www.samajalive.in
Saturday, December 6, 2025
26.1 C
Bhubaneswar

ବିଧାନସଭା ଜଗିବେ ୪୦ ପ୍ଲାଟୁନ ଫୋର୍ସ

ଭୁବନେଶ୍ବର : ଆଜିଠୁ ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନ। ଏଥିପାଇଁ ସୁରକ୍ଷା ବଳୟ ଭିତରେ ରହିବ ବିଧାନସଭା। କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବିଧାନସଭା ପରିସର ଓ ବାହାରେ ତ୍ରିସ୍ତରୀୟ ସୁରକ୍ଷା ବନ୍ଦୋବସ୍ତ ହୋଇଛି ବୋଲି ପୁଲିସ ଉପାୟୁକ୍ତ ପିନାକ ମିଶ୍ର କହିଛନ୍ତି। ସୁରକ୍ଷା ବ୍ୟବସ୍ଥାକୁ ବୁଧବାର ପୁଲିସ ମହାନିର୍ଦେଶକ (ଡିଜିପି) ୱାଇବି ଖୁରାନିଆ ସମୀକ୍ଷା କରିଛନ୍ତି। ତାଙ୍କ ସହିତ ପୁଲିସ ଆୟୁକ୍ତ ସୁରେଶ ଦେବଦତ୍ତ ସିଂହ ମଧ୍ୟ ରହିଥିଲେ। ଉପାୟୁକ୍ତ ଶ୍ରୀ ମିଶ୍ରଙ୍କ ନେତୃତ୍ୱରେ ରହିବ ଏହି ସୁରକ୍ଷା ବ୍ୟବସ୍ଥା। ମୁତୟନ ହେବେ ୪୦ ପ୍ଲାଟୁନ ପୁଲିସ ଫୋର୍ସ। ୮ ଜଣ ଅତିରିକ୍ତ ଉପାୟୁକ୍ତ ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିବେ। ୧୦୦ରୁ ଅଧିକ ପୁଲିସ କର୍ମଚାରୀ ସାମିଲ ହେବେ। ସିସିଟିଭି ନଜରରେ ରହିବ ବିଧାନସଭା। ରାଲି ଓ ଧାରଣାକୁ ଦୃଷ୍ଟିରେ ରଖି ୫ ପୁଲିସ ନିୟନ୍ତ୍ରଣ କକ୍ଷ ଖୋଲିବ। ଷ୍ଟ୍ରାଇକିଂ ଫୋର୍ସ, କୁଇକ ରେସପନ୍ସ ଦଳ, ସ୍ପେଶାଲ ଟେକ୍ନିକାଲ ୟୁନିଟ ମୁତୟନ ରହିବେ। ବିଧାନସଭା ବେଳେ ଏକାଧିକ ସଂଗଠନ ବିକ୍ଷୋଭ କରିବେ। ଏହାକୁ ନଜରରେ ରଖି ପୁଲିସ ବିକ୍ଷୋଭସ୍ଥଳରେ ଡ୍ରୋନ ଉଡ଼ାଇବ। ବିଧାନସଭାର ସୁରକ୍ଷାକୁ ଦୃଷ୍ଟିରେ ରଖି ଡ୍ରୋନର ସହାୟତା ନିଆଯିବ। ଅଧିବେଶନକୁ ଦୃଷ୍ଟିରେ ରଖି ରାଜଧାନୀର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସହରର ପ୍ରବେଶ ଓ ପ୍ରସ୍ଥାନ ଛକରେ ଗାଡ଼ି ମୋଟର ଯାଞ୍ଚକୁ ପୁଲିସ ଗୁରୁତ୍ବ ଦେଇଛି। ହୋଟେଲ ଏବଂ ଲଜ୍‌ରେ ତନଖି କରୁଛି ପୁଲିସ। କମିସନରେଟ ପୁଲିସ ପୂରା ଭୁବନେଶ୍ବରକୁ ନାକାବନ୍ଦୀ କରିଛି। ବିଧାନସଭା ସମୟରେ ବିଭିନ୍ନ ସଂଗଠନର ବିକ୍ଷୋଭ ଓ ଆତ୍ମାହୁତି ଉଦ୍ୟମ ପୁଲିସ ପାଇଁ ଚିନ୍ତାର କାରଣ ହୋଇପାରେ। ଏଥିଲାଗି ଗୁଇନ୍ଦା କର୍ମଚାରୀ ସହରରେ ଘୂରି ବୁଲିବେ। ସାଦା ପୋଷାକଧାରୀ ପୁଲିସ ପଇଁତରା ମାରୁଛି। ଗାଡ଼ି ମୋଟର ଚଳାଚଳ ଉପରେ ମଧ୍ୟ ପୁଲିସ କଟକଣା ଜାରି କରିଛି। ବିଧାନସଭାକୁ ସଂଯୋଗ କରୁଥିବା ରାସ୍ତାରେ ଯାତାୟାତ ଉପରେ କଟକଣା ରହିଛି। ଏଥିଲାଗି ଗାଡ଼ିର ଗତିପଥରେ ପରିବର୍ତ୍ତନ କରାଯାଇଛି। ରାତି ୧୧ଟା ବାଜି‌େ‌ଲେ ପୁଲିସ ବୁଲି ବୁଲି ଦୋକାନ ବଜାର ବନ୍ଦ କରିବା ପାଇଁ ତାଗିଦ କରୁଛି। ୨୪ ଘଣ୍ଟା ସଜାଗ ରହିବାକୁ ସମସ୍ତ ଥାନା କର୍ମଚାରୀଙ୍କୁ ନିର୍ଦେଶ ଦିଆଯାଇଛି।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories