www.samajalive.in
Tuesday, December 9, 2025
23.1 C
Bhubaneswar

ଆସିଲା ଓଲା ଇ-ବାଇକ୍, ଥରେ ଚାର୍ଜ କଲେ ଯିବ ୫୦୧ କି.ମି.

ନୂଆଦିଲ୍ଲୀ : ଓଲା ଇଲେକ୍ଟ୍ରିକ୍ ଭାରତୀୟ ବଜାରରେ ନିଜ ପ୍ରଥମ ଇଲେକ୍ଟ୍ରିକ୍ ମୋଟରସାଇକେଲ ରୋଡଷ୍ଟର ଏକ୍ସ ଲଞ୍ଚ୍ କରିଦେଇଛି । କମ୍ପାନୀ ଏହି ଏଣ୍ଟ୍ରି ଲେବଲ ଏକ୍ସ ସିରିଜରେ ୨ ମଡେଲ ରୋଡଷ୍ଟର ଏକ୍ସ ଓ ରୋଡଷ୍ଟର ଏକ୍ସ ପ୍ଲସ୍ ଲଞ୍ଚ୍ କରିଛି । ଖାସ୍ କଥା ହେଉଛି କି ଏହି ମୋଟରସାଇକେଲକୁ ଥରେ ଚାର୍ଜ କଲେ ୫୦୧ କିଲୋମିଟର ଯାତ୍ରା କରିପାରିବ । ରୋଡଷ୍ଟର ଏକ୍ସକୁ ୩ ବ୍ୟାଟେରୀ ପ୍ୟାକ୍ ଓ ରୋଡଷ୍ଟର ଏକ୍ସ ପ୍ଲସକୁ ୨ ବ୍ୟାଟେରୀ ପ୍ୟାକରେ ଲଞ୍ଚ୍ କରାଯାଇଛି । କମ୍ପାନୀ ଏହି ମୋଟରସାଇକେଲର ପ୍ରାରମ୍ଭିକ ଏକ୍ସ ଶୋରୁମ୍ ଦାମ୍ ୮୯,୯୯୯ ଟଙ୍କା ନିର୍ଦ୍ଧାରିତ କରିଛି । କିନ୍ତୁ ଏବେ କମ୍ପାନୀ ଏଥିରେ ୧୫ ହଜାରର ଇଣ୍ଟ୍ରୋଡକ୍ଟ୍ରୀ ରିହାତି ଦେଉଛି ।

ଓଲା ରୋଡଷ୍ଟର ଏକ୍ସକୁ  ୩ ବ୍ୟାଟେରୀ ପ୍ୟାକରେ ଲଞ୍ଚ୍ କରିଛି । ଏଥିରେ ୨.୫ କିଲୋଓ୍ବାଟ, ୩.୫ କିଲୋଓ୍ବାଟ୍ ଓ ୪.୫ କିଲୋଓ୍ବାଟ୍ ବ୍ୟାଟେରୀ ପ୍ୟାକ୍ ସାମିଲ । ଏଥିରେ ୭ କିଲୋଓ୍ବାଟ ପିକ୍ ପାଓ୍ବର ବିଶିଷ୍ଟ ମୋଟର ମିଳିଥାଏ । ଏହି ମୋଟରସାଇକେଲର ଟପ୍ ସ୍ପିଡ୍ ୧୧୮ କିଲୋମିଟର ପ୍ରତି ଘଣ୍ଟା । ଏହା ଶୂନ୍ୟରୁ ୪୦ କିଲୋମିଟର ପ୍ରତି ଘଣ୍ଟାର ସ୍ପିଡ୍ ୩.୧ ସେକେଣ୍ଡରେ ପୁରା କରିପାରିଥାଏ । କମ୍ପାନୀ କହିଛି କି ଏହାର ଆଇଡିସି ରେଞ୍ଜ ୨୫୨ କିଲୋମିଟର । ୨.୫ କିଲୋଓ୍ବାଟ୍ ବ୍ୟାଟେରୀ ପ୍ୟାକର ଦାମ୍ ୭୪,୯୯୯ ଟଙ୍କା, ୩.୫ କିଲୋଓ୍ବାଟ୍ ବ୍ୟାଟେରୀ ପ୍ୟାକର ଦାମ୍ ୮୪,୯୯୯ ଟଙ୍କା ଏବଂ ୪.୫ କିଲୋଓ୍ବାଟ ବ୍ୟାଟେରୀ ପ୍ୟାକର ଦାମ୍ ୯୪,୯୯୯ ଟଙ୍କା ରଖିଛି କମ୍ପାନୀ ।

- Advertisement -

ଓଲା ରୋଡଷ୍ଟର ଏକ୍ସ ପ୍ଲସରେ ୨ ବ୍ୟାଟେରୀ ପ୍ୟାକରେ ଲଞ୍ଚ୍ କରାଯାଇଛି । ଏଥିରେ ୪.୫ କିଲୋଓ୍ବାଟ ଓ ୯.୧ କିଲୋଓ୍ବାଟ ବ୍ୟାଟେରୀ ପ୍ୟାକ୍ ସାମିଲ ରହିଛି । ଏଥିରେ ୧୧ କିଲୋଓ୍ବାଟ ପିକ୍ ପାଓ୍ବର ବିଶିଷ୍ଟ ମୋଟର ମିଳିଥାଏ । ଏହି ବାଇକର ଟପ୍ ସ୍ପିଡ୍ ୧୨୫ କିଲୋମିଟର ପ୍ରତି ଘଣ୍ଟା । ମାତ୍ର ୨.୭ ସେକେଣ୍ଡରେ ଏହା ଶୂନ୍ୟରୁ ୪୦ କିଲୋମିଟର ପ୍ରତି ଘଣ୍ଟା ସ୍ପିଡ୍ ଧରିପାରେ । କମ୍ପାନୀ କହିଛି କି ଏହା ବଡ ବ୍ୟାଟେରୀ ପ୍ୟାକ ସହିତ ଆସିବ ଏବଂ ଥରେ ଚାର୍ଜ କଲେ ୫୦୧ କିଲୋମିଟର ଯାତ୍ରା କରିପାରିବ । ୪.୫ କିଲୋଓ୍ବାଟ ବ୍ୟାଟେରୀ ପ୍ୟାକର ଦାମ୍ ୧.୦୪,୯୯୯ ଟଙ୍କା ଏବଂ ୯.୧ କିଲୋଓ୍ବାଟ ବ୍ୟାଟେରୀ ପ୍ୟାକର ଦାମ୍ ୧୫୪,୯୯୯ ଟଙ୍କା ରଖିଛି କମ୍ପାନୀ । କହିରଖୁଛୁ ଏହି ସମସ୍ତ ମୋଟରସାଇକେଲରେ ୧୫ ହଜାର ଟଙ୍କାର ଇଣ୍ଟ୍ରୋଡକ୍ଟ୍ରି ରିହାତି ମିଳୁଛି । ତେବେ ଏହି ଅଫର କେତେଦିନ ପର୍ଯ୍ୟନ୍ତ ରହିବ ସେନେଇ କମ୍ପାନୀ କୌଣସି ସୂଚନା ଦେଇନି ।

Hot this week

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

Related Articles

Popular Categories