www.samajalive.in
Wednesday, December 10, 2025
26.1 C
Bhubaneswar

ମହାକୁମ୍ଭ ସଙ୍ଗମରେ ପବିତ୍ର ସ୍ନାନ କରିଛନ୍ତି ୪୫ କୋଟିରୁ ଅଧିକ

ଡେସ୍କ: ମହାକୁମ୍ଭ ଶେଷ ହେବାକୁ ଆଉ ମାତ୍ର ୧୫ ଦିନ ବାକି ଥିବା ବେଳେ ଜାନୁଆରୀ ୧୩ ତାରିଖରୁ ଆରମ୍ଭ ହୋଇଥିବା ଏହି ଭବ୍ୟ ସମାରୋହ ପରଠାରୁ ୪୫ କୋଟିରୁ ଅଧିକ ଲୋକ ସଙ୍ଗମରେ ସ୍ନାନ କରିଛନ୍ତି ବୋଲି ଉତ୍ତରପ୍ରଦେଶ ସରକାର କହିଛନ୍ତି।ମହାକୁମ୍ଭ ଫେବ୍ରୁଆରି ୨୬ ତାରିଖରେ ମହାଶିବରାତ୍ରୀ ଅବସରରେ ଶେଷ ବଡ଼ ସ୍ନାନ ସହିତ ଶେଷ ହେବ।

ଏକ ବିବୃତିରେ ଉତ୍ତରପ୍ରଦେଶ ସରକାର କହିଛନ୍ତି ଯେ ମହାକୁମ୍ଭ ଶେଷ ସୁଦ୍ଧା ପାଖାପାଖି ୫୫ କୋଟି ଲୋକ ପ୍ରୟାଗରାଜ ଗସ୍ତ କରିବେ ବୋଲି ଆଶା କରାଯାଉଛି। ମକର ସଂକ୍ରାନ୍ତି, ମୌନି ଅମାବାସ୍ୟା ଓ ବସନ୍ତ ପଞ୍ଚମୀରେ ତିନୋଟି ଗୁରୁତ୍ୱପୂର୍ଣ୍ଣ ଅମୃତ ସ୍ନାନ ପରେ ମଧ୍ୟ ପବିତ୍ର ସହରକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ଉତ୍ସାହ ଅତୁଟ ରହିଛି। ମଙ୍ଗଳବାର ପୂର୍ବାହ୍ନ ୧୦ଟା ସୁଦ୍ଧା ୭୪.୯୬ ଲକ୍ଷ ଲୋକ ସଙ୍ଗମରେ ସ୍ନାନ କରିଥିଲେ।

- Advertisement -

ବିବୃତି ଅନୁଯାୟୀ, ମୌନି ଅମାବାସ୍ୟାରେ ୮ କୋଟି ଲୋକ ସ୍ନାନ କରିଥିବାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ସର୍ବାଧିକ ଦେଖିବାକୁ ମିଳିଥିଲା। ମକର ସଂକ୍ରାନ୍ତିରେ ଅମୃତ ସ୍ନାନରେ ସାଢ଼େ ୩ କୋଟି ଓ ବସନ୍ତ ପଞ୍ଚମୀରେ ୨.୫୭ କୋଟି ଶ୍ରଦ୍ଧାଳୁ ଯୋଗ ଦେଇଥିଲେ।ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖ ନେତାମାନେ ସଙ୍ଗମରେ ସ୍ନାନ କରିଥିଲେ। ସେହିପରି ବଲିଉଡ୍ ଅଭିନେତା ଅନୁପମ ଖେର, ଅଲିମ୍ପିକ୍ସ ପଦକ ବିଜେତା ସାଇନା ନେହୱାଲ, କ୍ରିକେଟର ସୁରେଶ ରାଇନା ଓ କୁସ୍ତିଯୋଦ୍ଧା ଖଲି ପ୍ରମୁଖ ମହାକୁମ୍ଭରେ ଭାଗ ନେଇଥିଲେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories