www.samajalive.in
Saturday, December 13, 2025
14.1 C
Bhubaneswar

ବାରବାଟୀ ଦିନିକିଆ: ଅନୁବନ୍ଧିତ ସଂସ୍ଥାଙ୍କୁ ପାସ୍‌ ବଣ୍ଟନ ଓ ଟିକଟ ବିକ୍ରି

କଟକ: ଆସନ୍ତା ୯ରେ ବାରବାଟୀ ଷ୍ଟାଡିୟମ୍‌ରେ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍‌ ଖେଳାଯିବ। ଏଥିପାଇଁ ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ସହ ଅନୁବନ୍ଧିତ ସଂସ୍ଥା ବା ୟୁନିଟଗୁଡ଼ିକୁ ପାସ୍‌ ବଣ୍ଟନ କରିବା ସହ ଟିକଟ ବିକ୍ରି କରିଛି। ଓସିଏ ସମ୍ମିଳନୀ କକ୍ଷରେ ଟିକଟ ବିକ୍ରି ନିମନ୍ତେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଫ(ଏସ୍‌‌ବିଆଇ) ପକ୍ଷରୁ ଆୟୋଜନ କରା ଯାଇଥିଲା। ଓସିଏ ଅନୁବନ୍ଧିତ ଜିଲାମାନଙ୍କୁ ୧୪୫ଟି ଲେଖାଏଁ ଏବଂ କ୍ଲବ୍‌ ଓ ସଂସ୍ଥାଙ୍କୁ ୧୦୦ଟି ଲେଖାଏଁ ଟିକଟ ବିକ୍ରି କରାଯାଇଛି। ଓସିଏ ସହ ଅନୁବନ୍ଧିତ ସ୍କୁଲ, କଲେଜ୍‌ ଓ ବିଶ୍ବବିଦ୍ୟାଳୟ ଟିକଟ କ୍ରୟ କରିଛନ୍ତି।

ଏହାସହ ଉପରୋକ୍ତ ସମସ୍ତ ଅନୁବନ୍ଧିତ ସଂସ୍ଥାମାନଙ୍କୁ ଓସିଏ ପକ୍ଷରୁ ୩୦ଟି ଲେଖାଏଁ ପାସ୍‌ ବଣ୍ଟନ କରା ଯାଇଥିଲା। ସକାଳ ୧୦ଟାରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଏହି ପାସ୍‌ ବଣ୍ଟନ ଓ ଟିକଟ ବିକ୍ରି ଚାଲିଥିଲା। ମଙ୍ଗଳବାର ମଧ୍ୟ ଅନୁବନ୍ଧିତ ୟୁନିଟ୍‌ମାନଙ୍କୁ ପାସ୍‌ ବଣ୍ଟନ କରାଯିବ ଏବଂ ଟିକଟ ବିକ୍ରି କରାଯିବ। ତେବେ ଅନୁବନ୍ଧିତ ୟୁନିଟ୍‌ ପାଇଁ ଥିବା କିଛି ଟିକଟ ଯଦି ବିକ୍ରି ନ ହୁଏ; ତେବେ ସେଗୁଡ଼ିକ ବିକ୍ରି ପାଇଁ ଟିକଟ କାଉଣ୍ଟରକୁ ଯିବ ବୋଲି ଓସିଏ ପକ୍ଷରୁ ସୂଚନା ଦିଆଯାଇଛି। ରବିବାର ଓସିଏର ସଦସ୍ୟ ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ଦେବାଶିଷ ମହାନ୍ତି ମଧ୍ୟ ଟିକଟ କିଣିଥିଲେ। ଓସିଏର ମୋଟ ୭୦ଟି ଅନୁବନ୍ଧିତ ସଂସ୍ଥା ଏବଂ ୩ ଜଣ ଆନ୍ତର୍ଜାତିକ କ୍ରିକେଟରଙ୍କ ପାଇଁ ଏହି ପାସ୍‌ ବଣ୍ଟନ ସହ ଟିକଟ ବିକ୍ରି ବ୍ୟବସ୍ଥା କରା ଯାଇଥିଲା।

- Advertisement -

 

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories