www.samajalive.in
Monday, December 8, 2025
24.1 C
Bhubaneswar

ଜୟଦେବ ବିହାର-ନନ୍ଦନକାନନ ଫ୍ଲାଏଓଭର ଖୁବଶୀଘ୍ର

ଭୁବନେଶ୍ଵର: ଟ୍ରାଫିକ୍ ସମସ୍ୟାରୁ ବହୁ ମାତ୍ରାରେ ମୁକ୍ତି ପାଇବେ ରାଜଧାନୀବାସୀ। ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଜୟଦେବ ବିହାର-ନନ୍ଦନକାନନ ଫ୍ଲାଏ ଓଭର କାମ। ମଙ୍ଗଳବାର ଏନେଇ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।

ମନ୍ତ୍ରୀ କହିଛନ୍ତି, ଏହି ପ୍ରକଳ୍ପକୁ ସରକାରଙ୍କ ଅନୁମତି ମିଳିସାରିଛି। ଖୁବଶୀଘ୍ର ଟେକ୍ନିକାଲ କାମ ଆରମ୍ଭ ହେବ। ଜୟଦେବ ବିହାର ଜାତୀୟ ରାଜପଥର ଯେଉଁ ଫ୍ଲାଏ ଓଭର ରହିଛି ତାହାକୁ ସଂଯୋଗ କରି ନନ୍ଦନକାନନ ପର୍ଯ୍ୟନ୍ତ ଯିବ ଏହି ନୂଆ ଫ୍ଲାଏଓଭର। ଏଥିସହ ମଝିରେ ମଝିରେ ବଡ଼ ବଡ଼ ଛକ ଥିବା ସ୍ଥାନରେ ରହିବ ଏସ୍‌କେପ୍ ଓ୍ବେ। ଯଦ୍ଵାରା ଓଭରବ୍ରିଜ୍‌ ଉପରେ ଯାଉଥିବା ଲୋକଙ୍କୁ ତଳକୁ ଓହ୍ଲାଇବାକୁ ସୁବିଧା ହେବ। ଯେଉଁ ରାସ୍ତା ତଳେ ଚାଲିଛି, ତାହା ଚାଲୁ ରହିବ। ଏଥିସହ ଉପରେ ୪ ଲେନ ବିଶିଷ୍ଟ ରାସ୍ତା ନିର୍ମାଣ କରାଯିବ, ଯାହା ଆଗାମୀ ଦିନରେ ଭୁବନେଶ୍ୱରର ଲାଇଫ ଲାଇନ ପାଲଟିବ ବୋଲି ମନ୍ତ୍ରୀ ହରିଚନ୍ଦନ କହିଛନ୍ତି। ୨୦୨୭-୨୮ ଆର୍ଥିକ ବର୍ଷସୁଦ୍ଧା ଏହି ପ୍ରକଳ୍ପର ବଡ଼ ଭାଗ ଶେଷ ହେବା ନେଇ ଆଶା ରଖିଥିବା ସେ କହିଛନ୍ତି।

Hot this week

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

Related Articles

Popular Categories