ପାଳଗଦାରେ ନିଆଁ ଲଗାଇ ଚାଲିଛି ଦୁର୍ବୃତ୍ତ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ପୁଟୁଳିଆ ,ସାନଜାମୁପଶି,ନୂଆପଡା ଆଦି ଗ୍ରାମରେ ଜଣେ ଅଜଣା ବ୍ୟକ୍ତି ଲୋକଙ୍କ ପାଳ ଗଦାରେ ଲଗାତର ନିଆଁ ଲଗାଇ ଚାଲିଛି। ପାଟଣା ଓ ସାହାରପଡା ଅଗ୍ନିଶମ ବାହିନୀଙ୍କୁ ହଇରାଣ କରିବା ପାଇଁ ଏହି ବ୍ୟକ୍ତି ଜଣକ ମନ୍ଦ ଉଦ୍ଦେଶ୍ୟ ରଖିଥିବା ସାଧାରଣରେ ଚର୍ଚ୍ଚା ହେଉଛି। ପୁଟୁଳିଆ ଗ୍ରାମରେ ୨୧ ତାରିଖ ରାତିରେ ୨ଟି, ୨୫ ତାରିଖ ରାତିରେ ଗୋଟିଏ, ୩୧ ତାରିଖ ରାତିରେ ୧ଟି ଓ ୨ ତାରିଖ ରାତି ୨ ଟି ପାଳଗଦାରେ ଏହି ଅଜଣା ବ୍ୟକ୍ତି ନିଆଁ ଲଗାଇଥିବାବେଳେ ସାନଜମୁପଶି ଗ୍ରାମର ମମତା ମହାନ୍ତ, ନୂଆପଡାର ଶିବାନନ୍ଦ ମହାନ୍ତ ଓ ପୁଟୁଳିଆ ଗ୍ରାମର ଉଦ୍ଧବ ମହାନ୍ତ ଓ ଅନ୍ୟ ଜଣେ ବ୍ୟକ୍ତିଙ୍କ ପାଳଗଦାରେ ଏହି ବ୍ୟକ୍ତି ନିଆଁ ଲଗାଇଥିଲା। ପାଟଣା ଓ ସାହାରପଡା ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଏହି ବ୍ୟକ୍ତି ଜଣକ ଏପରି କାହିଁକି କରିଛି ତାହା ସ୍ପଷ୍ଟ ହୋଇନାହିଁ।
Comments are closed.