www.samajalive.in
Wednesday, December 10, 2025
14.1 C
Bhubaneswar

ଶିକ୍ଷାର ବିକାଶ ପାଇଁ ଉଭୟ ବିଦ୍ୟାର୍ଥୀ ଓ ଶିକ୍ଷକମାନଙ୍କର ଗୁରୁଦାୟିତ୍ବ ରହିଛି

ଆଠଗଡ: ଆଠଗଡର ସର୍ବପୁରାତନ ଗୋପବନ୍ଧୁ ବିଜ୍ଞାନ କଲେଜର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କଲେଜର ଅଧ୍ୟକ୍ଷ ଡ.ଲୋକନାଥ ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ  ପ୍ରଫେସର ଡ.ଧରଣୀଧର ନନ୍ଦ ଯୋଗଦେଇଥିଲେ। ଶିକ୍ଷାର ବିକାଶ ପାଇଁ ଉଭୟ ବିଦ୍ୟାର୍ଥୀ ଓ ଶିକ୍ଷକମାନଙ୍କର ଗୁରୁଦାୟିତ୍ବ ରହିଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଣିତ ନୂତନ ଶିକ୍ଷାନୀତି ଆଗାମୀ ଦିନରେ ଶିକ୍ଷାର ମାନଦଣ୍ଡ ଉନ୍ନତ ହେବ ଏବଂ ଛାତ୍ରଛାତ୍ରୀ ଏହା ଦ୍ବାରା ବେଶ୍ ଉପକୃତ ହୋଇପାରିବେ ବୋଲି ଡ.ନନ୍ଦ ମତପୋଷଣ କରିଥିଲେ। ଅଧ୍ୟକ୍ଷ ଡ.ସାହୁ ସ୍ୱାଗତ ଭାଷଣ ଦେଇଥିବାବେଳେ ଛାତ୍ର ସଂସଦ ଉପଦେଷ୍ଟା  ଅଧ୍ୟାପକ ଡ.ଚିତ୍ତରଞ୍ଜନ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅଧ୍ୟାପକ ପ୍ରଣବ କୁମାର ଦାସ ମଞ୍ଚ ସଂଯୋଜନା କରିଥିବାବେଳେ ନାଟ୍ୟ ସଂସଦ ଉପଦେଷ୍ଟା ଅଧ୍ୟାପିକା ଛାୟା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories