www.samajalive.in
Sunday, December 14, 2025
23.1 C
Bhubaneswar

ଡିଏସବିଏମରେ କେନ୍ଦ୍ରୀୟ ବଜେଟ- ୨୦୨୫ ଉପରେ ପ୍ୟାନେଲ୍‌ ଆଲୋଚନା

ଭୁବନେଶ୍ବର: ୟୁନିଟ୍-୮ ସ୍ଥିତ ଡିଏଭି ସ୍କୁଲ ଅଫ ବିଜିନେସ ମ୍ୟାନେଜମେଣ୍ଟ (ଡିଏସବିଏମ) ପକ୍ଷରୁ କେନ୍ଦ୍ରୀୟ ବଜେଟ-୨୦୨୫ ଉପରେ ଏକ ପ୍ୟାନେଲ୍‌ ଆଲୋଚନା ଅନୁଷ୍ଠିତ ହୋଇ‌ଯାଇଛି। ଯେଉଁଥରେ ଶିଳ୍ପ, କର୍ପୋରେଟ୍ ହାଉସ୍, ଶିକ୍ଷାବିତ୍ ପ୍ରମୁଖ ବ୍ୟକ୍ତିବିଶେଷ ଯୋଗଦେଇ କେନ୍ଦ୍ର ବଜେଟର ବିଶ୍ଳେଷଣ କରିଥିଲେ।

ଡିଏସବିଏମର ସଭାପତି ମଦନ ମୋହନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅବେଶନରେ ଉତ୍କଳ ଚାମ୍ୱର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜର ସଚିବ ଡ. ସଞ୍ଜୀବ ମହାପାତ୍ର  ବର୍ତ୍ତମାନର ଅର୍ଥନୈତି ପରିସ୍ଥିତିର ବିସ୍ତୃତ ସମୀକ୍ଷା କରିବା ସହ ପ୍ରମୁଖ କ୍ଷେତ୍ରଗୁଡ଼ିକ ଉପରେ ସରକାରଙ୍କ ଦୂରଦୃଷ୍ଟିପୂର୍ଣ୍ଣ ଧ୍ୟାନ ପାଇଁ ପ୍ରଶଂସା କରିଥିଲେ।

- Advertisement -

ଏମଏସଏମଇ ଏବଂ କୃଷି କ୍ଷେତ୍ର ପାଇଁ ବଜେଟର ପ୍ରଭାବକୁ ସମାଲୋଚନା ମୂଳକ ଭାବରେ ଓଏଏସଏମଇ ସାଧାରଣ ସମ୍ପାଦକ ସାତ୍ତ୍ଵିକ ସ୍ବାଇଁ ବିଶ୍ଳେଷଣ କରିବା ସହ ଆଗକୁ ଥିବା ସୁଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ।

ରେଭେନ୍ସା ବିଶ୍ବବିଦ୍ୟାଳୟ ବାଣିଜ୍ୟ ବିଭାଗ ମୁଖ୍ୟ ପ୍ରଫେସର କିଶୋର କୁମାର ଦାସ ବଜେଟ ବ୍ୟବସ୍ଥାର ବାସ୍ତବ ପ୍ରୟୋଗ ଉପରେ ଆଲୋକପାତ କରିବା ସହିତ ଅର୍ଥନୈତିକ ପ୍ରଭାବର ବ୍ୟାପକ ବୁଝାମଣାର  ଆବଶ୍ୟକ‌ତା ଉପରେ ଗୁରୁତ୍ୱାରୋପ କରିଥିଲେ।

ଏସଏପିଏସଜେ ଆଣ୍ଡ ଆସୋସିଏଟ୍ସର ପାର୍ଟନର-ସିଏମଏ ଶିବ ପ୍ରସାଦ ପାଢ଼ୀ ବର୍ତ୍ତମାନର ବଜେଟର ଏକ ତୁଳନାତ୍ମକ ବିଶ୍ଳେଷଣ ପ୍ରଦାନ କରିଥିଲେ। ଏକ ଦୃଢ଼ ଅର୍ଥନୈତିକ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ପାଇଁ ଏହି ପରିବର୍ତ୍ତନଗୁଡ଼ିକୁ କିପରି ନିୟନ୍ତ୍ରଣ କରାଯାଏ ତାହା ସ୍ପଷ୍ଟ କରିଥିଲେ।

ଏଭଳି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କର ବ୍ୟବ‌ହାରିକ ଦକ୍ଷତା ବୃଦ୍ଧି କରିବାରେ ସ‌ହ ସହାୟକ ହେବ ବୋଲି ଅନୁଷ୍ଠାନର ଅଧ୍ୟକ୍ଷ ଡ. ଡି.ଏନ. ମିଶ୍ର ପ୍ରକାଶ କରିଥିଲେ। ଅଧ୍ୟାପକ ଦେବବ୍ରତ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories