www.samajalive.in
Monday, December 8, 2025
13.1 C
Bhubaneswar

ଯୋଡାସ୍ଥିତ ଇଏସଆଇ ହସ୍ପିଟାଲକୁ ଅପଗ୍ରେଡ କରିବାକୁ ସଂସଦରେ ଦାବି କଲେ ଅନନ୍ତ ନାୟକ

ପାଟଣା : କେନ୍ଦୁଝର ଲୋକସଭା ସାଂସଦ ଅନନ୍ତ ନାୟକ ଯୋଡସ୍ଥିତ ଇଏସଆଇ ହସ୍ପିଟାଲକୁ ଅପଗ୍ରେଡ କରିବା ପାଇଁ ଆଜି ଲୋକସଭାରେ ଦାବି କରିଛନ୍ତି । ନାୟକ ଆଜି ଏହି ପ୍ରସଙ୍ଗ ନିୟମ ୩୭୭ରେ ଉଠାଇଥିଲେ । ନାୟକ କହିଥିଲେ ଯେ, ଯୋଡା ଅଂଚଳରେ ଅନେକ ଶିଳ୍ପ ଓ ଖଣି ଗତିବିଧି ଚାଲୁ ରହିଥିବା କାରଣରୁ ସେଠାରେ ଅନେକ ଶ୍ରମିକ କାର୍ଯ୍ୟ କରୁଛନ୍ତି । ଯୋଡାରେ ଥିବା ଇଏସଆଇ ମେଡିକାଲର ଭିତ୍ତିଭୂମି ଏତେ ସଂଖ୍ୟକ ଶ୍ରମିକମାନଙ୍କର ସ୍ୱାସ୍ଥ୍ୟସେବାକୁ ଯୋଗାଇ ଦେବାରେ ପର୍ଯ୍ୟାପ୍ତ ନୁହେଁ । ଯୋଡା ଅଂଚଳର ଅନେକ ଶ୍ରମିକ କ୍ରନିକ ରୋଗର ଶିକାର ହେଉଛନ୍ତି । ଯୋଡାରେ ଆବଶ୍ୟକୀୟ ମେଡିକାଲ ଉପକରଣ, ସ୍ୱତନ୍ତ୍ର ଚିକିତ୍ସା ସୁବିଧା ନଥିବା ସେମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ତେଣୁ ଯୋଡାସ୍ଥିତ ଇଏସଆଇ ହସ୍ପିଟାଲକୁ ଉନ୍ନତ ମେଡିକାଲ ଉପକରଣ, ଚିକିତ୍ସା ବିଶେଷଜ୍ଞ ଓ ବର୍ଦ୍ଧିତ ଭିତ୍ତିଭୂମି ପ୍ରଦାନ କରି ଏହାକୁ ଅପଗ୍ରେଡ କରିବା ପାଇଁ ମୁଁ ବିଭାଗୀୟ ମନ୍ତ୍ରୀଙ୍କ ନିକଟରେ ଦାବି କରୁଛି । ଇଏସଆଇ ହସ୍ପିଟାଲର ଉନ୍ନତିକରଣ କରାଗଲେ, ଏହି ହସ୍ପିଟାଲ ଜରିଆରେ ଶ୍ରମିକମାନଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ ହୋଇପାରିବା ସହ ଖଣି କ୍ଷେତ୍ରରେ ଉତ୍ପାଦକତା ମଧ୍ୟ ବୃଦ୍ଧି ପାଇବ ବୋଲି ନାୟକ କହିଛନ୍ତି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories