ପ୍ୟାରିସ୍ ଏଆଇ ସମ୍ମିଳନୀରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ.. କହିଲେ, ଏଆଇ ଆମର ଅର୍ଥନୀତି, ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ ଆରମ୍ଭ କରିସାରିଛି.. ଭାରତରେ ଏଆଇ ପ୍ରତିଭାର କୌଣସି ଅଭାବ ନାହିଁ.. ବିଶ୍ଵରେ ଏଆଇର ଉପଯୋଗିତା ବଢିବାର ଆବଶ୍ୟକତା ଅଛି..
ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଜୟଦେବ ବିହାର-ନନ୍ଦନକାନନ ଫ୍ଲାଏ ଓଭର କାମ.. ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା..
କମିଶନରେଟ ଟ୍ରାଫିକ ପୁଲିସର କଟକ ସହରରେ ଗାଡ଼ି ଯାଞ୍ଚ ପ୍ରକ୍ରିୟା ଆରମ୍ଭ.. ବିକଟାଳ ହର୍ଣ୍ଣ ସହ କଳା କାଚ ଥିବା ଗାଡ଼ି ଉପରେ ନଜର..
ଭିଜିଲାନ୍ସ ଜାଲରେ ରେମୁଣା ତହସିଲଦାର ବିଦ୍ୟାଧର ପତି, ୭ ସ୍ଥାନରେ ଚଢ଼ାଉ..
ସର୍ବକାଳୀନ ରେକର୍ଡ଼ ଭାଙ୍ଗିଲା ସୁନାଦର, ୨୨ କ୍ୟାରେଟ୍ ସୁନା ୮୦ ହଜାର ଟପିଲା.. ୨୪ କ୍ୟାରେଟ୍ ସୁନା ୮୭ ହଜାର ୯୩୦ ଟଙ୍କାରେ ପହଞ୍ଚିଥିବାବେଳେ ୨୨ କ୍ୟାରେଟ୍ର ମୂଲ୍ୟ ୮୦ ହଜାର ୬୦୦ ଟଙ୍କା..
ୟୁଟ୍ୟୁବର ରଣବୀର ଆହ୍ଲାବାଦିଆଙ୍କୁ ମିଳିପାରେ ସଂସଦୀୟ କମିଟିରୁ ସମନ୍.. ଶୋ’ରେ ଅଶାଳୀନ ମନ୍ତବ୍ୟ ପ୍ରସଙ୍ଗକୁ ନେଇ ସଂସଦରେ ହଙ୍ଗାମା ପରେ ରଣବୀରଙ୍କୁ ସଂସଦୀୟ କମିଟି ସମନ କରିବାକୁ ବିଚାର କରୁଥିବା ସୂଚନା.. ଏପଟେ କେନ୍ଦ୍ରର ନୋଟିସ ପରେ ରଣବୀରଙ୍କ ଅଶାଳୀନ ମନ୍ତବ୍ୟ ଭିଡିଓକୁ ଡିଲିଟ୍ କଲା ୟୁଟ୍ୟୁବ..



