www.samajalive.in
Saturday, December 13, 2025
26.1 C
Bhubaneswar

ଚୋରା କୋଇଲା ଆଡ୍ଡା ଉପରେ ଚଢାଉ: ୧୩  ଗିରଫ, ୨ କୋଇଲା ବୋଝେଇ ମିନି ଟ୍ରକ ଜବତ

ଗୁରୁଡିଝାଟିଆ : ଚୋରା କୋଇଲା ବେପାରୀଙ୍କ ଉପରେ ପଡ଼ିଛି ଚଡ଼କ। ଖୁଣ୍ଟୁଣୀ ପୁଲିସ ଇତିହାସରେ ପ୍ରଥମ ଥର ୧୩ ଚୋରା କୋଇଲା ବ୍ୟବସାୟୀଙ୍କୁ ଗିରଫ କରିବା ସହ ୨ ମିନି ଟ୍ରକକୁ ଜବତ କରିଛି। ପୁଲିସର ଏଭଳି ପଦକ୍ଷେପକୁ ସାଧାରଣରେ ସାଧୁବାଦ ପ୍ରଦାନ କରାଯାଇଛି। ପ୍ରକାଶ ଯୋଗ୍ୟ ଦୀର୍ଘ ଦିନ ଧରି ୫୫ ନଂ ଜାତୀୟ ରାଜପଥର ଅଡାଳ, କୃଷ୍ଣଶ୍ୟାମପୁର ଓ ମଥୁରାପୁର ଗାଁ ପାଶ୍ୱର୍ରେ ଚୋରା ବ୍ୟବସାୟୀ ମାନେ ଶାଗ ,ମାଛ ଭଳି ଡିପୋ କରି କୋଇଲା ବ୍ୟବସାୟୀ କଳା ବେପାର କରିଥାନ୍ତି । ବାରମ୍ବାର ଅଭିଯୋଗ ପରେ ମଧ୍ୟ କିଛି ସୁଫଳ ମିଳିପାରିନଥାଏ । ହେଲେ ଆଜି ଜିଲ୍ଲା ପୁଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ ଓ ସ୍ଥାନୀୟ ଥାନା ଅଧିକାରୀ ରଞ୍ଜନ କୁମାର ପ୍ରଧାନ ଅତର୍କିତ ଭାବେ ଯୋଜନା ମୁତାବକ ମଥୁରାପୁର କାଜୁ ଜଙ୍ଗଲ ଓ କୃଷ୍ନଶ୍ୟାମପୁର ନୂଆ ସାହି  ଚୋରା କୋଇଲା ଡିପୋ ଉପରେ ଚଢାଉ କରିବା ଯୋଗୁଁ ତୋଟାପଡାର ଗଙ୍ଗା ପଲେଇ, ଖଗେଶ୍ବର ସାହୁ, ସଦଳ ସାହୁ, ପ୍ରଶାନ୍ତ ବାରିକ, ରବି ବେହେରା ପ୍ରକାଶ ସାହୁ, ସୁରେଶ ରାଉତ, ଭାଗ୍ୟଧର ନାଏକ, ବିଭୂତି ସ୍ବାଇଁ, ମନୋରଞ୍ଜନ ରାଉତ, ଶଙ୍କର୍ଷଣ ବେହେରା, ପ୍ରଦୀପ ବେହେରା, ଭାସ୍କର ଖଟୁଆ, ବିକାଶ ବେହେରା ପ୍ରମୁଖଙ୍କୁ ଗିରଫ କରିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories