www.samajalive.in
Tuesday, December 9, 2025
17.1 C
Bhubaneswar

କେଉଁ ବିଶିଷ୍ଟ ବ୍ୟକ୍ତି ମହାକୁମ୍ଭରେ କରିଛନ୍ତି ସ୍ନାନ, ଜାଣନ୍ତୁ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ୟୁପି କ୍ୟାବିନେଟ ମନ୍ତ୍ରୀ ଗଣ ଏବଂ ଅନ୍ୟ ପ୍ରମୁଖ ନେତାମାନେ ସଙ୍ଗମରେ ସ୍ନାନ କରି ସାରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଫେବ୍ରୁଆରି ୧୦ ତାରିଖରେ ସଙ୍ଗମରେ ସ୍ନାନ କରିବାର କାର୍ଯ୍ୟକ୍ରମ ରହିଛି।

ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା, ହରିୟାଣା ମୁଖ୍ୟମନ୍ତ୍ରୀ ନୟାବ ସିଂ ସାଇନି, ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ, ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ, କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ, ଅର୍ଜୁନ ରାମ ମେଘୱାଲ, ଶ୍ରୀପଦ ନାଏକଙ୍କ ସମେତ ଡ. ସୁଧାଂଶୁ ତ୍ରିବେଦୀ, ସୁଧା ମୂର୍ତ୍ତି ଓ ରବି କିଶନଙ୍କ ଭଳି ସାଂସଦ ମଧ୍ୟ ଏହି ତାଲିକାରେ ଅଛନ୍ତି।

- Advertisement -

ଅନ୍ୟମାନଙ୍କ ମଧ୍ୟରେ ବିଜେପିର ବରିଷ୍ଠ ନେତା ରବିଶଙ୍କର ପ୍ରସାଦ, ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ, ଅଲିମ୍ପିକ୍ସ ପଦକ ବିଜେତା ସାଇନା ନେହୱାଲ, ପ୍ରସିଦ୍ଧ କବି କୁମାର ବିଶ୍ୱାସ, କ୍ରିକେଟର ସୁରେଶ ରାଇନା, ଅନ୍ତର୍ଜାତୀୟ କୁସ୍ତିଯୋଦ୍ଧା ଖଲି, କୋରିଓଗ୍ରାଫର ରେମୋ ଡିସୁଜା ପ୍ରମୁଖ ପବିତ୍ର ସ୍ନାନ କରିସାରିଛନ୍ତି।

ପ୍ରୟାଗରାଜରେ ମହାକୁମ୍ଭ ୨୦୨୫ରେ ସ୍ନାନ କରିଥିବା ଶ୍ରଦ୍ଧାଳୁଙ୍କ ସଂଖ୍ୟା ୪୨ ଲକ୍ଷ ଟପିଥିବା ବେଳେ ମହାକୁମ୍ଭ ୨୦୨୫ରେ ଶୁକ୍ରବାର ସୁଦ୍ଧା ସମୁଦାୟ ସଂଖ୍ୟା ୪୦ କୋଟି ଟପିଛି। ମହାକୁମ୍ଭ ଆଉ ୧୯ ଦିନ ବାକି ଥିବା ବେଳେ ଏହା ୫୦ କୋଟି ଟପିପାରେ ବୋଲି ଅନୁମାନ କରାଯାଉଛି। ପବିତ୍ର ତ୍ରିବେଣୀରେ ସ୍ନାନ କରିବା ପାଇଁ ସାରା ଭାରତ ଓ ବିଶ୍ୱରୁ ବହୁ ସଂଖ୍ୟାରେ ଲୋକ ଆସୁଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories