www.samajalive.in
Monday, December 8, 2025
13.1 C
Bhubaneswar

ପାଗଳ ଷଣ୍ଢ ଆକ୍ରମଣରେ ବୃଦ୍ଧା ମୃତ: ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ଭୁବନେଶ୍ଵର: ରାଜଧାନୀରେ ଷଣ୍ଢ ଆତଙ୍କ। ପାଗଳ ଷଣ୍ଢ ଆକ୍ରମଣରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି। ମୃତକ ହେମଲତା ଦାସ ବୋଲି ଜଣାପଡିଛି। ଷଣ୍ଢ ଆକ୍ରମଣରେ କିଛି ବ୍ୟକ୍ତି ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି। ଗତ କିଛି ଦିନ ହେବ ରାଜଧାନୀ ଉପକଣ୍ଠ ରୋକୋଟ ଗାଁରେ ପାଗଳ ଷଣ୍ଢ ଆତଙ୍କ ଦେଖିବାକୁ ମିଳିଛି। ପୂର୍ବରୁ ଷଣ୍ଢ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିବାବେଳେ ୭ ଜଣ ଲୋକ ଆହତ ହୋଇଥିଲେ। ଏ ନେଇ ବାରମ୍ବାର ଗ୍ରାମବାସୀମାନେ ବିଏମସିକୁ ଜଣାଇଛନ୍ତି । କିନ୍ତୁ କିଛି ସୁଫଳ ମିଳିନି। ଯାହାଫଳରେ କି ଆଜି ମଧ୍ୟ ସମାନ ଅଘଟଣ ସାମ୍ନାକୁ ଆସିଛି। ବାଧ୍ୟ ହୋଇ ଆଜି ସ୍ଥାୟୀ ପ୍ରତିକାର ଦାବିରେ ସ୍ଥାନୀୟ ଲୋକେ ମଞ୍ଚେଶ୍ଵରକୁ ସଂଯୋଗ କରୁଥିବା ରାସ୍ତା ଅବରୋଧ  କରିଛନ୍ତି। ଖବର ପାଇ ଘଟଣାସ୍ଥଳରେ ମଞ୍ଚେଶ୍ଵର ପୁଲିସ ପହଁଞ୍ଚି ବୁଝାସୁଝା ଜାରି ରଖିଛି।

Hot this week

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

Related Articles

Popular Categories