www.samajalive.in
Saturday, December 13, 2025
26.1 C
Bhubaneswar

ବୀର ସୁରେନ୍ଦ୍ର ସାଏ ବ୍ୟାଡମିଣ୍ଟନ ପ୍ରିମିୟର ଲିଗ ଉଦଯାପିତ

ସମ୍ବଲପୁର: ସମ୍ବଲପୁରର ଧନୁପାଲି ଠାରେ ଦ୍ୱିଦିବସୀୟ ବୀର ସୁରେନ୍ଦ୍ର ସାଏ ବ୍ୟାଡମିଣ୍ଟନ ପ୍ରିମିୟର ଲିଗ ୨୦୨୫ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲାରୁ ସମୁଦାୟ ୫୦ଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ସୋନପୁର ଦଳ ଫାଇନାଲ ମ୍ୟାଚରେ ସମ୍ବଲପୁର ଦଳକୁ ହରାଇ ଚଳିତ ବର୍ଷର ଚାମ୍ପିୟନ ହୋଇଛି। ସମ୍ବଲପୁର ଦଳ ଉପ ବିଜେତା ରହିଛି। ସେହିପରି ଦେବଗଡ଼଼ ଓ ବରଗଡ଼଼ ଦଳ ମଧ୍ୟରେ ତୃତୀୟ ସ୍ଥାନ ପାଇଁ ହୋଇଥିବା ମ୍ୟାଚରେ ଦେବଗଡ଼଼ ଦଳ ବିଜୟୀ ହୋଇଛି। ମ୍ୟାଚ ଗୁଡିକୁ ଦିନେଶ ମଲିକ ଓ କୈଳାଶ ସେଠୀ ରେଫରୀ ରୂପେ ପରିଚାଳିତ କରିଥିବା ବେଳେ କୃତିବାସ ଦ୍ୱିବେଦୀ, ବିଶ୍ୱଜିତ, ସୁବ୍ରତ, ସୁରଜ ଗୁରୁ ପ୍ରମୁଖ ଖେଳ ପରିଚାଳନାରେ ସହାୟତା କରିଥିଲେ। ଖେଳର ଉଦଯାପନୀ ଉତ୍ସବରେ କମିଟିର ଉପଦେଷ୍ଟା ସୁରେଶ ଷଡଙ୍ଗୀ ଓ ପ୍ରକାଶ ପଶାୟତ ଅତିଥି ରୂପେ ଯୋ ଦେଇ ପ୍ରଥମ ପୁରସ୍କାର ସୋନପୁର ଦଳକୁ ୮ହଜାର ୮ଟଙ୍କା ଓ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିଲେ। କମିଟିର ଚେୟାରମେନ ଦେବାଶିଷ ପୁରୋହିତ ଓ ସଂଯୋଜକ ସୌରଭ ରଞ୍ଜନ ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ପୁରସ୍କାର ବିତରଣି ଉତ୍ସବରେ ଦ୍ୱିତୀୟ ପୁରସ୍କାର ସମ୍ବଲପୁର ଦଳକୁ ୫୦୦୫ ଟଙ୍କା ଓ ଟ୍ରଫି, ତୃତୀୟ ପୁରସ୍କାର ଦେବଗଡ଼଼ ଦଳକୁ ୪୦୦୪ ଟଙ୍କା ଓ ଟ୍ରଫି ଏବଂ ୪ର୍ଥ ପୁରସ୍କାର ବରଗଡ଼଼ ଦଳକୁ ୩୦୦୩ ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିଲା। ଏହି ପ୍ରତିଯୋଗିତାକୁ ଆୟୋଜନ ଓ ପରିଚାଳନାରେ ଉତ୍ପଳ ଦାସ, ଦୀପକ ମଲ୍ଲିକ ଙ୍କ ସହିତ ସଦସ୍ୟ ମାନେ ସକ୍ରିୟ ସହଯୋଗ କରିଥିଲେ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories