www.samajalive.in
Saturday, December 13, 2025
26.1 C
Bhubaneswar

ବାରବାଟୀ ଅନ୍ଧାର, ଖେଳ ସ୍ଥଗିତ – ପଡ଼ିଆରୁ ଚାଲିଗଲେ ଖେଳାଳି

ଡେସ୍କ: କଟକ ବାରବାଟୀ ଷ୍ଟାଡିଅମରେ ଚାଲିଥିବା ଭାରତ- ଇଂଲଣ୍ଡ ଦ୍ଵିତୀୟ ଦିନିକିଆ ମ୍ୟାଚରେ ଫ୍ଲଡ ଲାଇଟରେ ଗୁରୁତର ସମସ୍ୟା ଦେଖାଦେଇଛି। ଫଳରେ ଖେଳ ସ୍ଥଗିତ ରହିଛି ଓ ଖେଳାଳିମାନେ ପାଭିଲିଅନକୁ ଫେରିଯାଇଛନ୍ତି। ଦ୍ଵିତୀୟ ଇନିଂସ ଖେଳ ଆରମ୍ଭ ହେବାର ମାତ୍ର ୬ ଓଭର ଗୋଟିଏ ବଲ ପଡିଥିବା ବେଳେ ଏଭଳି ଘଟିଛି। ହଠାତ ଦିନ ଭଳି ଝଲସୁ ଥିବା ପଡିଆ ଭିତରେ କେହି କିଛି ବୁଝିବା ଆଗରୁ ଲାଇଟ ଧପ ଧପ ହୋଇଥିଲା ଓ ସମସ୍ତେ ଭାବିଥିଲେ ଯେ ହୁଏତ ବିଦ୍ୟୁତ ସରବରାହରେ କୌଣସି ସାମାନ୍ୟ ତ୍ରୁଟି କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ଲାଇଟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ବ୍ୟାଟ୍ସମ୍ୟାନ ମଧ୍ୟ ବଲ ଦିଶୁନ ଥିବା ଅଭିଯୋଗ କରିଥିଲେ।

ରୋହିତ ଶର୍ମା ୨୯ ଓ ଶୁଭମନ ଗିଲ ୧୭ ରନ କରି ଖେଳୁଥିବା ବେଳେ ଫ୍ଲଡ ଲାଇଟ୍‌ରେ ସମସ୍ୟା ଦେଖା ଦେଇଥିଲା ଓ ପରେ ଜଣାପଡିଲା ଯେ କ୍ଲବ ଟାଓ୍ୱାର ଲାଇଟ୍‌ କାମ କରୁନାହିଁ। ଏଭଳି ଅଭାବନୀୟ ସ୍ଥିତି ବାରବାଟୀ ଓ ବିଶେଷ ଭାବେ ଓଡିଶା ପାଇଁ ଲଜ୍ଜାକର ପରିସ୍ଥିତି ସୃଷ୍ଟି କରିଛି। ବହୁ ବର୍ଷ ପରେ ବାରବାଟୀରେ ଆନ୍ତର୍ଜାତିକ ଏକଦିବସୀୟ ଖେଳା ଯାଉଥିବା ବେଳେ ଏ ପ୍ରକାର ତ୍ରୁଟି ଯୋଗୁ ଆଗାମୀ ଦିନରେ ବାରବାଟୀରେ ଆଉ ଅନ୍ତର୍ଜାତୀୟ ମ୍ୟାଚ ଖେଳା ଯିବ କି ନାହିଁ ସେ ନେଇ ପ୍ରଶ୍ନ ଉଠିଛି। ଅନ୍ୟ ପକ୍ଷରେ ଏହି ତ୍ରୁଟି ପାଇଁ ଓଡିଶା କ୍ରିକେଟ ସଙ୍ଘ କୌଣସି ବିବୃତି ଦେଇ ନାହିଁ।

- Advertisement -

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories