www.samajalive.in
Sunday, December 14, 2025
26.1 C
Bhubaneswar

ବନ୍ତା ଜଙ୍ଗଲରୁ ହାତୀର ମୃତଦେହ ମିଳିଲା

ଭଞ୍ଜନଗର : ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ଜଗନ୍ନାଥପ୍ରସାଦ ବନାଞ୍ଚଳ ବନ୍ତା ବିଟ୍‌ର ଖଣ୍ଡସର ଗ୍ରାମ୍ୟ ଜଙ୍ଗଲରେ ଏକ ମାଈ ହାତୀର ମୃତ୍ୟୁ ଘଟିଛି। ମୃତ ହାତୀଟିକୁ ପ୍ରାୟ ୩୦ ବର୍ଷ ହେବ। ଦୁଇଦିନ ତଳେ ହାତୀପଲରୁ ଏହି ମାଈ ହାତୀଟି କୌଣସି ମତେ ଅଲଗା ହୋଇ ଉକ୍ତ ଜଙ୍ଗଲରେ ଘୂରି ବୁଲିବାବେଳେ ଏକ ଭଙ୍ଗାନାଳର ଗର୍ତ୍ତ ଭିତରକୁ ଖସିପଡ଼ିଥିଲା। ହାତୀର ଶୁଣ୍ଢ ଗର୍ତ୍ତ ଭିତରେ ରହିଯିବା ସହ ଗର୍ତ୍ତ ସମ୍ମୁଖରେ ମାଟି ଗଦା ହୋଇ ରହିଥିବାରୁ ହାତୀଟି ସେଠାରୁ ବାହାରି ପାରିନଥିଲା।

ଦୀର୍ଘ ସମୟ ଧରି ହାତୀଟି ନିଜକୁ ବଞ୍ଚାଇବା ପାଇଁ ସଂଗ୍ରାମ କରିବା ପରେ ଶେଷରେ ତାର ପ୍ରାଣବାୟୁ ଉଡ଼ିଯାଇଥିଲା ବୋଲି ଡିଏଫ୍‌ଓ ହିମାଂଶୁ ମହାନ୍ତି କହିଛନ୍ତି। ଏହି ନିର୍ଜନ ଜଙ୍ଗଲରେ ହାତୀଟି ଦୁଇଦିନ ଧରି ମରି ପଡ଼ିବା ପରେ ନିକଟସ୍ଥ ଗ୍ରାମବାସୀ ଏହାର ଦୁର୍ଗନ୍ଧ ଜାଣିପାରି ଆଜି ବିଭାଗୀୟ କର୍ମଚାରୀଙ୍କୁ ଖବର ଦେଇଥିଲେ। ହାତୀ ମୃତଦେହ ପଡ଼ିଥିବା ସଂପର୍କରେ ଖବର ପାଇ ଡିଏଫ୍‌ଓ ଶ୍ରୀ ମହାନ୍ତି ସମେତ ଆରସିସିଏଫ୍‍ ସଞ୍ଜୟ ସ୍ବାଇଁ, ଭୁବନେଶ୍ବର ବନ୍ୟପ୍ରାଣୀ ବିଭାଗର ଯୁଗ୍ମ ଟାସ୍କଫୋର୍ସ ଇନ୍ସପେକ୍ଟର ରେଣୁବାଳା ସାହୁ, ରେଞ୍ଜର ସୁଜାତାରାଣୀ ପଣ୍ଡା ଜଙ୍ଗଲରେ ପହଞ୍ଚି ଅନୁଧ୍ୟାନ କରିଥିଲେ। ପ୍ରାଣୀ ଚିକିତ୍ସକ ଘଟଣାସ୍ଥଳରେ ପହଞ୍ଚି ହାତୀର ଶବ ବ୍ୟବ​‌େ​‌ଚ୍ଛଦ କରିଥିଲେ।

- Advertisement -

ପ୍ରାଣୀ ଚିକିତ୍ସକ ନିହାର ସାମନ୍ତରା, ବିଭୁକଲ୍ୟାଣ ପରିଡ଼ା ଓ ଅବିନାଶ ସାହୁ ମୃତ ହାତୀର ଅଂଶବିଶେଷ ସଂଗ୍ରହ କରି ପରୀକ୍ଷା ନିମନ୍ତେ ଭୁବନେଶ୍ବର ପ୍ରାଣୀ ବିଭାଗ ଲାବୋରୋଟାରୀକୁ ପଠାଇଛନ୍ତି। ହାତୀଟି ମୁହଁମାଡ଼ି ପଡ଼ିଯିବାରୁ ଛାତିରେ ଆଘାତ ଲାଗି ମୃତ୍ୟୁ ଘଟିଥିବା ପ୍ରାଣୀ ଚିକିତ୍ସକ କହିଛନ୍ତି। ପୋଷ୍ଟମୋର୍ଟମ ରିପୋର୍ଟ ଆସିବା ପରେ ହାତୀ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ଚିକିତ୍ସକମାନେ ପ୍ରକାଶ କରିଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories