www.samajalive.in
Sunday, December 14, 2025
26.1 C
Bhubaneswar

ବ୍ରାଜିଲରେ ଏହି ଭାରତୀୟ ଗାଈ ଭାଙ୍ଗିଲା ସବୁ ରେକର୍ଡ, ଦାମ୍ ୪୦ କୋଟି ଛୁଇଁଲା

ନୂଆଦିଲ୍ଲୀ : ବ୍ରାଜିଲରେ ଏକ ଭାରତୀୟ ଗାଈ ୪୦ କୋଟି ଟଙ୍କାରେ ବିକ୍ରି ହୋଇଛି । ବ୍ରାଜିଲରେ ମିନାସ ଗେରେସରେ ବିଭିନ୍ନ ପଶୁମାନଙ୍କ ମେଳା ଚାଲିଛି । ଏଠାରେ ଏକ ଭାରତୀୟ ଗାଈ ସବୁଠାରୁ ମହଙ୍ଗା ଦାମରେ ବିକ୍ରି ହୋଇଛି । ଏହି ଗାଈର ନାଁ ଭିୟାଟିନା-୧୯ । ୪୦ କୋଟି ଟଙ୍କାରେ ଏହି ଗାଈ ବିକ୍ରି ହେବା ପରେ ଗିନିଜ ବୁକରେ ସ୍ଥାନ ପାଇଛି । ଏହା ନେଲ୍ଲୋର ପ୍ରଜାତିର ଗାଈ । ଏହା ପ୍ରାୟତଃ ଭାରତର ଆନ୍ଧ୍ର ପ୍ରଦେଶ ଓ ତେଲଙ୍ଗାନାରେ ମିଳିଥାଏ ।

ଭିୟାଟିନା-୧୯ ଦେଖିବାକୁ ଅତି ସୁନ୍ଦର । ଏହି ଗାଈ ପୂର୍ବରୁ ମିସ୍ ସାଉଥ୍ ଆମେରିକାର ଟାଇଟଲ ମଧ୍ୟ ଜିତିଥିଲା । ଏହି ଗାଈର ବାଛୁରୀକୁ ଅନେକ ଦେଶକୁ ପଠାଯାଇଛି ଯାହା ଫଳରେ ଏହି ପ୍ରଜାତିକୁ ପ୍ରସ୍ତୁତ କରିହେବ । ବୋଲି ଲଗାଇବା ସମୟରେ ଜଣେ ଗ୍ରାହକ ଭିୟାଟିନା-୧୯ ପାଇଁ ସର୍ବାଧିକ ୪୦ କୋଟି ଟଙ୍କା ପର୍ଯ୍ୟନ୍ତ ମୂଲ୍ୟ ଦେବାକୁ ପ୍ରସ୍ତୁତ ହୋଇଗଲେ ।

- Advertisement -

ନେଲ୍ଲୋର ପ୍ରଜାତିର ଗାଈ ସବୁ ପରିସ୍ଥିତିରେ ଖାପ ଖୁଆଇ ଚଳିପାରେ । ଟାଣ ଖରା ସହ ଶୀତକୁ ସହିପାରେ ଏହି ଗାଈ । ଖାଲି ସେତିକି ନୁହେଁ, ଏହି ପ୍ରଜାତିର ଗାଈର ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥାଏ ଏବଂ ଏହା ରୋଗରେ ବହୁତ କମ୍ ପଡିଥାଏ । ଏହି  ସବୁ କାରଣ ପାଇଁ ସାରା ବିଶ୍ବରେ ଏହାର ଲୋକପ୍ରିୟତା ବହୁତ ଅଧିକ । କହିରଖୁଛୁ ନେଲ୍ଲୋର ପ୍ରଜାତିର ଗାଈ ବ୍ରାଜିଲରେ ପ୍ରାୟତଃ ସମସ୍ତେ ପାଳିଥାନ୍ତି । ୧୮୦୦ ମସିହାରୁ ବ୍ରାଜିଲରେ ଏହି ଗାଈ ପାଳନ ହେଉଥିବା କୁହାଯାଏ ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories