www.samajalive.in
Sunday, December 7, 2025
16.1 C
Bhubaneswar

ପରୀକ୍ଷାର୍ଥୀଙ୍କୁ ମୋଦୀଙ୍କ ଟିପ୍ସ : ନିଜ ସହ କଥା ହୁଅ, ପରୀକ୍ଷା ଜୀବନରେ ସବୁ କିଛି , ତାହା ଭାବିବା ଭୁଲ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପିଏମ୍ ମୋଦୀ ପରୀକ୍ଷାର୍ଥୀ ମାନଙ୍କୁ କହିଛନ୍ତି  କେବେ କେବେ ନିଜ ସହ ମଧ୍ୟ କଥା ହେବା ଉଚିତ୍। ଯେଉଁଠି କେହି ନ ଥିବେ ସେଠି ଆପଣ ପହଞ୍ଚନ୍ତୁ , ନେତୃତ୍ଵ ନେଇପାରିବେ। ଉତ୍ତମ ସ୍ଵାସ୍ଥ୍ୟ ପାଇଁ ମଧ୍ୟ ପରୀକ୍ଷାର୍ଥୀ ମାନଙ୍କୁ ଟିପ୍ସ ଦେଇଛନ୍ତି ପିଏମ୍ ମୋଦୀ। ପିଲାଙ୍କୁ ଅଧିକ ଚାପ ନ ଦେବାକୁ ଅଭିଭାବକ ଓ ଶିକ୍ଷକ ମାନଙ୍କୁ ବାର୍ତ୍ତା ଦେଇଛନ୍ତି। ପିଲାର ଟାଲେଣ୍ଟ ଦେଖି ସେହି ଆଧାରରେ ବଢିବାକୁ ସହଯୋଗ କରନ୍ତୁ। ପରୀକ୍ଷା ଜୀବନରେ ସବୁ କିଛି , ତାହା ଭାବିବା ଭୁଲ୍ । ଲେଖିବାର ଅଭ୍ୟାସ ଥିଲେ ପରୀକ୍ଷାରେ ଲେଖିବାକୁ କଷ୍ଟ ହେବନି। ଛାତ୍ରଛାତ୍ରୀମାନେ ସମୟର ସଦୁପଯୋଗ କରିବା ଉଚିତ୍ । ଏବଂ ଟାଇମ୍ ମ୍ୟାନେଜମେଣ୍ଟ କରିବା ଶିଖିବା ଦରକାର। ଅଧିକ ନ ଭାବି ବର୍ତ୍ତମାନ ସମୟରେ ଧ୍ୟାନ ଦେଲେ ସଫଳତା ନିଶ୍ଚୟ ମିଳିବ। ତେବେ ପ୍ରଧାନମନ୍ତ୍ରୀ ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀ , ସେମାନଙ୍କ ଅଭିଭାବକ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ସିଧାସଳଖ କଥା ହୋଇଛନ୍ତି। ଏହି ଅଷ୍ଟମ ସଂସ୍କରଣରେ ଅଭିନେତା ବିକ୍ରମ ମାସି, ଅଭିନେତ୍ରୀ ଦୀପିକା ପାଦୁକୋନଓ ଭୂମି ପେଡନେକର ପ୍ରମୁଖ ଯୋଗଦେଇଛନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories