www.samajalive.in
Sunday, December 14, 2025
26.1 C
Bhubaneswar

ଜେନାପଦାରେ ଶାନ୍ତି ମହାଯଜ୍ଞ ଓ ପ୍ରତିଭା ସମ୍ବର୍ଦ୍ଧନା

ଆଠଗଡ଼: ଆଠଗଡ଼ ବ୍ଲକ ଅନ୍ତର୍ଗତ ଜେନାପଦା ଦେଶ ଗ୍ରାମର ଆମ ଗାଁ ହରିହାଟ ମହାସଙ୍ଘ ଓ ଗ୍ରାମବାସୀଙ୍କ ପ୍ରତକ୍ଷ୍ଯ ତତ୍ତ୍ୱବଧାନରେ ମା ବାଞ୍ଛା ମଙ୍ଗଳା ପୀଠ ପରିସରରେ ବ୍ରହ୍ମଗୋଛନ୍ଦ ଶାନ୍ତି ଘୃତ ମହାଯଂଜ୍ଞ ଓ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଅଛି। ପ୍ରଥମ ଦିବସ ରବିବାର ଅଙ୍କୁରାରୋପଣ, ସୂର୍ଯ୍ୟପୂଜା ପରେ ବ୍ରତଧାରୀଙ୍କ ଦ୍ୱାରା କଳସ ଯାତ୍ରା ଓ ଘଟ ସ୍ଥାପନ କରାଯାଇ ହରିନାମ ସହ ଘୃତ ଯଜ୍ଞ ଆରମ୍ଭ ହୋଇଥିଲା। ମଙ୍ଗଳବାର ପୂର୍ଣ୍ଣାହୁତି ପୂର୍ବରୁ ହରିହାଟ ମହାସଙ୍ଘର ସଭାପତି ରାମଦାଶ ରଣାଙ୍କ ଅଧକ୍ଷତାରେ ଆଠଗଡ଼ ଅଞ୍ଚଳର ବିକାଶ ସହିତ ସତ୍ୟ, ନିରପେକ୍ଷ ତଥା ଅନ୍ୟାୟ ଓ ଅନୀତି ବିରୁଦ୍ଧରେ ସମ୍ବାଦ ପରିବେଷଣ କରୁଥିବା ୧୦ ଜଣ ସାମ୍ବାଦିକଙ୍କୁ ସମ୍ଵର୍ଦ୍ଧିତ କରାଯାଇଥିଲା। ଏଥିସହିତ ଜଣେ ଅବସର ପ୍ରାପ୍ତ ସେନା କର୍ମଚାରୀ, ନିସ୍ୱାର୍ଥପର ସମାଜସେବୀ, ଗ୍ରାମର ଜଣେ ଶ୍ରେଷ୍ଠ ଚାଷୀ, ଜଣେ ପଞ୍ଚାୟତସ୍ତରୀୟ ଦକ୍ଷ ସରକାରୀ କର୍ମଚାରୀ ଏବଂ ଜେନାପଦା ଗ୍ରାମର ୧୦ଟି ପଡୋଶୀ ଗ୍ରାମର ସଭାପତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏତଦବ୍ୟତୀତ ୧୦ ଜଣ ପିତୃମାତୃହୀନ ଅସହାୟ ନାବାଳିକାଙ୍କୁ ସୁନା ନାକଫୁଲ, ଅସହାୟ ବୃଦ୍ଧ ପିତାମାତାଙ୍କୁ ବସ୍ତ୍ର, ଜେନାପଦା ହାଇସ୍କୁଲ ଓ କ୍ଲଷ୍ଟରର ୧୦ ମେଧାବୀ ଛାତ୍ରଛାତ୍ରୀଙ୍କୁ ଏବଂ ଜେନାପଦା ଗ୍ରାମର ବିଶ୍ୱକର୍ମା ଗୁରୁମାନଙ୍କୁ ମଧ୍ଯ ସମ୍ଵର୍ଦ୍ଧିତ କରାଯାଇଥିଲା।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories