www.samajalive.in
Monday, December 8, 2025
24.1 C
Bhubaneswar

କାନଝରୀ କେନାଲରେ ପାଣି ଛାଡ଼ିବା ଅନିୟମିତତା, କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ଅଭିଯୋଗ କଲେ ଚାଷୀ

ପାଟଣା : ପାଣି ପଞ୍ଚାୟତ ପକ୍ଷ ପାଳନ ସମୟରେ ଅଞ୍ଚଳର ଚାଷୀ ମାନଙ୍କୁ କାନଝରୀ ଡାହାଣ ପଟ କେନାଲରେ ପ୍ରତି ୭ ଦିନ ବ୍ୟବଧାନରେ ମଇ ମାସ ପର୍ଯ୍ୟନ୍ତ ପାଣି ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । ଅଧିକାରୀଙ୍କ କଥା ଉପରେ ଭରସା କରି ଶହଶ୍ରାଧିକ ଚାଷୀ ଧାନ, ସୂର୍ଯ୍ୟମୁଖୀ, ଆଳୁ, ସୋରିଷ, ଆଦି ବିଭିନ୍ନ ଚାଷ କାମକୁ ଆଗେଇ ନେଉଥିଲେ । ଏପରିକି ରାଜ୍ୟରେ ଧାନ ଫସଲ ଏକ ଲାଭ ଜନକ ଫସଲ ସାବ୍ୟସ୍ତ ହୋଇଥିବାରୁ ଶହ ଶହ ଚାଷୀ ଧାନ ତଳି ପକାଇ ବିଲ ରୋଇବା ପାଇଁ ଅପେକ୍ଷାରେ ମଧ୍ୟ ଅଛନ୍ତି ।ଏଭଳି ସ୍ଥିତିରେ କାନଝରୀ ଡାହାଣ ପଟ କେନାଲରେ ଠିକ୍ ସମୟର ପାଣି ଛଡ଼ା ଯାଉ ନଥିବାରୁ ତଳି ଉତ୍ପାଦନ ଉପରେ ମଧ୍ୟ ଏହାର ପ୍ରଭାବ ପଡୁଛି । ଏଭଳି ସ୍ଥିତିରେ ପୋଇପାଣି, ଗୋପପୁର, ମଥୁରାପଶି, ଭଣ୍ଡାରିପଶି , ଦ୍ବାରିକାପଶି, ସରାସପଶି ,ବାରିଗାଁ , କାଠବାରି ,ଲକ୍ଷ୍ମୀପଶି, ଭୋଦବାହାଳି, କୁମୂଳାବାହାଳି ଆଦି ଗ୍ରାମର ଚାଷୀମାନଙ୍କ ବିଲକୁ ପାଣି ନଆସିଲେ ସେମାନଙ୍କ ମୁଣ୍ଡରେ ଥିବା ଋଣ ବୋଝ କେମିତି ଶୁଝିବେ ବୋଲି ସେମାନେ ଚିନ୍ତାରେ ପଡିଛନ୍ତି । କାନଝରୀ ଡାହାଣ ପଟ କେନାଲ ଉପରେ ନିର୍ଭରଶୀଳ ଚାଷୀମାନେ ପାଣି ଅଭାବରୁ ତଳି ଓପାଡ଼ି ପାରୁନଥିବା ଓ ଧାନ ରୋଈବା ମଧ୍ୟ ଆରମ୍ଭ କରିନାହାନ୍ତି ।ଏ ନେଇ ଆଜି ତୋରାଣିପୋଖରୀ, ସରାସପଶି ଆଦି ପଞ୍ଚାୟତରେ ଶହ ଶହ ଚାଷୀଙ୍କ ସହ ତୋରାଣିପୋଖରୀ ସରପଞ୍ଚ ଜନାର୍ଦ୍ଦନ ନାଏକ ,ଅଗ୍ରଣୀ ଚାଷୀ ଧନୁର୍ଜୟ ମହାନ୍ତ ,ବିପିନ ବିହାରୀ ସାହୁ ,ତ୍ରିଲୋଚନ ମହାନ୍ତ,ମହେନ୍ଦ୍ର ମହାନ୍ତ,କୈଳାସ ମହାନ୍ତ,ପ୍ରମୁଖ କାନଝରୀ ଡ୍ୟାମ ଦାୟୀତ୍ଵରେ ଥିବା କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ଏକ ଦାବିପତ୍ର ଡ୍ୟାମ ଦାୟିତ୍ୱରେ ଥିବା ଏସଡିଓଙ୍କ ଜରିଆରେ ଦେଇଛନ୍ତି । ପ୍ରତିଶ୍ରୁତି ଅନୁଯାୟୀ ମଇ ମାସ ଶେଷ ପର୍ଯ୍ୟନ୍ତ ୭ ଦିନ ଅନ୍ତରରେ ଡାହାଣପଟ କେନାଲରେ ପାଣି ଛାଡ଼ିବାକୁ ସେମାନେ ଦାବି ରଖିଛନ୍ତି ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories