www.samajalive.in
Sunday, December 14, 2025
23.1 C
Bhubaneswar

ମଲାଗୁଣୀ ନଦୀରେ ପର୍ଯ୍ୟଟକଙ୍କୁ ମିଳୁ ନୌବିହାର ସୁବିଧା, ରାମେଶ୍ବରଗଡ଼କୁ ପର୍ଯ୍ୟଟନସ୍ଥଳ ମାନ୍ୟତା ଦାବି

ଖୋର୍ଦ୍ଧା : ଖୋର୍ଦ୍ଧା ରାଜାଙ୍କ ଅଧିନରେ ଧୂଲା ରାମେଶ୍ଵର ଗଡ଼। ରାମେଶ୍ବର ଛକରେ ନିକଟରେ ରହିଛି ଧାନଘର ପାହାଡ।ଏହି ପାହାଡ ପାଦଦେଶରେ ବହି ଯାଇଛି ମନ୍ଦାକିନା ନଦୀ। ଧାନଘର ପାହାଡ ତଳେ ରହିଛି ରାମେଶ୍ଵରଗଡ଼। ଶରଣକୂଳ-ପୂରୀ ନୂଆ ଜଗନ୍ନାଥ ସଡକ ରାମେଶ୍ବର ଛକରେ ୧୬ ସଂଖ୍ୟା ଜାତୀୟ ରାଜପଥକୁ ଅତିକ୍ରମ କରିଛି। ପୁରୀ, କୋଣାର୍କ ଓ ସାତପଡ଼ାରୁ ନୂଆଜଗନ୍ନାଥ ସଡକ ଦେଇ ପର୍ଯ୍ୟଟକମାନେ ମଙ୍ଗଳାଯୋଡି ପକ୍ଷୀବିହାର, ଉଗ୍ରତାରା, ବଡକୁଳ ଓ ବାଣପୁର ଭଗବତୀ ଆଦି ସ୍ଥାନକୁ ଗଲାବେଳେ ସେମାନଙ୍କ ବିଶ୍ରାମ ପାଇଁ ୧୯୯୬ରେ ରାମେଶ୍ବର ଛକରେ ଏକ ପାନ୍ଥ ନିବାସ କରାଯାଇଛି।

ତେବେ ସରକାରଙ୍କ ଓଟିଡିସି ଦ୍ବାରା ପରିଚାଳିତ ପାନ୍ଥନିବାସକୁ ପର୍ଯ୍ୟଟକ କମ୍ ଆସିବା ଏବଂ ପରିଚାଳନାଗତ ତ୍ରୁଟିରୁ ଏହା ଅଚଳ ହୋଇଥିଲା। ଏବେ ୫ବର୍ଷ ହେବ ଏହି ପାନ୍ଥନିବାସକୁ ଘରୋଇ କରଣ କରାଯାଇ ଲିଜ ସୂତ୍ରରେ ଦିଆଯାଇଛି। ଏବେ ମରାମତି ପରେ ନୂଆରୂପରେ ସଜେଇ ହୋଇଛି। ଜାନକୀ ବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ ପାନ୍ଥନିବାସ ସଂଲଗ୍ନ ରାସ୍ତା ଉପରେ ଧାନଘର ପହାଡରେ ହରିଣ ପାର୍କ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ସେହିପରି ଜାତୀୟ ରାଜପଥର ମଲାଗୁଣୀ ନଦୀ ଓଭରବ୍ରିଜ ଓ ରାମେଶ୍ବର ଆନିକଟ (ବ୍ୟାରେଜ) ମଧ୍ୟରେ ନୌବିହାର ଯୋଜନା ଥିଲା ବୋଲି ରାମେଶ୍ବର ଗାଁର କେତେକ ବଯସ୍କ ମତ ଦିଅନ୍ତି ।

- Advertisement -

ସମ୍ପ୍ରତି ରାମେଶ୍ବର ଆନିକଟ ପାଖରେ ଥ‌ିବା ଉଦ୍ୟାନରେ ପର୍ଯ୍ୟଟକମାନେ ବଣଭୋଜି କରୁଛନ୍ତି। ପାନ୍ଥନିବାସକୁ ଧୀରେ ଧୀରେ ପର୍ଯ୍ୟଟକ ସଂଖ୍ୟା ବଢୁଛି । ନୌବିହର ଓ ହରିଣ ପାର୍କ ବ୍ୟବସ୍ଥା କରାଗଲେ ପର୍ଯ୍ୟଟକମାନେ ରାମେଶ୍ବର ପ୍ରତି ଆହୁରି ଆକୃଷ୍ଟ ହେବେ । ପ୍ରାକୃତିକ ଶୋଭାରାଜିରେ ପରିପୂର୍ଣ୍ଣ ଧାନଘର ପାହାଡ ଏବେ ଗାରିମା ହରାଉଛି। ହାତୀ, ବାର୍‌ହାମାନେ ଏହି ପାହାଡ ତଳ ଜଙ୍ଗଲକୁ ଯାତାୟାତ କରୁଥିବା ବେଳେ ପାହାଡରେ ମୟୂର, ଠେକୁଆ କୁଟୁରା, ଅଜଗର, ଝିଙ୍କ ଆଦି ବନ୍ୟପ୍ରାଣୀ ପର୍ଯ୍ୟାପ୍ତ ପରିମାଣରେ ଥିଲେ।

ଠେକୁଆ ଏବଂ ମୟୁର ପାହାଡ ତଳେ ବିଚରଣ କଲାବେଳେ ଲୋକ ଦେଖ୍ ଆନନ୍ଦଲାଭ କରୁଥିଲେ। ଲୋକମାନେ ପାହାଡତଳେ ଥିବା ନିଜ ତୋଟାରେ ଏବେ ଘରଦ୍ବାର ଓ ବ୍ୟବସାୟ ପ୍ରତିଷ୍ଠାନ କଲେଣି। ପରିବେଶ ପ୍ରଭାବିତ ହେବା ଓ ଗାଡିମଟର ଯାତାୟାତରୁ ଏବେ ଆଉ ଜନ୍ତୁ ବିଶେଷ ରହୁନାହାନ୍ତି। ତେବେ ଅନେକ ଜୀବଜନ୍ତୁ ବିଳମ୍ବିତ ରାତିରେ କୋଳାହଳ କମିଲେ ରାମେଶ୍ବର ପାହାଡରୁ ରତାମାଟ ଓ ନାଲସିଂହ ପାହାଡ଼କୁ ଯାତାୟାତ କରୁଛନ୍ତି। ଯାନବାହାନ ଧକ୍କାରେ ଏହି ବନ୍ୟପ୍ରାଣୀଙ୍କ ଜୀବନ ପ୍ରତି ବିପଦ ରହୁଛି।

ବନ୍ୟ ବିଭାଗ ପକ୍ଷରୁ ସେଠାରେ ବନ୍ୟପ୍ରାଣୀ ସୁରକ୍ଷା ସେଠାରେ ହରିଣ ପାର୍କ କରିବା ଓ ମଲାଗୁଣୀ ବ୍ୟାରେଜ ନିକଟବର୍ତ୍ତୀ ଅଞ୍ଚଳରେ ପର୍ଯ୍ୟଟନ ବିଭାଗ ନୌବିହାର ବ୍ୟବସ୍ଥା କରିବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି। ତେଣୁ ଅପାର ସମ୍ଭାବନା ରାମେଶ୍ବରଗଡ଼କୁ ପର୍ଯ୍ୟଟନ କ୍ଷେତ୍ର ମାନ୍ୟତା ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି। ଫଳରେ ପର୍ଯ୍ୟଟଘଙ୍କ ସଂଖ୍ୟା ବୃଦ୍ଧି ପାଇବ ଏବଂ ସ୍ଥାନୀୟ ଅଞ୍ଚଳର ବିକାଶ ହୋଇପାରିବ ବୋଲି ସେମାନେ କହିଛନ୍ତି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories