www.samajalive.in
Saturday, December 13, 2025
26.1 C
Bhubaneswar

ବରିଷ୍ଠ ନାଗରିକଙ୍କ ପାଇଁ ୧୦୧ ଟଙ୍କାରେ ମହାକୁମ୍ଭରେ ସ୍ନାନ

ସମ୍ବଲପୁର: ସମ୍ବଲପୁର ଜିଲାର ୬୦ ବର୍ଷରୁ ଊର୍ଦ୍ଧ୍ବ କିଛି ବରିଷ୍ଠ ନାଗରିକଙ୍କ ପାଇଁ ମାତ୍ର ୧୦୧ ଟଙ୍କାରେ ମହାକୁମ୍ଭରେ ମହାସ୍ନାନ ସୁଯୋଗ ଆଣିଦେଇଛି ସମାଜସେବୀ ସଂସ୍ଥା ସାଥି ଚାରିଟେବୁଲ ଟ୍ରଷ୍ଟ। ସ୍ଥାନୀୟ ସାମ୍ବାଦିକ ଭବନରେ ମଙ୍ଗଳବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଟ୍ରଷ୍ଟର କାର୍ଯ୍ୟକାରୀ ସଭାପତି ସିଦ୍ଧାର୍ଥ ସାହା ଏହି ମହାକୁମ୍ଭ ସ୍ନାନ ସମ୍ପର୍କରେ କହିଛନ୍ତି ଯେ, ଯେଉଁ ବରିଷ୍ଠ ନାଗରିକ ଅଥବା ବିଧବା ମାନେ ଆର୍ଥିକ ଓ ପାରିବାରିକ ସମସ୍ୟା ଯୋଗୁଁଁ ପ୍ରୟାଗରାଜରେ ମହାକୁମ୍ଭ ସ୍ନାନ କରିପାରୁ ନାହାନ୍ତି, ସେମାନେ ଚାହିଁଲେ ଏହି ଯାତ୍ରାର ସୁଯୋଗ ମାତ୍ର ୧୦୧ ଟଙ୍କା ଦେଇ ନେଇ ପାରିବେ। ପ୍ରୟାଗରାଜରେ ମହାସାନ୍ନ ଇଛା କରୁଥିବା ବରିଷ୍ଠ ନାଗରିକ ମାନେ ଦଳେଇପଡା ସ୍ଥିତ ସାଥି କାର୍ଯ୍ୟାଳୟରୁ ନିର୍ଦ୍ଧାରିତ ଫର୍ମ ନେଇ ଆଧାର କାର୍ଡର ଫଟୋକପି ଓ ଦୁଇଟି ପା୍ସପୋର୍ଟ ସାଇଜ ଫଟୋ ସହ ଆବେଦନ କରିପାରିବେ। ଆସନ୍ତା ୧୬ ତାରିଖ ସକାଳ ୧୦ଟାରେ ଇଷ୍ଟଦେବୀ ମାଁ ସମଲେଶ୍ୱରୀଙ୍କ ମନ୍ଦିରରୁ ଏକ ଭବ୍ୟ ସମ୍ବର୍ଦ୍ଧନା ସହ ବରିଷ୍ଠ ନାଗରିକ ମାନେ ଶୀତତାପ ନିୟନ୍ତ୍ରିତ ବସ ଯୋଗେ ପ୍ରୟାଗରାଜ ଯାତ୍ରା ଆରମ୍ଭ କରିବେ। ୧୭ ତାରିଖ ସକାଳୁ ତୀର୍ଥଯାତ୍ରୀ ମାନେ ପ୍ରୟୋଗରାଜରେ ପହଂଚି ମହାସ୍ନାନ କରିବେ। ରାସ୍ତାରେ ତୀର୍ଥଯାତ୍ରୀଙ୍କ ସହ ଏକ ମେଡିକାଲ ଟିମ ଓ ସାଥି ଅନୁଷ୍ଠାନର ଦାୟିତ୍ୱପୂର୍ଣ ଅଧିକାରୀ ରହିବେ। ଗସ୍ତ ଆରମ୍ଭରୁ ତୀର୍ଥଯାତ୍ରୀ ମାନେ ଘରକୁ ପହଂଚିବା ପର୍ଯ୍ୟନ୍ତ ଖାଇବା ପିଇବା ଓ ରହିବା ଦାୟିତ୍ୱ ସାଥି ସଂଗଠନ ବହନ କରିବ। ଯାତ୍ରା ପୂର୍ବରୁ ସମସ୍ତ ତୀର୍ଥଯାତ୍ରୀଙ୍କ ମେଡିକାଲ ଯାଞ୍ଚ ସହ ବୀମା ମଧ୍ୟ କରାଯିବ। ଏ ସମ୍ପର୍କିତ ସମସ୍ତ ଖର୍ଚ୍ଚ ସାଥି ଚାରିଟେବୁଲ ଟ୍ରଷ୍ଟ ବହନ କରିବ। ଆସନ୍ତା ୧୬ ତାରିଖ ସମଲେଶ୍ୱରୀ ମନ୍ଦିର ନିକଟସ୍ଥ ମହାନଦୀ ଆଳତି ଘାଟ ଠାରେ ଏକ ଭବ୍ୟ ଅଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏବଂ ବରିଷ୍ଠ ତୀର୍ଥଯାତ୍ରୀ ମାନେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ସମଲେଶ୍ୱରୀଙ୍କ ଦର୍ଶନ କରିବେ ଓ ସେଠାରୁ ବସ ଯୋଗେ ଯାତ୍ରା କରିବେ। ଏହି କାର୍ଯ୍ୟକ୍ରମରେ ସାଧୁ, ଜିଲା ପ୍ରଶାସନର ପଦାଧିକାରୀ, ବୁଦ୍ଧିଜୀବୀ ଓ ଆଇନଜୀବୀ ମାନେ ଉପସ୍ଥିତ ରହିବେ। ମହାସ୍ନାନ ସାରି ସମ୍ବଲପୁର ପହଂଚିବା ପରେ ତୀର୍ଥଯାତ୍ରୀ ମାନଙ୍କୁ ଦଳେଇପଡା ସାଥି କାର୍ଯ୍ୟାଳୟ ଠାରେ ଭବ୍ୟ ସ୍ୱାଗତ କାର୍ଯ୍ୟକ୍ରମ କରାଯିବ ବୋଲି ସମାଜସେବୀ ସଂଗଠନ ସାଥି ଚାରିଟେବୁଲ ଟ୍ରଷ୍ଟର କାର୍ଯ୍ୟକାରୀ ନିର୍ଦେଶକ ସିଦ୍ଧାର୍ଥ ସାହା କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବିଶ୍ବ ରଂଜନ ପୂଜାରୀ, ସମରଜିତ ପଟନାୟକ ଓ ମଧୁସୂଦନ ମିତ୍ରଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ରହିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories