www.samajalive.in
Wednesday, December 10, 2025
26.1 C
Bhubaneswar

ବିଜେପି ନେତାଙ୍କୁ ଖଣ୍ଡାରେ ଆକ୍ରମଣ ଘଟଣା, ଗିରଫଦାରୀ ସଂଖ୍ୟା ୫କୁ ବୃଦ୍ଧି

ଗୋପାଳପୁର : ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆପଦର ତୁଳୁ ରାସ୍ତା ଗତ ଶୁକ୍ରବାର ସନ୍ଧ୍ୟାରେ ଖଣ୍ଡାରେ ଆକ୍ରମଣ ଘଟଣାରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ । ଯାହାଫଳରେ ଗିରଫଦାରୀ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ଗିରଫ ଦୁଇ ଜଣ ରଣ୍ଢା ପଞ୍ଚାୟତର ସରପଞ୍ଚ ଅଜିତ କୁମାର ରାଉଳ ଓ କନିଷି ସାପ ମୁଖ୍ୟ ରାସ୍ତାର ଶୁଭାଶିଷ ସାହୁ ଓରଫ ବଣ୍ଟି ବୋଲି ପୁଲିସ ସୁଚନା ଦେଇଛି। ପୂର୍ବରୁ ଏହି ମାମଲାରେ ପୁଲିସ ସୁବାସ ଦାସ, ଆଶିଷ ଦଳାଇ ଓ ସଦାନନ୍ଦ ଦାସକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସହ ଆକ୍ରମଣରେ ବ୍ୟବହୃତ ଦୁଇଟି ଖଣ୍ଡା ଓ ୨ ଟି ମୋଟରସାଇକେଲ ଜବତ କରିଥିଲା। ଘଟଣା ପରେ ଆକ୍ରମଣ କାରୀଙ୍କ ବିରୋଧରେ ୫ ଟି ମାମଲା ରୁଜୁ ହୋଇଥିବାବେଳେ ଶୁଭାଶିଷଙ୍କ ଘର ଉପରକୁ ବୋମା ମାଡ ହୋଇଥିବା ଘଟଣାରେ ଏକ ମାମଲା ରୁଜୁ କରିଥିଲା। ଘଟଣା ଘଟାଇବାକୁ ବଣ୍ଟି ଓ ଅଜିତ ସହଯୋଗ କରିବା ସହ ସେମାନଙ୍କୁ ଉସୁକାଇ ଥିବା ନେଇ ପୁଲିସ ପକ୍ଷରୁ ସେମାନଙ୍କୁ ଗିରଫ କରାଯାଇଥିବା ପୁଲିସ ପକ୍ଷରୁ କୁହାଯାଇଛି ।

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories