www.samajalive.in
Wednesday, December 10, 2025
18.1 C
Bhubaneswar

ବାରବାଟୀରେ ଶେଷଥର ଖେଳିବେ କୋହଲିି, ରୋହିତ, ଜାଡ଼େଜା!

କଟକ: ୯ରେ ବାରବାଟୀ ଷ୍ଟାଡିୟମ୍‌ରେ ଘରୋଇ ଭାରତ ଓ ଇଂଲଣ୍ଡ ମଧ୍ୟରେ ୨ୟ ଦିନିକିଆ ମ୍ୟାଚ୍‌ ଖେଳାଯିବ। ଚମ୍ପିଆନ୍‌ସ ଟ୍ରଫି ଖେଳିବାକୁ ଥିବା ଭାରତୀୟ ଦଳ ଏହି ମ୍ୟାଚ୍‌ ଖେଳିବ। ତେଣୁ ଉଭୟ ଭାରତ ଓ ଇଂଲଣ୍ଡ ପୂରା ଶକ୍ତିରେ ବାରବାଟୀରେ ଲଢ଼ିବେ। ମ୍ୟାଚ୍‌କୁ ନେଇ କ୍ରିକେଟ୍‌ପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଛି। ଏହାର ଅନ୍ୟତମ କାରଣ ହେଲା ଭାରତୀୟ କ୍ରିକେଟ୍‌ ଇତିହାସ​‌େ​‌ର ୩ ମହାରଥୀ ରୋହିତ ଶର୍ମା, ବିରାଟ କୋହଲି ଓ ରବୀନ୍ଦ୍ର ଜାଡ଼େଜା ବୋଧହୁଏ ଶେଷଥର ବାରବାଟୀରେ ଖେଳିବେ। ଏହି ୩ କ୍ରିକେଟ୍‌ ତାରକା ସେମାନଙ୍କ କ୍ରିକେଟ୍‌ ଜୀବନର ଅପରାହ୍‌ଣରେ ପହଞ୍ଚି ସାରିଛନ୍ତି। ପୁଣି ୨/୩ ବର୍ଷରେ ବାରବାଟୀକୁ ଆନ୍ତର୍ଜାତିକ ମ୍ୟାଚ୍‌ ମିଳିଥାଏ।

ଆସନ୍ତାଥର ଏଠା​‌େ​‌ର ଯଦି ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳାଯିବ; ତେବେ ଟି୨୦ରୁ ଅବସର ନେଇଥିବା ରୋହିତ, କୋହଲି ଓ ଜାଡ଼େଜା ଖେଳିବେ ନାହିଁ। ପୁଣି ତିନିହେଁ ୩୬ ବର୍ଷ ବୟସ ପାର କରି ସାରିଥିବାରୁ ଆଉ ୨/୩ ବର୍ଷ ଧଳା ବଲ୍‌ କ୍ରିକେଟ୍‌ ଖେଳିବାର ସମ୍ଭାବନା କମ୍‌। ଭାରତୀୟ ଅଧିନାୟକ ରୋହିତ ଶର୍ମା ବାରବାଟୀ ଷ୍ଟାଡିୟମ୍‌ରେ ୩ଟି ଦିନିକିଆ ଖେଳି ୨ଟି ଅର୍ଦ୍ଧଶତକ ମାରିଛନ୍ତି। ୨୦୦୮ରେ ଇଂଲଣ୍ଡ ବିପକ୍ଷରେ ରୋହିତ ୮ ରନ୍‌କରି ଅପରାଜିତ ଥିଲେ। ୨୦୧୧ରେ ଏଠାରେ ରୋହିତ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ କଷ୍ଟସାଧ୍ୟ ପିଚ୍‌ରେ ୯୯ ବଲ୍‌ରୁ ସର୍ବାଧିକ ୭୨ ରନ୍‌କରି ଭାରତକୁ ଜିତାଇବା ସହ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ। ୨୦୧୯ରେ ବାରବାଟୀରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ରୋହିତ ୬୩ ବଲ୍‌ରୁ ୬୩ ରନ୍‌କରି ଭାରତୀୟ ବିଜୟ​‌େ​‌ର ବିନ୍ଧାଣୀ ସାଜିଥିଲେ। ମୋଟ୍‌ଉପରେ କହିବାକୁ ଗଲେ ବାରବାଟୀରେ ରୋହିତଙ୍କ ରେକର୍ଡ ଭଲ ଏବଂ ତାଙ୍କ ଆଭ୍‌ରେଜ ୬୭.୫।

- Advertisement -

ଆଧୁନିକ କ୍ରିକେଟ୍‌ରେ ମହାନ୍ ଖେଳାଳିର ଆଖ୍ୟା ପାଇଥିବା ବିରାଟ କୋହଲିଙ୍କୁ ରବିବାର ବାରବାଟୀରେ ଦେଖିବା ପାଇଁ ଓଡ଼ିଶାର କ୍ରିକେଟ୍‌ପ୍ରେମୀ ପାଗଳ। ବିରାଟ ଅଷ୍ଟ୍ରେଲିଆ ଗସ୍ତରେ ବିଫଳ ହୋଇଥିଲେ ହେଁ ଦିନିକିଆ କ୍ରିକେଟ୍‌ରେ ସେ ଚମ୍ପିଆନ୍‌ ବ୍ୟାଟ୍‌ସମ୍ୟାନ। ବୋଧହୁଏ କୋହଲି ଶେଷଥର ବାରବାଟୀ​‌େ​‌ର ଖେଳିବାକୁ ଆସୁଛନ୍ତି। କୋହଲି ୫ ଥର ଦିନିକିଆ ମ୍ୟାଚ୍‌ ଖେଳିବାକୁ କଟକ ଆସିଥିଲେ ହେଁ ୨୦୧୩ରେ ଅଷ୍ଟ୍ରେଲିଅା ବିପକ୍ଷ ଦିନିକିଆ ବାତିଲ ହୋଇଥିବାରୁ ସେ ଏଠାରେ ୪ଟି ଦିନିକିଆ ଖେଳିଛନ୍ତି। ୨୦୧୧ରେ କୋହଲି ବାରବାଟୀରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦିନିକିଆରେ ମାତ୍ର ୩ ରନ୍‌କରି ଆଉଟ୍‌ ହୋଇଥିଲେ। ୨୦୧୪ରେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ​‌େ​‌ର ବିରାଟ ୨୧ ବଲ୍‌ରୁ ୨୨ ରନ୍‌ କରିଥିଲେ। ୨୦୧୭ରେ ଇଂଲଣ୍ଡ ବିପକ୍ଷ ଦିନିଆରେ ​‌େ​‌୍କାହଲି ୫ ବଲ୍‌ରୁ ୮ ରନ୍‌କରି ଆଉଟ୍‌ ହୋଇଥିଲେ। ୨୦୧୯ରେ ବାରବାଟୀ ଷ୍ଟାଡିୟମ୍‌ରେ ଶେଷ ଦିନିକିଆ ଖେଳା ଯାଇଥିଲା।

ଏହି ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଅଧିନାୟକ କୋହଲି ୮୧ ବଲ୍‌ରୁ ସର୍ବାଧିକ ୮୫ ରନ୍‌କରି ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ। ଉକ୍ତ ଇନିଂସକୁ ଓଡ଼ିଆ କ୍ରିକେଟ୍‌ପ୍ରେମୀ ବହୁଦିନ ମନେରଖିବେ। ବାମହାତି ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡ଼େଜା ଦେଶର ଅନ୍ୟତମ ଲୋକପ୍ରିୟ କ୍ରିକେଟର। ଜାଡ଼େଜା ବାରବାଟୀରେ ୨ଟି ଦିନିକିଆ ମ୍ୟାଚ୍‌ ଖେଳିଥିବା ବେଳେ ଉଭୟ ମ୍ୟାଚ୍‌ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଖେଳିଛନ୍ତି। ୨୦୧୧ରେ ଜାଡ଼େଜା ଗୋଟିଏ ୱିକେଟ୍‌ ନେଇଥିବା ବେଳେ କଷ୍ଟସାଧ୍ୟ ପିଚ୍‌ରେ ୩୮ ରନ୍‌ର ଇନିଂସ ଖେଳିଥିଲେ। ୨୦୧୯ରେ ଜାଡ଼େଜା ଗୋଟିଏ ୱିକେଟ୍‌ ନେଇଥିବା ବେଳେ ୩୧ ବଲ୍‌ରୁ ଦ୍ରୁତ ୩୯ ରନ୍‌କରି ଅପରାଜିତ ଥିଲେ। ଏହି ତିନି ଜଣଙ୍କ ସହ ମହମ୍ମଦ ସାମି ମଧ୍ୟ ବାରବାଟୀରେ ଅନ୍ତିମ ମାଚ୍‌ ଖେଳିବାକୁ ଯାଉଛନ୍ତି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories