www.samajalive.in
Sunday, December 7, 2025
26.1 C
Bhubaneswar

ବିବାହ ପରେ ନାବାଳିକାକୁ ଉଦ୍ଧାର କଲା ସିଡବ୍ଲ୍ୟୁସି

ପିପିଲି :ବାଲ୍ୟ ବିବାହ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ସଚେତନ କରାଯିବା ସହ ବାଲ୍ୟ ବିବାହ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ତଥାବି କେତେକ ମନ୍ଦିର ଓ ଧର୍ମାନୁଷ୍ଠାନ ମାନଙ୍କରେ ବାଲ୍ୟ ବିବାହକୁ ପ୍ରୋତ୍ସାହନ ଦିଆଯାଉଥିବା ନେଇ ସାଧାରଣରେ ଅଭିଯୋଗ ହେଉଛି।

ଗତ ୧୬ ତାରିଖ ରାତିରେ ପିପିଲି ଥାନା ଅନ୍ତର୍ଗତ ତେଇସିପୁର ପଞ୍ଚାୟତ ଅଞ୍ଚଳରେ ଜଣେ ନାବାଳିକାର ବିବାହ ହୋଇଥିବା ବେଳେ ପୁଲିସ ସହଯୋଗରେ ପିପିଲି ସିଡିପିଓଙ୍କ କାର୍ଯ୍ୟାଳୟର କର୍ମଚାରୀ, ଚାଇଲ୍ଡ ହେଲ୍ପ ଲାଇନ ସଦସ୍ୟା ମାନେ ଉକ୍ତ ନାବାଳିକାକୁ ଉଦ୍ଧାର କରିଛନ୍ତି। ୧୬ବର୍ଷ ୧୦ମାସ ବୟସର ଉକ୍ତ ନାବାଳିକାକୁ ଜିଲା ଶିଶୁ ମଙ୍ଗଳ କମିଟିଙ୍କ ନିକଟରେ ଉପସ୍ଥାପନ କରାଯିବା ପରେ ତାକୁ ଶିଶୁ ଯତ୍ନ ଅନୁଷ୍ଠାନରେ ରଖାଯାଇଥିବା ସଂପର୍କରେ ପୁରୀ ଜିଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି।

- Advertisement -

ତେଇସିପୁର ପଞ୍ଚାୟତର ଏକ ପ୍ରମୁଖ ଧାର୍ମିକ ଅନୁଷ୍ଠାନରେ ଉକ୍ତ ନାବାଳିକାର ବିବାହ ଗତ ୧୬ତାରିଖ ରାତିରେ ଜନୈକ ୧୯ ବର୍ଷର ପୁଅ ସହିତ ବୈଦିକ ରିତୀନିତି ଅନୁଯାଇ କରାଯାଇଥିଲା। ଉକ୍ତ ଧାର୍ମିର୍କ ଅନୁଷ୍ଠାନ ପକ୍ଷରୁ ଏନେଇ ଏକ ରସିଦ ମଧ୍ୟ କଟାଯାଇଥିବା ସୂଚନା ମିଳିଛି। ଏନେଇ ସିଡବ୍ଲୁସି ଙ୍କ ନିକଟରେ ଅଭିଯୋଗ ହେବାପରେ ଚାଇଲ୍ଡ ହେଲ୍ପ ଲାଇନ ସଦସ୍ୟା, ପିପିଲି ସିଡିପିଓଙ୍କ କାର୍ଯ୍ୟାଳୟର ସୁପରଭାଇଜର, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ସ୍ଥାନୀୟ ଜନପ୍ରତିନିଧି ମାନେ ସାତଶଙ୍ଖ ଫାଣ୍ଡି ପୁଲିସ ସହାୟତାରେ ତେଇସିପୁର ପଞ୍ଚାୟତ ଅଞ୍ଚଳରୁ ଉକ୍ତ ନାବାଳିକାକୁ ତା’ର ସ୍ୱାମୀ ଘରୁ ଉଦ୍ଧାର କରିଥିଲେ।

ଏନେଇ ପିପିଲି ସିଡିପିଓ ରୂପାଲି ମିତ୍ରଙ୍କ ଲିଖିତ ଅଭିଯୋଗ ଉପରେ ପିପିଲି ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଏସ୍‌‌ଆଇ ଭାସ୍କର ମାଣିଆ ଘଟଣାର ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି। ତେବେ ଏହି ମାମଲାରେ ଅଦ୍ୟାବଧି କାହାରିକୁ ଗିରଫ କରାଯାଇନଥିବା ଜଣାଯାଇଛି। ଏହି ଘଟଣାଟି ପିପିଲି ଅଞ୍ଚଳରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories