www.samajalive.in
Saturday, December 6, 2025
19.1 C
Bhubaneswar

ବିବାହ ଉତ୍ସବରେ ନୃତ୍ୟ ବେଳେ ଯୁବତୀଙ୍କର ମୃତ୍ୟୁ

ଇନ୍ଦୋର: ଭାଇର ବିବାହ ଉତ୍ସବରେ ନୃତ୍ୟ କରୁଥିବାବେଳେ ଜଣେ ଯୁବତୀଙ୍କର ହୃଦ୍‌ଘାତରେ ମୃତ୍ୟୁ ହୋଇଛି। ମୃତ ଯୁବତୀ ହେଉଛନ୍ତି ଇନ୍ଦୋରର ପରିଣିତା ଜୈନ (୨୩)। ପରିଣିତା ତାଙ୍କ ସମ୍ପର୍କୀୟ ଭାଇର ବିବାହ ଉତ୍ସବ​ରେ ଯୋଗ ଦେବାକୁ ବିଦିଶା ଯାଇଥିଲେ। ସେଠାରେ ବିବାହ ଉତ୍ସବ ଲାଗି ଆୟୋଜିତ ଏକ ମଞ୍ଚ (ଷ୍ଟେଜ୍) କାର୍ଯ୍ୟକ୍ରମରେ ସେ ନୃତ୍ୟ ପରିବେଷଣ କରିଥିଲେ। ନୃତ୍ୟ ପରିବେଷଣ କରୁଥିବାବେଳେ ସେ ମଞ୍ଚରେ ପଡିଯାଇଥିଲେ।

କାର୍ଯ୍ୟକ୍ରମରେ ଉପସ୍ଥିତ ପରିବାର ଓ ଆତ୍ମୀୟ ସ୍ବଜନ ତାଙ୍କୁ ତୁରନ୍ତ ଉଠାଇଥିଲେ। ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରିଣିତାଙ୍କୁ ହୃଦ୍‌ଘାତ ହୋଇଥିବା ଡାକ୍ତର କହିଥିଲେ। ପରିଣିତାଙ୍କ ଏପରି ମୃତ୍ୟୁକୁ କେହି ବିଶ୍ବାସ କରିପାରି ନାହାନ୍ତି। ହୃଦ୍‌ଘାତ ଜନିତ ଏପରି ଆକସ୍ମିକ ମୃତ୍ୟୁ ଖବର ଓ ଏହାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ବ୍ୟାପକ ପ୍ରସାରିତ ହୋଇଛି।

- Advertisement -

ନିକଟରେ ପରିଣିତା ତାଙ୍କର ଏମ୍‌ବିଏ ସମାପ୍ତ କରିଥିଲେ ଏବଂ ଇନ୍ଦୋରରେ ତାଙ୍କ ପିତାମାତାଙ୍କ ସହିତ ରହୁଥିଲେ। ପୂର୍ବରୁ ତାଙ୍କ ସାନ ଭାଇ ମଧ୍ୟ ୧୨ବର୍ଷ ବୟସରେ ହୃଦ୍‌ଘାତରେ ମୃତ୍ୟୁବରଣ କରିଥିଲେ। ପୁଅ ପରେ ଏବେ ଝିଅକୁ ହରାଇ ଭାଙ୍ଗିପଡ଼ିଛି ପରିବାର। ପରିଣିତାଙ୍କ ମୃତ୍ୟୁର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଗତବର୍ଷ ଅକ୍ଟୋବରରେ ଏକ ୧୫ବର୍ଷର ବାଳକ କ୍ରିକେଟ୍ ଖେଳୁଥିବା ବେଳେ ପଡିଆରେ ହୃଦ୍‌ଘାତରେ ପ୍ରାଣ ହରାଇଥିଲା।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories