www.samajalive.in
Saturday, December 13, 2025
26.1 C
Bhubaneswar

ବକେୟା ପ୍ରାପ୍ୟ ଦାବିରେ ଅବସରପ୍ରାପ୍ତ କର୍ମଚାରୀ ଓ ପରିବାର ସଦସ୍ୟଙ୍କ ଧାରଣା

କେନ୍ଦୁଝରଗଡ଼଼: ପଳାଶପଙ୍ଗାସ୍ଥିତ ଏସିଆର ପ୍ରଥମ ସ୍ପଞ୍ଜ ଲୁହା କାରଖାନା ଓଡିଶା ସ୍ପଞ୍ଜ ଆଇରନ ଆଣ୍ଡ ଷ୍ଟିଲରୁ ଅବସରଗ୍ରହଣ କରିଥିବା କର୍ମଚାରୀଙ୍କୁ ସେମାନଙ୍କ ସମସ୍ତ ବକେୟା ପ୍ରାପ୍ୟ ପ୍ରଦାନ ଦାବିରେ ଗୁରୁବାର କାରଖାନା ମୁଖ୍ୟ ଫାଟକ ସମ୍ମୁଖରେ ସେମାନେ ପରିବାର ସଦସ୍ୟଙ୍କ ସହ ଶାନ୍ତିପୂର୍ଣ୍ଣ ଧାରଣାରେ ସାମିଲ ହୋଇଛନ୍ତି। କଞ୍ଚାମାଲ ଅଭାବ ଆଳ ଦେଖାଇ ୨୦୧୨ରେ ଏହି କାରଖାନାକୁ ବନ୍ଦ କରିବା ପରଠାରୁ କାରଖାନାରେ କାର୍ଯ୍ୟରତ ୨୦୦ରୁ ଅଧିକ କର୍ମଚାରୀ ଅବସରଗ୍ରହଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ କେତେକ କର୍ମଚାରୀ ମୃତ୍ୟୁବରଣ ମଧ୍ୟ କରିସାରିଲେଣି।

କମ୍ପାନୀ କର୍ତ୍ତୃପକ୍ଷ ଏହି ସମସ୍ତ କର୍ମଚାରୀଙ୍କ ବେତନରୁ ଭବିଷ୍ୟନିଧି ପାଣ୍ଠି ଜମା ନିମନ୍ତେ ଅର୍ଥ କାଟିଥିଲେ ହେଁ ତାହା ଇପିଏଫଓ କାର୍ଯ୍ୟାଳୟରେ ଜମା କରିନଥିବାରୁ ଅବସରଗ୍ରହଣ ପରେ କର୍ମଚାରୀ ଏବେ ପିଏଫ୍‌‌, ପେନସନ, ଗ୍ରାଚ୍ୟୁଇଟି ଭଳି ପ୍ରାପ୍ୟରୁ ବଞ୍ଚିତ ହେଉଥିବା ଅବସରପ୍ରାପ୍ତ କର୍ମଚାରୀ ସନ୍ତୋଷ କୁମାର ବ୍ରହ୍ମ ଓ ଲାଲମୋନ ମହାନ୍ତ ଅଭିଯୋଗ କରିଛନ୍ତି।

- Advertisement -

ନିକଟରେ କାରଖାନା ପୁନଃ ଉତ୍ପାଦନ ଆରମ୍ଭ କରିଥିଲେ ହେଁ ପୂର୍ବରୁ ନିଯୁକ୍ତ କର୍ମଚାରୀଙ୍କ ବକେୟା ଦରମା, ପିଏଫ୍‌‌, ଗ୍ରାଚ୍ୟୁଇଟି ଓ ପେନସନ ପ୍ରଦାନରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ଅବସରପ୍ରାପ୍ତ କର୍ମଚାରୀ ଜିଲା ପ୍ରଶାସନ ଠାରୁ ଆରମ୍ଭ କରି କୋର୍ଟ କଚେରୀର ଦ୍ୱାରସ୍ଥ ହୋଇ ବିଫଳ ହେବାପରେ ଗତ ଜାନୁୟାରୀ ୩୦ ତାରିଖରେ ଜିଲା ଓ ପୁଲିସ ପ୍ରଶାସନର ଦ୍ୱାରସ୍ଥ ହୋଇ ଫେବୃୟାରୀ ୧୨ ତାରିଖ ସୁଦ୍ଧା ସେମାନଙ୍କ ବକେୟା ପ୍ରାପ୍ୟ ନମିଳିଲେ ବାଧ୍ୟ ହୋଇ ଫେବୃୟାରୀ ୧୩ ତାରିଖରୁ ଦାବି ପୁରଣ ହେବାପର୍ଯ୍ୟନ୍ତ ପରିବାର ସଦସ୍ୟଙ୍କ ସହ ଧାରଣାରେ ସାମିଲ ହେବୁ ବୋଲି ଲିଖିତ ଭାବେ ଅବଗତ କରିଥିଲେ।

ଧାର୍ଯ୍ୟ ସମୟ ମଧ୍ୟରେ ଦାବି ପୂରଣ ନହେବାରୁ ଶେଷରେ ବାଧ୍ୟ ହୋଇ ଆଜିଠାରୁ କାରଖାନା ମୁଖ୍ୟଫାଟକ ସମ୍ମୁଖରେ ଧାରଣାରେ ସାମିଲ ହୋଇଥିବା ବେଳେ ଦାବି ପୁରଣ ନହେବାପର୍ଯ୍ୟନ୍ତ ଏହି ଧାରଣା ଜାରି ରହିବ ବୋଲି ଆନ୍ଦୋଳନରତ ରାମଲାଲ ବେହେରା, ଛୋଟରାୟ ମହାନ୍ତ, ଧରଣୀଧର ପାଲ, ମହମ୍ମଦ ନଫିସ୍‌‌, ନୁର ଆଲାମ, ଭାଗବତ ରଣା ପ୍ରମୁଖ ୨୦୦ରୁ ଅଧିକ ଅବସରପ୍ରାପ୍ତ ଧାରଣାରତ କର୍ମଚାରୀ ଏହା କହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories