www.samajalive.in
Thursday, December 11, 2025
18.1 C
Bhubaneswar

ଓଡ଼ିଶାରୁ ମହିଳା ଓ ଶିଶୁ ଚାଲାଣ ସର୍ବାଧିକ: ଜାତୀୟ ମହିଳା ଆୟୋଗ ଅଧ୍ୟକ୍ଷା

ପୁରୀ: ଓଡ଼ିଶାରୁ ସର୍ବାଧିକ ମହିଳା ଓ ଶିଶୁ ଚାଲାଣ ହେଉଛି। ବୁଧବାର ପୁରୀରେ ଆୟୋଜିତ ‘ମାନବ ଚାଲାଣ’ ସମ୍ପର୍କିତ ସଚେତନତା କର୍ମଶାଳାରେ ଯୋଗଦେଇ ଏପରି କହିଛନ୍ତି ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ବିଜୟା ରାହତକର। ଏଥିସହ ଉଦ୍ଧାର ହେଉଥିବା ମହିଳାଙ୍କ ସଠିକ୍‌ ଥଇଥାନ ହେଉନାହିଁ ବୋଲି ସେ କହିଛନ୍ତି।

ଅଧ୍ୟକ୍ଷା ବିଜୟା ରାହତକର କହିଛନ୍ତି, କରୋନା ପରେ ମହିଳା ଚାଲାଣ ବଢ଼ିଛି। ଏ​‌ କ୍ଷେତ୍ରରେ ଓଡ଼ିଶା ସମେତ ୪ ରାଜ୍ୟରେ ସ୍ଥିତି ଚିନ୍ତାଜନକ। ରେଳ ଗାଡ଼ି ମାନବ ଚାଲାଣର ମୁଖ୍ୟ ମାଧ୍ୟମ ପାଲଟୁଛି। ରାଜ୍ୟ ସରକାର ତୁରନ୍ତ ଉଦ୍ଧାର, ଥଇଥାନ, ଶିକ୍ଷାଦାନ ବ୍ୟବସ୍ଥା କରନ୍ତୁ ବୋଲି କହିଛନ୍ତି ଜାତୀୟ ମହିଳା କମିଶନ ଅଧ୍ୟକ୍ଷା। ଏହା ବ୍ୟତୀତ ବାଲ୍ୟ ବିବାହ ସଂପୂର୍ଣ୍ଣ ରୋକାଯାଉ ବୋଲି ସେ ମତ ବ୍ୟକ୍ତ କରିଛନ୍ତି।

- Advertisement -

ଅପରପକ୍ଷେ ରେଳ ବିଭାଗର ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ବୈଠକରେ ଯୋଗ ଦେଇନଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଉପମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି, ଏଣିକି ସ୍ଵେଚ୍ଛାସେବୀ ସଂସ୍ଥାକୁ ନୁହେଁ ପୁଲିସକୁ ଦିଆଯିବ ସଚେତନତା ଶିବିର ଆୟୋଜନ ଅନୁଦାନ। ଏଥିସହ ଓଡ଼ିଶାରୁ ଚାଲାଣ ହୋଇଥିବା ମହିଳାଙ୍କୁ ଉଦ୍ଧାର ପାଇଁ ସ୍ବତନ୍ତ୍ର ଦଳ ଝାନ୍‌ସୀ ଯିବ ବୋଲି କହିଛନ୍ତି ପ୍ରଭାତୀ ପରିଡ଼ା।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories