www.samajalive.in
Saturday, December 13, 2025
21.1 C
Bhubaneswar

କେବିସିରେ ହୃଦୟ ଜିତିଲେ ଓଡ଼ିଆ ଝିଅ: ବିଗ୍ ବିଙ୍କ ସହ ଲଞ୍ଚ୍‌କୁ ନେଇ ଉତ୍ସାହିତ

ଭୁବନେଶ୍ବର: ‘କୌନ୍ ବନେଗା କରୋଡ଼ପତି-୧୬’ରେ ଚମକିଲେ ଓଡ଼ିଆ ଝିଅ। ଦର୍ଶକଙ୍କ ସମେତ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି ଓଡ଼ିଆ ଝିଅ କରିଶ୍ମା ଶର୍ମା। ଶୋ’ର ‘ସୁପର ସନ୍ଦୁକ୍ ସେଗମେଣ୍ଟ’ରେ ୧୨.୫ ଲକ୍ଷ ଜିତିବା ସହ ବିଗ୍ ବିଙ୍କ ପକ୍ଷରୁ ମଧ୍ୟାହ୍ନ ଭୋଜନ ପାଇଁ ନିମନ୍ତ୍ରଣ ମଧ୍ୟ ପାଇଛନ୍ତି କରିଶ୍ମା, ଯାହାକୁ ନେଇ ସେ ବେଶ୍ ଉତ୍ସାହିତ ଥିବା ପ୍ରକାଶ କରିଛନ୍ତି।

ପ୍ରାରମ୍ଭିକ ପର୍ଯ୍ୟାୟରେ ଭୟଭୀତ ଥିବା କରିଶ୍ମା ଚ୍ୟାଲେଞ୍ଜିଂ ତଥା କଷ୍ଟକର ପ୍ରଶ୍ନଗୁଡ଼ିକୁ ଅତି ଚମତ୍କାର ଭାବେ ସାମ୍ନା କରି ସଭିଙ୍କଠାରୁ ପ୍ରଶଂସା ସାଉଁଟିଛନ୍ତି। ତାଙ୍କ ଭୟ, ଚାପ ଓ ଉତ୍କଣ୍ଠାକୁ ଲକ୍ଷ୍ୟ କରି ବିଗ୍ ବି ବ୍ୟକ୍ତିଗତ ଭାବେ ତାଙ୍କୁ ମାର୍ଗଦର୍ଶନ ଏବଂ ଉତ୍ସାହ ପ୍ରଦାନ କରି ମାନସିକସ୍ତରରେ ଦୃଢ କରାଇଥିଲେ। ତାଙ୍କର ଉତ୍ତମ ପ୍ରଦର୍ଶନ ଶେଷରେ ତାଙ୍କୁ ‘ସୁପର ସନ୍ଦୁକ୍ ଚ୍ୟାଲେଞ୍ଜ’ରେ ସମସ୍ତ ୧୦ଟି ପ୍ରଶ୍ନର ସଫଳତାର ସହ ଉତ୍ତର ଦେବାରେ ସକ୍ଷମ କରିଥିଲା।

- Advertisement -

ନିଜ ବାପାଙ୍କ ଇଚ୍ଛାକୁ ପୂରଣ କରିବାକୁ ମୟୁରଭଞ୍ଜ ଜିଲା ରାଇରଙ୍ଗପୁରରୁ ହଟ୍ ସିଟ୍ ପର୍ଯ୍ୟନ୍ତ ତାଙ୍କର ଏହି ଉଲ୍ଲେଖନୀୟ ଯାତ୍ରା ସାରା ଭାରତରେ ଦର୍ଶକଙ୍କୁ ଆକର୍ଷିତ କରିଛି। ଶୋ’ରେ ସେ ୨୫-୩୦ ସଦସ୍ୟ ବିଶିଷ୍ଟ ତାଙ୍କ ଯୌଥ ପରିବାର ସହି ଏକ ଭିଡିଓ କଲ୍ ଅନୁରୋଧ କରିଥିଲେ। ଅମିତାଭ ବଚ୍ଚନ, ତାଙ୍କ ପରିବାରର ଆକାରକୁ ମଜାଳିଆ ଢଙ୍ଗରେ ସ୍ୱୀକାର କରି ଭିଡିଓ କଲ୍‌ରେ ସେମାନଙ୍କ ସହ କଥା ହୋଇଥିଲେ, ଯାହା କରିଶ୍ମା ଏବଂ ତାଙ୍କ ପ୍ରିୟଜନଙ୍କ ପାଇଁ ବେଶ୍ ଆନନ୍ଦର ମୁହୂର୍ତ୍ତ ଥିଲା। କେବିସିରେ ଏହି ସଫଳତା ହାସଲ କରିବାରେ ୟୁପିଏସସି ପାଇଁ ତାଙ୍କ ପ୍ରସ୍ତୁତି ବେଶ୍ ସହାୟକ ହୋଇଥିବା କହିଛନ୍ତି କରିଶ୍ମା।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories