www.samajalive.in
Saturday, December 13, 2025
26.1 C
Bhubaneswar

ଆଜି ପହଞ୍ଚିବେ; ଦୁଇ ଦଳ ଭାରତ -ଇଂଲଣ୍ଡ

କଟକ: ଦୀର୍ଘଦିନର ବ୍ୟବଧାନ ପରେ କଟକ ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହେଉଛି ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ। ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆ ପାଇଁ ଆଜି ଦୁଇ ଦଳ ଭୁବନେଶ୍ୱରରେ ପହଞ୍ଚିବେ। ଏଥିପାଇଁ କ୍ରିକେଟ ପ୍ରେମୀ ଓ ସ୍ଥାନୀୟ ଲୋକଙ୍କ ତରଫରୁ ଉତ୍କଣ୍ଠା ଦେଖିବାକୁ ମିଳିଛି। ଟିକେଟ ବିକ୍ରି କେବେ ଠାରୁ ସରିଛି। କିନ୍ତୁ କ୍ରିକେଟ ପ୍ରେମୀ ଭାରତ -ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ଦିନିକିଆକୁ ଉତ୍କଣ୍ଠା ସହ ଅପେକ୍ଷା କରିଛନ୍ତି।
ଆସନ୍ତା ୯ ତାରିଖରେ ଏହି ଅନ୍ତର୍ଜାତୀୟ ସିରିଜର ଦ୍ୱିତୀୟ ଦିନିକିଆରେ ଭାରତ ଓ ଇଂଲଣ୍ଡ ମଧ୍ୟରେ କଟକ ବାରବାଟୀରେ ଅନୁଷ୍ଠିତ ହେବ। ସେଥିପାଇଁ ସଜେଇ ହୋଇଛି ବାରବାଟୀ।
ଆଜି ସଂଧ୍ୟା ସମୟରେ କ୍ରିକେଟ ଖେଳାଳିଙ୍କୁ ଦେଖିବା ପାଇଁ ଏୟାରପୋର୍ଟ ଓ” ମେ ଫେୟାର “ଠାରେ ଅନେକ କ୍ରିକେଟ ପ୍ରେମୀଙ୍କ ଭିଡ଼ ପରିଲିଖିତ ହେବ। ଅତିଥିଙ୍କ ପାଇଁ “ମେ ଫେୟାର” ପ୍ରସ୍ତୁତ ରହିଛି। ସୁପର ସନ ଡେରେ ସୁପର ମୁକାବିଲା ପାଇଁ, କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି।
ସ୍ଥାନୀୟ ମେ ଫେୟାର ଠାରେ ଆଜି ପହଞ୍ଚିବେ ଦୁଇ ଦଳ। ଏକ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ସହ ଦୁଇ ଦଳର ଖେଳାଳିଙ୍କୁ ଏୟାରପୋର୍ଟରୁ ମେ ଫେୟାର ଅଭିମୁଖେ ବାହାରିବେ। କାଲି ଅଭ୍ୟାସ କରିବେ ଦୁଇ ଦଳ। ରବିବାରର ମହାମୁକାବିଲାକୁ ଅପେକ୍ଷା।
ଖେଳାଳିଙ୍କ ଆସିବା ହେତୁ ପୁଲିସ ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ପ୍ରକାଶ ଥାଉକି, ପ୍ରଥମ ମ୍ୟାଚକୁ ଭାରତ ଜିତି ନେଇ ,ସିରିଜରେ ୧-୦ ରେ ଆଗୁଆ ରହିଛି। ରବିବାର ଦ୍ୱିତୀୟ ଦିନିକିଆରେ ଦୁଇ ଦଳ ମୁହାଁମୁହିଁ ହେବେ। ସୁପର ସନ ଡେର ସୁପର ମ୍ୟାଚ କ୍ରିକେଟ ପ୍ରେମୀଙ୍କ ମନରେ ଉତ୍କଣ୍ଠା ଆଣି ଦେଇଛି।

ଏଥର ମହାଶିବରାତ୍ରୀରେ ମହାସଂଯୋଗ: ଏହି ରାଶିଙ୍କୁ ମାଲାମାଲ୍‌ କରିବେ ପ୍ରଭୁ ଶିବଶଙ୍କର, ହେବେ ଭାଗ୍ୟଶାଳୀ

ଆସନ୍ତାକାଲି ଆସିବ ସୁଭଦ୍ରା ଟଙ୍କା; ୧୮ ଲକ୍ଷ ମହିଳା ପାଇବେ

- Advertisement -

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories