www.samajalive.in
Saturday, December 13, 2025
26.1 C
Bhubaneswar

୬୩୯୦ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଡେସ୍କ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଭୁବନେଶ୍ୱରରେ ଆୟୋଜିତ ରାଜ୍ୟସ୍ଥରୀୟ ନିଯୁକ୍ତି ମେଳାରେ ୬ ହଜାର ୩୯୦ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। କ୍ୟାପିଟାଲ ହାଇସ୍କୁଲ ପଡିଆରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନୂତନ ଭାବେ ମନୋନୀତ ହୋଇଥିବା ପ୍ରାର୍ଥୀମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି।

ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ନୂତନ ପ୍ରାର୍ଥୀମାନଙ୍କୁ ନିଯୁକ୍ତି ମିଳିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୨ ହଜାର ୭୫୩ ଜଣ ବହୁମୁଖୀ ମହିଳା ସ୍ବାସ୍ଥ୍ୟକର୍ମୀଙ୍କ ସମେତ ୧୧୦ ଜଣ ଆର୍ୟୁବେଦିକ୍ ମେଡିକାଲ ଅଫିସର, ୧୦ ଜଣ ହୋମିଓପାଥ୍‌କ୍ ଅଧ୍ୟାପକ ଓ ୫ ଜଣ ଆୟୁଷ୍ କନିଷ୍ଠ ସହାୟକଙ୍କୁ ନିଯୁକ୍ତି ପତ୍ର ଦିଆଯାଇଛି।

- Advertisement -

ସେହିପରି ଅନ୍ୟ ବିଭାଗ ପାଇଁ ବଣ୍ଟନ କରାଯାଇଥିବା ନିଯୁକ୍ତି ପତ୍ର ହେଉଛି –
୧) ସ୍ଥାନୀୟ ପାଣ୍ଠି ସମୀକ୍ଷକ – ୧୧୮ ଜଣ
୨) ଉପଖଣ୍ଡ ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ – ୧୨ ଜଣ
୩) ଜଳସମ୍ପଦ ବିଭାଗରେ ଅମୀନ – ୫୭ ଜଣ
୪) ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ – ୧୦୪ ଜଣ
୫) ଶିକ୍ଷକ ଓ ଅଧ୍ୟକ୍ଷ – ୮୯୪ ଜଣ
୬) ଶିକ୍ଷକ ଶିକ୍ଷୟତ୍ରୀ – ୧,୭୯୮ ଜଣ
୭) କନିଷ୍ଠ ସହାୟକ – ୭୩ ଜଣ
୮) ସମୀକ୍ଷକ – ୨ ଜଣ
୯) ଯୋଗାଣ ନିରୀକ୍ଷକ – ୩୭ ଜଣ
୧୦) କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ – ୨୧୨ ଜଣ
୧୧) ସହକାରୀ ମତ୍ସ୍ୟ ଅଧୁକାରୀ – ୨୦ ଜଣ
୧୨) ହିସାବ ରକ୍ଷକ – ୩୪ ଜଣ
୧୩) ଅମିନ – ୧୨ ଜଣ
୧୪) ନିଷ୍ଠ ସହାୟକ – ୧୪ ଜଣ
୧୫) କନିଷ୍ଠ ହିସାବ ରକ୍ଷକ – ୨ ଜଣ
୧୬) ସହକାରୀ ତାଲିମ୍ ଅଧିକାରୀ – ୧୨୩ ଜଣ

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories