www.samajalive.in
Monday, December 8, 2025
27.1 C
Bhubaneswar

ରାଣୀହାଟ ସ୍କୁଲକୁ ଐତିହ୍ୟ ବିଦ୍ୟାଳୟ ମାନ୍ୟତା

କଟକ: କଟକର ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ରାଣୀହାଟ ହାଇସ୍କୁଲର ୧୦୦ତମ ବର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ରାଣୀହାଟ ହାଇସ୍କୁଲ ଶତ ବାର୍ଷିକୀ କମିଟି ପକ୍ଷରୁ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ରାଣୀହାଟ ହାଇସ୍କୁଲ କେବଳ କଟକର ନୁହେଁ , ସମଗ୍ର ରାଜ୍ୟର ଏକ ଗୌରବମୟ ଅନୁଷ୍ଠାନ। ଏଠାରୁ ବହୁ ଛାତ୍ରଛାତ୍ରୀ ଅଧ୍ୟୟନ କରି ବିଭିନ୍ନ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରିଛନ୍ତି। ୧୦୦ ବର୍ଷ ପୂରଣ କରିଥିବା ଏହି ସ୍କୁଲର ପଟାନ୍ତର ନାହିଁ। ତେଣୁ ହାଇସ୍କୁଲକୁ ଐତିହ୍ୟ ବିଦ୍ୟାଳୟ ମାନ୍ୟତା ପ୍ରଦାନ କରାଯିବା ସହ ସ୍କୁଲର ଆନୁଷଙ୍ଗିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୨ କୋଟି ଏବଂ ସରକାରଙ୍କ ପକ୍ଷରୁ ୬ କୋଟି ଟଙ୍କା ଦିଆଯିବ ବୋଲି ସେ ଘୋଷଣା କରିଥିଲେ। କଟକରୁ ୧୦୦ ବର୍ଷରୁ ଅଧିକ ବର୍ଷର ୫ଯି ହାଇସ୍କୁଲକୁ ଐତିହ୍ୟ ମାନ୍ୟତା ମଧ୍ୟରୁ ଏହି ସ୍କୁଲ ୬ଷ୍ଠ ସ୍ଥାନରେ ରହିବ। ଡିପିଆର ପ୍ରସ୍ତୁତ ହେବା ପରେ ଏହି ସ୍କୁଲର ଉନ୍ନତିକରଣ ଦିଗରେ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତେବେ ସମ୍ମାନୀତ ଅତିଥି ଭାବେ ଆଇନ ତଥା ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଯୋଗଦେଇ କହିଥିଲେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ , ଶିକ୍ଷୟିତ୍ରୀ , କର୍ମଚାରୀ ଏବଂ ପୁରାତନ ଛାତ୍ରଛାତ୍ରୀ ତଥା ଅଭିଭାବକ ମାନଙ୍କୁ ସେମାନଙ୍କ ଅତୁଟ ସମର୍ପଣ ଏବଂ ପ୍ରତିବଦ୍ଧତା ପାଇଁ ଆଜି ଓଡିଶାର ଏହି ଅନ୍ୟତମ ପୁରାତନ ବିଦ୍ୟାଳୟ ୧୦୦ ବର୍ଷ ପାଳନ କରିବାକୁ ଯାଉଛି। ଏହି ଉତ୍ସବରେ ମାହାଙ୍ଗା ବିଧାୟକ  ସାରଦା ପ୍ରଧାନ, ଚୌଦ୍ଵାର କଟକ ବିଧାୟକ ସୌଭିକ୍ ବିଶ୍ଵାଳ , ବାରବାଟୀ-କଟକ ବିଧାୟିକା ଇଂ ସୋଫିଆ ଫିର୍ଦୋସ , କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories