www.samajalive.in
Saturday, December 13, 2025
21.1 C
Bhubaneswar

ସିସିଟିଭିରେ କଏଦ ହେଲା ବାଇକ ଚୋରି ଦୃଶ୍ୟ

ସମ୍ବଲପୁର: ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ବୁଧବାର ଦିନ ଏକ ବାଇକ ଚୋରି ହୋଇଯାଇଛି। ଏହି ବାଇକ ଚୋରିର ଦୃଶ୍ୟ ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଯାଇଥିବା ବେଳେ ଏହା ଏବେ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଛି। ଜଣେ ବ୍ୟକ୍ତି ବାଇକରେ ଆସି ଡାକ୍ତରଖାନା ପରିସରରେ ବାଇକ ପାର୍କିଂ କରି ତାଲା ଦେଇ କାମରେ ଯାଇଥିଲେ। କାମ ସାରି ଫେରିବା ପରେ ବାଇକଟି ପାର୍କିଂ କରାଯାଇଥିବା ସ୍ଥାନରେ ନ ଥିବାର ଦେଖି ଖୋଜାଖୋଜି କରିଥିଲେ। ଏହା ପରେ ଡାକ୍ତରଖାନା ପରିସରରେ ଲାଗିଥିବା ସିସିଟିଭି କ୍ୟାମେରା ଯାଞ୍ଚ କରିବାରୁ ବାଇକ ଚୋରିର ଦୃଶ୍ୟ କଏଦ ହୋଇଥିବା ଦେଖାଯାଇଥିଲା। ଏଣୁ ଟାଉନ ଥାନାରେ ଅଭିଯୋଗ କରାଯିବାରୁ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories