www.samajalive.in
Saturday, December 13, 2025
14.1 C
Bhubaneswar

ସୋନୁ ସୁଦ୍‌ଙ୍କ ନାଁରେ ଗିରଫ ପରଓ୍ବାନା ଜାରି

ସମାଜ ଡିଜିଟାଲ ଡେସ୍କ: ବଲିଉଡ଼ ଅଭିନେତା ସୋନୁ ସୁଦ୍‌ଙ୍କ ନାଁରେ ଜାରି ହୋଇଛି ଗିରଫ ପରଓ୍ବାନା। ଏକ ଠକେଇ ମାମଲାରେ ସାକ୍ଷ୍ୟ ଦେବାକୁ ହାଜର ନ ହେବାରୁ ଅଦାଲତ ଗୁରୁବାର ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି। ସୂଚନା ଅନୁସାରେ, ଲୁଧିଆନାର ଓକିଲ ରାଜେଶ ଖାନ୍ନାଙ୍କ ପକ୍ଷରୁ ଏହି ମାମଲା ଦାୟର କରାଯାଇଥିଲା। ସେ ଅଭିଯୋଗ କରିଥିଲେ ଯେ, ମୋହିତ ଶୁକ୍ଳା ନାମକ ଜଣେ ବ୍ୟକ୍ତି ତାଙ୍କ ସହ ୧୦ ଲକ୍ଷ ଟଙ୍କାର ଠକେଇ କରିଛନ୍ତି। ଓକିଲ କହିଛନ୍ତି ଯେ, ମୋହିତ ଶୁକ୍ଳା ତାଙ୍କୁ ଏକ ନକଲି ‘ରିଜିକା ମୁଦ୍ରା’ରେ ନିବେଶ କରିବାକୁ ଉସୁକାଇଥିଲେ ଏବଂ ଏହି ମାମଲାରେ ସୋନୁ ସୁଦଙ୍କୁ ସାକ୍ଷୀ ଦେବାର ଥିଲା।

ଅଦାଲତ ଅନେକ ଥର ସମନ ପଠାଇବା ସତ୍ତ୍ୱେ ଅଭିନେତା ସୋନୁ ସୁଦ ଏହାକୁ ଅଣଦେଖା କରିଥିଲେ। ଏହାକୁ ନେଇ କୋର୍ଟ ଏବେ ଗିରଫ ପରଓ୍ବାନା ଜାରି କରିଛନ୍ତି। କୋର୍ଟ ନିର୍ଦ୍ଦେଶରେ କହିଛନ୍ତି, ‘‘ସୋନୁ ସୁଦଙ୍କୁ ବିଧିବଦ୍ଧ ଭାବେ ସମନ ଜାରି କରାଯାଇଛି, କିନ୍ତୁ ସେ ହାଜର ହେବାରେ ବିଫଳ ହୋଇଛନ୍ତି। ସୋନୁ ସୁଦଙ୍କୁ ଗିରଫ କରି କୋର୍ଟରେ ହାଜର କରାଇବାକୁ ନିର୍ଦ୍ଦେଶ ଦିଆଯାଉଛି।’’

- Advertisement -

ମୁମ୍ବଇର ଅନ୍ଧେରୀ ପଶ୍ଚିମରେ ଓଶିୱାରା ଥାନାକୁ ଓ୍ବାରେଣ୍ଟ ପଠାଇ ଅଭିନେତାଙ୍କୁ ଗିରଫ କରିବା ଏବଂ ତାଙ୍କୁ କୋର୍ଟରେ ହାଜର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ଫେବୃଆରୀ ୧୦ରେ ହେବ।

Hot this week

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

Related Articles

Popular Categories