଷା ଆମ ସମସ୍ତଙ୍କର କର୍ତ୍ତବ୍ୟ ବିଷୟରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ଫରେଷ୍ଟର ଗିରିଜାନନ୍ଦନ ଦଳେଇ, ବିଜୟ କୁମାର ମହାନ୍ତ, ବିଶ୍ବଜିତ ମହାନ୍ତ, ଚିତ୍ରମଣୀ ହୋ, ବନରକ୍ଷୀ ସନତ କୁମାର ମହାନ୍ତ ଓ ବନବିଭାଗ ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହି ସଭାରେ ପରଦା ମାଧ୍ୟମରେ ଗାଁ ଲୋକଙ୍କୁ ସଚେତନତାମୂଳକ ଭିଡିଓ ପ୍ରଦର୍ଶିତ ହୋଇଥିଲା।  ଶତାଧିକ ମହିଳା ଓ ପୁରୁଷ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Comments are closed.