www.samajalive.in
Thursday, December 11, 2025
13.1 C
Bhubaneswar

ଧସ୍ତାଧସ୍ତି ହେଲେ ସାମ୍ବାଦିକ-ଫରେଷ୍ଟର, ଭାଲୁ ଚମ୍ପଟ 

ଲଡୁଗାଁ :  କୋକସରା ଅଞ୍ଚଳରେ ଭାଲୁ ବୁଲିବା  ଘଟଣା ଏବେ ଅଞ୍ଚଳରେ ଭୟର ବାତବରଣ ସୃଷ୍ଟି  କରିଛି ।  ବନୀକରଣ ନାଁରେ କାଗଜପତ୍ରରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି କିନ୍ତୁ ବାସ୍ତବରେ କାମରେ ଲାଗିପାରୁନି । ବିସ୍ତୀର୍ଣ୍ଣ ସାହାଜଖୋଲ  ଜଙ୍ଗଲ ସଫା ହେବା ପରେ ବନ୍ୟଜନ୍ତୁ  ଗାଁରେ ପଶିଲେ । ବନ ବିଭାଗ ନୀରବଦ୍ରଷ୍ଟା ସାଜିଥିବା କଥା  ଖବରକାଗଜ ମାନଙ୍କରେ  ବାରମ୍ୱାର ଖବର ପ୍ରସାରଣ ହେଉଥିଲେ ମଧ୍ୟ ବନ ବିଭାଗ କୌଣସି ଠୋସ ପଦକ୍ଷେପ ନେଉନଥିବା ନଜିର ରହିଛି। ତେବେ କାଉଡୋଳା ଗାଁରେ ଭାଲୁ ପଶିବା କଥା ନେଇ ଲୋକେ ଯେତିକି ଭୟଭୀତ ତା ଠାରୁ ବନ ବିଭାଗ କର୍ମଚାରୀ ଓ ସାମ୍ବାଦିକ ଧସ୍ତାଧସ୍ତି ଏବେ ଗାଁ ରେ ଚର୍ଚ୍ଚାର ପରିସରକୁ ଆସିଛି । ଏହି ମାମଲାକୁ ନେଇ ଆମପାଣି ଥାନାରେ ଉଭୟ ପକ୍ଷରୁ  ଅଭିଯୋଗ ବି କରାଯାଇଛି ।

ଅଭିଯୋଗ ଅନୁସାରେ  ସାମ୍ବାଦିକ ତ୍ରିଲୋକ୍ୟ ବେଶ୍ରା ଆମପାଣି ଫରେଷ୍ଟ ସେକ୍ସନର ଫରେଷ୍ଟରଙ୍କୁ ଫୋନ୍ ଯୋଗେ ଜଣାଇଥିଲେ ଯେ ଗାଁରେ ଭାଲୁ ପଶିଛି । ଅନେକ ସମୟ ଅତିବାହିତ ହେବାପରେ ମଧ୍ୟ ବନବିଭାଗର କର୍ମଚାରୀ ଖବର ପାଇଥିଲେ ହେଁ କାଉଡୋଲା  ପହଞ୍ଚି ନ ଥିଲେ। ଏହାପରେ ସାମ୍ବାଦିକ ଶ୍ରୀବେଶ୍ରା କଳାହାଣ୍ଡି  ଡିଏଫ୍ଓଙ୍କୁ ଫୋନ କରିଥିବାବେଳେ  ଫରେଷ୍ଟର ବିଳମ୍ବରେ ଆସିବାରୁ ସାମ୍ବାଦିକ ଶ୍ରୀବେଶ୍ରା ତାଙ୍କ ମତାମତ ନେବାକୁ ଚାହିଁଥିଲେ । ଫରେଷ୍ଟର ଚିତ୍ତରଞ୍ଜନ ବେହେରା  ଉତକ୍ଷିପ୍ତ ହୋଇ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଯୁକ୍ତିତର୍କ କରିବା ସହ ତାଙ୍କ  ମୋବାଇଲ ଛଡାଇ ନେବାକୁ ଚେଷ୍ଟା କରିଥିଲେ । ତେବେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ମଧ୍ୟ ହୋଇଥିଲେ। ଇତି ମଧ୍ୟରେ ଲୋକେ ଭାଲୁକୁ ଖୋଜିବେ କଣ ସାମ୍ବାଦିକ ଓ ଫରେଷ୍ଟରଙ୍କୁ ଛଡାଇବାରେ ବ୍ୟସ୍ତ।

- Advertisement -

ଅନ୍ୟପଟେ ସେହି ସ୍ଥାନରୁ  ହୋହଲ୍ଲା ଶୁଣି ଭାଲୁ ଚମ୍ପଟ୍ ମାରିଲା । ତେବେ ଏଭଳି ପରିସ୍ଥିତିରେ ଜନସାଧାରଣଙ୍କୁ ଭାଲୁ ଆକ୍ରମଣରୁ ରକ୍ଷା କରିବା ପରିବର୍ତ୍ତେ ସାମ୍ବାଦିକ ତଥା ଜନସାଧାରଣଙ୍କୁ ସନ୍ତୋଷଜନକ ଉତ୍ତର ନଦେଇ ବନ ବିଭାଗ କର୍ମଚାରୀଙ୍କ  ଏଭଳି ବ୍ୟବହାରକୁ  କୋକସରା ୟୁନିୟନ ଅଫ୍ ଜର୍ଣ୍ଣାଲିଷ୍ ଓ କୋକସରା ବ୍ଲକ ସଙ୍ଘ ପକ୍ଷରୁ ବନ ବିଭାଗ ଅଧିକାରୀଙ୍କ ଜଣେ ଖବର ସଂଗ୍ରହ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ଘଟଣାକୁ ଦୃଢ଼ ନିନ୍ଦା କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଛି। ତେବେ ଏ ସମ୍ପର୍କରେ ଫରେଷ୍ଟର ଚିତ୍ତରଞ୍ଜନ ବେହେରାଙ୍କୁ ପଚାରିବାରୁ ସେ ଫିଲ୍ଡ ରେ ଅଛନ୍ତି ଏବଂ ଏବେ କିଛି କହି ପାରିବି ନାହିଁ ବୋଲି ଏଡାଇ ଦେଇଥିଲେ । ଯାହାଦ୍ଵାରା ତାଙ୍କ କିଛି ପ୍ରତିକ୍ରିୟା ମିଳପାରିନାହିଁ ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories