www.samajalive.in
Thursday, December 11, 2025
13.1 C
Bhubaneswar

ନୂତନ ଅନୁଦାନପ୍ରାପ୍ତ ମାଧ୍ୟମିକ ବିଦ୍ୟାଳୟ କନିଷ୍ଠ କିରାଣୀ ସଂଘର ଦାବିପତ୍ର

ପିପିଲି: ରାଜ୍ୟ ନୂତନ ଅନୁଦାନପ୍ରାପ୍ତ ମାଧ୍ୟମିକ ବିଦ୍ୟାଳୟ କନିଷ୍ଠ କିରାଣୀ ସଂଘର କର୍ମକର୍ତ୍ତାମାନେ ଗୁରୁବାର ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ଭେଟି ସେମାନଙ୍କ ମୌଳିକ ସମସ୍ୟାର ସମାଧାନ ସଂପର୍କରେ ଆଲୋଚନା କରିଛନ୍ତି। ନୂତନ ଅନୁଦାନପ୍ରାପ୍ତ ମାଧ୍ୟମିକ ବିଦ୍ୟାଳୟ କନିଷ୍ଠ କିରାଣୀ ସଂଘର ସଭାପତି ପ୍ରକାଶ କୁମାର ପ୍ରଧାନଙ୍କ ନେତୃତ୍ୱରେ ସଂଘର କର୍ମକର୍ତ୍ତାମାନେ ମନ୍ତ୍ରୀଙ୍କୁ ତାଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ ଭେଟିଛନ୍ତି।

ନୂତନ ଅନୁଦାନପ୍ରାପ୍ତ ମାଧ୍ୟମିକ ବିଦ୍ୟାଳୟମାନଙ୍କରେ କାର୍ଯ୍ୟ କରୁଥିବା କନିଷ୍ଠ କିରାଣୀମାନେ ଅଣଶିକ୍ଷକ ହୋଇଥିଲେ ମଧ୍ୟ ବିଭିନ୍ନ ବିଦ୍ୟାଳୟରେ ସେମାନେ ଶିକ୍ଷକ ଭଳି ଅନବରତ କାର୍ଯ୍ୟ କରିଆସୁଛନ୍ତି। ଦୀର୍ଘବର୍ଷର ଅଭିଜ୍ଞତାକୁ ଦୃଷ୍ଟିରେ ରଖି ଶିକ୍ଷାଗତ ଯୋଗ୍ୟତା ଭିତ୍ତିରେ ଗ୍ରେଡ୍‌‌ ପେ ବୃଦ୍ଧି ସହ ସେମାନଙ୍କୁ ଉଚ୍ଚତର ହାରରେ ଦରମା ପ୍ରଦାନ କରାଯିବା, ଉଚ୍ଚଶିକ୍ଷା ଓ ହିସାବ ରକ୍ଷକ ପରୀକ୍ଷା ଦେବା ନିମନ୍ତେ ଅନୁମତି ପ୍ରଦାନ କରାଯିବା ସହ ଉକ୍ତ ପରୀକ୍ଷାର ଫଳାଫଳକୁ ସ୍ୱିକୃତୀ ପ୍ରଦାନ କରାଯିବା, ଏଚଆରଏମଏସରେ ଏନଜିଆଇଏ ବିଦ୍ୟାଳୟରେ କାର୍ଯ୍ୟରତ କନିଷ୍ଠ କିରାଣୀ ମାନଙ୍କ ପଦବୀକୁ ସରକାରୀ ବିଦ୍ୟାଳୟରେ ଥିବା କନିଷ୍ଠ ସହାୟକ ମାନ୍ୟତା ପ୍ରଦାନ କରାଯିବା, ଏନ୍‌‌ଜିଆଇଏ ବିଦ୍ୟାଳୟରେ କାର୍ଯ୍ୟରତ କନିଷ୍ଠ କିରାଣୀ ମାନେ ୪୮ବର୍ଷରେ ପଦାର୍ପଣ କଲେ ସେମାନଙ୍କୁ ଅତିକମ୍‌‌ରେ ଦୁଇଟି ସ୍ତରରେ ଉତ୍ତୀର୍ଣ୍ଣ କରାଯାଇ ଚାକିରିକାଳ ମଧ୍ୟରେ ସମ୍ମାନିତ କରାଯିବା ଓ ଉଚ୍ଚତର ହାରରେ ଦରମା ପ୍ରଦାନର ବ୍ୟବସ୍ଥା କରାଯିବା, ଅବସର ପରେ ଶିକ୍ଷକମାନଙ୍କୁ ଲାଗୁଥିବା ନିୟମ ଭଳି କନିଷ୍ଠ କିରାଣୀଙ୍କୁ ଅତିଥି ସହାୟକ ଭାବେ ନିଯୁକ୍ତିର ବ୍ୟବସ୍ଥା କରାଯିବା ଆଦି ଦାବି ସଂପର୍କିତ ଏକ ସ୍ମାରକପତ୍ରକୁ ସଂଘ ପକ୍ଷରୁ ମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା। ଏହିସବୁ ସମସ୍ୟାର ସମାଧାନ ସହ ସମସ୍ତ ଦାବୀକୁ ପୂରଣ କରାଯିବା ଦିଗରେ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସଂଘ ପକ୍ଷରୁ ଅନୁରୋଧ କରାଯାଇଥିଲା। ମନ୍ତ୍ରୀଙ୍କ ସହ ଆଲୋଚନା ସମୟରେ ସଂଘର ସାଧାରଣ ସଂପାଦିକା ଲିପ୍‌‌ସା ପଣ୍ଡା, ଯୁଗ୍ମ ସଂପାଦକ ଖଗେଶ୍ୱର ସାହୁ, ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ପ୍ରଶାନ୍ତ କୁମାର ସାହୁ, ସୁଧାଂଶୁ ପ୍ରଧାନ, ନବରଙ୍ଗପୁର ଜିଲା କାର୍ଯ୍ୟ ନିର୍ବାହୀ ସଦସ୍ୟ ପ୍ରକାଶ ଚନ୍ଦ୍ର ପରିଡ଼ା, ପୁରୀ ଜିଲା କାର୍ଯ୍ୟ ନିର୍ବାହୀ ସଦସ୍ୟ ହୃଷିକେଶ ପ୍ରଧାନ, ଗୌରମୋହନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories