www.samajalive.in
Saturday, December 13, 2025
26.1 C
Bhubaneswar

କାର୍ଯ୍ୟକ୍ଷମ ଅପେକ୍ଷାରେ ଗୋବିନ୍ଦତୋଲା ଦ୍ୱିତୀୟ ପୋଲ

ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ ଗଠିତ ହେବାର ୧୨ ବର୍ଷ ବିତିଯାଇଥିବା ସତ୍ୱେ ଆଜି ପର୍ଯ୍ୟନ୍ତ ନିଗମ ନିର୍ବାଚନ ପାଇଁ ପୁର୍ବ ସରକାର ସହିତ ନୂତନ ସରକାର ଉଦାସୀନ ରହିଛନ୍ତି। ପୁର୍ବ ସରକାର ସମୟରେ ଯେଭଳି ବାବୁ ରାଜ ଚାଲିଥିଲା, ଏବେ ମଧ୍ୟ ସେହିଭଳି ଚାଲୁଥିବାର ପରିଲକ୍ଷିତ ହେଉଛି। ନୂତନ ସରକାର ଗଠନ ହେବାର ପ୍ରାୟ ୭ ମାସ ହୋଇ ସାରିଥିବା ବେଳେ କିନ୍ତୁ ସମ୍ବଲପୁର ମହାନଗର ନିଗମ ନିର୍ବାଚନ ସମ୍ପର୍କରେ ଜନପ୍ରତିନିଧିଙ୍କ ଠାରୁ ସରକାର ପର୍ଯ୍ୟନ୍ତ ସମସ୍ତେ ନୀରବ। ମହାନଗର ନିଗମ ଅଞ୍ଚଳରେ ଜନସଂଖ୍ୟା ସହିତ ଯାନବାହନ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହାକୁ ଲକ୍ଷ୍ୟରେ ରଖି ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଜାରି ରହିଛି। ଏହି କ୍ରମରେ ପ୍ରାୟ ୫ ବର୍ଷ ହେବ ଗୋବିନ୍ଦତୋଲା ଠାରେ ଦ୍ୱିତୀୟ ପୋଲ ହରଡ ଜୋର ନାଳ ଉପରେ ନିର୍ମାଣ ହୋଇଛି। କିନ୍ତୁ ବିଡମ୍ବନାର ବିଷୟ ଯେ, ଆଜି ପର୍ଯ୍ୟନ୍ତ ଏହା କାର୍ଯ୍ୟକ୍ଷମ ହୋଇ ପାରି ନାହିଁ। ନିଗମ କତ୍ତୃପକ୍ଷଙ୍କ ଅବହେଳା ଯୋଗୁଁଁ ଏହି ପୋଲ ଉପରେ ଦୀର୍ଘ ବର୍ଷ ଧରି ଦୈନିକ ପରିବା ବଜାର ବସୁଥିବା ବେଳେ ଏହାର ଉଭୟ ପାର୍ଶ୍ବରେ ରହିଥିବା କୋଠାଘର ଗୁଡିକୁ ଦଖଲ ଆଜି ପର୍ଯ୍ୟନ୍ତ କରାଯାଇ ନାହିଁ। ଫଳରେ ପ୍ରଶାସନିକ ଆନ୍ତରିକତାର ଅଭାବ ଯୋଗୁଁଁ ଏହି ଦ୍ୱିତୀୟ ପୋଲ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇ ପାରି ନାହିଁ। ଏହି ଦ୍ୱିତୀୟ ପୋଲକୁ ମୁଖ୍ୟ ରାସ୍ତା ସହିତ ସିଧାସଳଖ ସଂଯୋଗ କରାଯାଉ ନ ଥିବାରୁ ଏହାର ବ୍ୟବହାର ହୋଇ ପାରୁ ନାହିଁ ଏବଂ ଲୋକେ ପୂର୍ବରୁ ଥିବା ପୋଲ ଉପରେ ହିଁ ନିର୍ଭରଶୀଳ ହୋଇ ରହୁଛନ୍ତି। ବାରମ୍ବାର ଦାବି ପରେ ପରିବା ବଜାରକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ କିନ୍ତୁ ଏହି ପୋଲ ଆଜି ମଧ୍ୟ ଗତାଗତ ପାଇଁ ଅନୁକୂଳ ହୋଇ ପାରି ନାହିଁ। ଏହି ପୋଲର ଉଭୟ ପାର୍ଶ୍ବରେ ବିଭିନ୍ନ କୋଠା ଗୁଡିକୁ ଉଚ୍ଛେଦ ପାଇଁ ବାରମ୍ବାର ପ୍ରଶାସନ ଦ୍ୱାରା ଚିହ୍ନଟ କରାଯିବା ସତ୍ୱେ ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇ ପାରି ନାହିଁ। ଏଣୁ ପୋଲକୁ ଯିବା ରାସ୍ତା ବଙ୍କେଇ ହୋଇ ରହିଛି। ଏଥି ସହ ଏହି ପୋଲରେ ନିର୍ମାଣ ସାମଗ୍ରୀ ଗୁଡିକ ଗଦା ହୋଇ ରହିଥିବା ବେଳେ ଏହାକୁ ହଟା ମଧ୍ୟ ଯାଉ ନାହିଁ। ଏଣୁ ଏହି ପୋଲକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ସୁର୍ଯ୍ୟ ପାଣିଗ୍ରାହୀ ଦାବି କରିଛନ୍ତି। ଏ ସମ୍ପର୍କରେ ପୂର୍ତ୍ତ ବିଭାଗର ଅଧିକାରୀଙ୍କୁ ବାରମ୍ବାର ଯୋଗାଯୋଗ କରାଯିବା ସତ୍ୱେ ତାହା ସମ୍ଭବପର ନ ହେବାରୁ ପ୍ରତିକ୍ରିୟା ମିଳି ପାରି ନାହିଁ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories