www.samajalive.in
Wednesday, December 10, 2025
18.1 C
Bhubaneswar

ଜେଲ୍‌ରେ ଠକ ଦମ୍ପତି ଅନିଲ ଓ ହଂସିତାକୁ ୬ ଘଣ୍ଟା ଜେରା

ଭୁବନେଶ୍ବର : ରାଜଧାନୀରୁ ଗିରଫ ଠକ ଦମ୍ପତି ହଂସିତା ଅଭୀଲିପ୍ସା ଓ ଅନିଲ ମହାନ୍ତିଙ୍କୁ ଆୟକର ବିଭାଗ ଆଜି ଝାରପଡ଼ା ସ୍ବତନ୍ତ୍ର କାରାଗାରରେ ମାରାଥନ ଜେରା କରିଛି। ଅଦାଲତଙ୍କ ଅନୁମତି ପରେ ଉଭୟଙ୍କୁ ଦୀର୍ଘ ୬ ଘଣ୍ଟା ଧରି ତଦନ୍ତକାରୀ ଦଳ ପଚରାଉଚରା କରିଥିଲେ। ପ୍ରଥମେ ଅଲଗା ଅଲଗା, ପରେ ଉଭୟଙ୍କୁ ମୁହାଁମୁହିଁ ଜେରା କରାଯାଇଥିଲା। ଜେରା ବେଳେ କଳାଧନ, ବେନାମୀ ସମ୍ପତ୍ତି, ସିଏସ୍‌ଆର୍ ପାଣ୍ଠି କାରବାର ଓ ରାଜନେତାଙ୍କ ସମ୍ପୃକ୍ତି ବାବଦରେ ଆୟକର ଦଳ ତଥ୍ୟ ପାଇଛି। ଅଭିଯୁକ୍ତଙ୍କ ବୟାନ ରେକର୍ଡ କରାଯାଇଛି। ସେମାନଙ୍କ ବୟାନକୁ ଆଧାର କରି ଆୟକର ବିଭାଗ ତଦନ୍ତ ପ୍ରକ୍ରିୟାକୁ ଆଗକୁ ବଢ଼ାଇବ। ୫ରୁ ଅଧିକ ନେତାଙ୍କ ସମ୍ପୃକ୍ତି ତଦନ୍ତକାରୀ ଦଳ ସୂଚନା ପାଇଛି। ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରିବା ଲାଗି ଆୟକର ବିଭାଗ ଯୋଜନା କରିଛି। ଜେରା ବେଳେ ଅଭିଯୁକ୍ତଙ୍କ ବୟାନକୁ ଆଧାର କରି ତଦନ୍ତକାରୀ ଦଳ ବଡ଼ବଡ଼ିଆଙ୍କ ତାଲିକା କରିଛି। କେଉଁଠୁ ଆଣିଥିଲେ କଳାଧନ? କିଏ ଓ କାହିଁକି ଦେଇଥିଲା ? କୋଟିପତି ହେବା ପଛରେ କେଉଁମାନଙ୍କ ହାତ ରହିଛି। ଯୁବତୀ ଚାଲାଣ ପଛରେ କେତେ ଟଙ୍କା ଖର୍ଚ୍ଚ ହୋଇଛି। କେଉଁ କେଉଁ କର୍ପୋରେଟ ସଂସ୍ଥାରୁ କେତେ ଟଙ୍କା ସେମାନେ ଆଣିଛନ୍ତି, ୨୭ଲକ୍ଷ ଟଙ୍କା ବ୍ୟୟରେ ଜନ୍ମଦିନ ଉତ୍ସବ ପାଳନ ପାଇଁ କାହାଠାରୁ ଟଙ୍କା ଆଣିଥିଲେ, ପଶ୍ଚିମ ଓଡ଼ିଶାର କେଉଁ ବ୍ୟବସାୟୀଙ୍କ ସାହାଯ୍ୟରେ ହଂସିତା ବଡ଼ବଡ଼ିଆଙ୍କ ପାଖରେ ପହଞ୍ଚୁ ଥିଲେ, ଦାମୀ ଗାଡ଼ି କିଣାରେ ନଗଦ ଟଙ୍କା କାହାଠୁ ଆଣିଥିଲେ, କେଉଁ କେଉଁ କମ୍ପାନୀ ଠାରୁ ସିଏସ୍‌ଆର୍‌ କାମ ବାବଦରେ କାହାଠାରୁ କେତେ ଟଙ୍କା ଆଣିଥିଲେ, ସେ ସମ୍ପର୍କରେ ତଦନ୍ତକାରୀ ଦଳ ଜେରା କରିଥିଲା।
ଗତ ଡିସେମ୍ବର ୨୯ରେ ଠକେଇ ଘଟଣାରେ ଉକ୍ତ ଠକ ଦମ୍ପତିଙ୍କୁ ଇନଫୋସିଟି ଥାନା ପୁଲିସ ଗିରଫ କରିଥିଲା। ନିଜକୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ରଙ୍କ ଝିଅ ଜ୍ୱାଇଁ ପରିଚୟ ଦେଇ ଏକ ଘରୋଇ ଶିକ୍ଷାନୁଷ୍ଠାନକୁ ସେମାନେ ଠକିଥିବା ଅଭିଯୋଗ ହୋଇଥିଲା। ଘଟଣାର ତଦନ୍ତ କରୁଥିବା ପୁଲିସ ଧୀରେ ଧୀରେ ଠକ ଦମ୍ପତିଙ୍କ ଗୋଟିଏ ପରେ ଗୋଟିଏ ଗୁମର ଖୋଲିଥିଲା। କିଭଳି ଠକେଇ ପାଇଁ ହଂସିତା ନିଜ ଚେହେରା ବଦଳାଇବା ସହ ତିନି ତିନି ଜଣଙ୍କୁ ବିବାହ କରିଥିଲା ତା’ର ତଥ୍ୟ ପ୍ରମାଣ ପୁଲିସ ସାମ୍ନାକୁ ଆଣିଥିଲା। ଦୁଇବର୍ଷ ମଧ୍ୟରେ ରାଜଧାନୀରେ ଏକ ଆପାର୍ଟମେଣ୍ଟରୁ ୩ଟି ଫ୍ଲାଟ ସେ କିଣିଥିଲେ। ଏଥିସହ ପୋର୍ସେ, ଜାଗୁଆର, ବିଏମ୍‌ଡବ୍ଲ୍ୟୁ ଭଳି ଦାମୀ ଗାଡ଼ି ସେ ନଗଦରେ କିଣିଥିଲେ। କେଉଁଠୁ ଟଙ୍କା ଆଣି ଉଭୟ ଏତେ ବଡ଼ କଳା ସାମ୍ରାଜ୍ୟ ତିଆରି କରିଛନ୍ତି, ତଦନ୍ତକାରୀ ଦଳ ତାହାର ଖିଅ ଖୋଜୁଛି।​‌ ଜେରା ସମୟରେ ଆୟକର ବିଭାଗ ପକ୍ଷରୁ ସ୍ପେଶାଲ ପିପି ତଥା ବରିଷ୍ଠ ଆଇନଜୀବୀ ମହମ୍ମଦ ଜିଆଉଲ୍‌ ହକ୍‌ ଉପସ୍ଥିତ ଥିଲେ।

Hot this week

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

Related Articles

Popular Categories