www.samajalive.in
Saturday, December 6, 2025
26.1 C
Bhubaneswar

ଇତିହାସରେ ଖଣ୍ଡଗିରି କୁମ୍ଭ ମେଳା…

ଭୁବନେଶ୍ଵର: ଆଜି ପବିତ୍ର ମାଘ ସପ୍ତମୀରୁ ଆରମ୍ଭ ହୋଇଛି ଖଣ୍ଡଗିରି କୁମ୍ଭମେଳା। ପାହାଡ ଗିରି ଗହ୍ବରରେ ଯୋଗୀ , ସାଧୁସନ୍ଥଙ୍କ ହୋମଯଜ୍ଞ ଚାଲିଛି। ଜମିବ ହାଟ ବଜାର ଓ ଦୁଲୁକିବ ଯାତ୍ରା ମଞ୍ଚ। ୯ ଦିନ ଧରି ଏହି ମେଳା ଚାଲିବ। କିମ୍ବଦନ୍ତୀ ଅନୁସାରେ ଭଗବାନ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ କୁଷ୍ଠ ରୋଗରୁ ମୁକ୍ତି ପାଇବା ଲାଗି କୋଣାର୍କ ଚନ୍ଦ୍ରଭାଗାରେ ଉପାସନା କରିଥିଲେ। ଏହି ଉପାସନା ବ୍ରତ ମଧ୍ୟରେ ସେ କିଛି ଖଣ୍ଡଗିରିରେ ଅବସ୍ଥାନ କରି ସୂର୍ଯ୍ୟ ଦେବତାଙ୍କୁ ଆରାଧନା କରିଥିଲେ। ସୂର୍ଯ୍ୟଦେବଙ୍କଠାରୁ ବର ପାଇ ମାଘ ସପ୍ତମୀ ଦିନ ଚନ୍ଦ୍ରଭାଗାରେ ବୁଡ ପକାଇ ଖଣ୍ଡଗିରିରେ ଜପତପ କରିବା ପରେ ଅଭିଶାପ ମୁକ୍ତ ହୋଇଥିଲେ। ଏଭଳି ଅନେକ କଥାବସ୍ତୁର ପୃଷ୍ଠଭୂମିରୁ ଖଣ୍ଡଗିରି ମେଳାର ଆରମ୍ଭ ବୋଲି କୁହାଯାଏ। ପ୍ରାଚୀନ କାଳରେ ସାଧୁସନ୍ଥମାନେ ଚନ୍ଦ୍ରଭାଗାରେ ବୁଡ ପକାଇ ଖଣ୍ଡଗିରିରେ ଆସି ଅବସ୍ଥାନ କରନ୍ତି। ଏବଂ ତତ୍କାଳୀନ ରାଜାମାନେ ସାଧୁସନ୍ଥଙ୍କ ରହଣୀ ଓ ସୁରକ୍ଷା ବନ୍ଦୋବସ୍ତ କରନ୍ତି। ସାଧୁସନ୍ଥମାନେ ପାହାଡ କଡରେ ବହି ଯାଉଥିବା ଯୋଗ ନଦୀ ରେ ସ୍ନାନ କରି ଜପତପ କରୁଥିଲେ। ସେହି ସାଧୁସନ୍ଥଙ୍କୁ ଦର୍ଶନ କଲେ ମହାପୁଣ୍ୟ ମିଳେ ବୋଲି ଲୋକଙ୍କ ବିଶ୍ଵାସ ରହିଛି।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories