ଭୁବନେଶ୍ୱର: ପୁରୀ ଚନ୍ଦନ ଯାତ୍ରାରେ ବାଣ ଫୁଟାଇବା ମନା ବୋଲି ଛତିଶା ନିଯୋଗ ନିଷ୍ପତ୍ତି ନିଆଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। ଛତିଶା ନିଯୋଗ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ଯେ ପୁରୀ ଚନ୍ଦନ ଯାତ୍ରାରେ ଏଥର ବାଣ ବ୍ୟବହାର ହୋଇପାରିବ ନାହିଁ। ଭକ୍ତ ଓ ସେବାୟତଙ୍କ ପାଇଁ ଇନସ୍ୟୁରାନ୍ସ ବ୍ୟବସ୍ଥା ରହିବ। ଚନ୍ଦନ ଯାତ୍ରା ନୀତି ନିର୍ଘଣ୍ଟକୁ ଛତିଶା ନିଯୋଗରେ ଅନୁମୋଦନ ଲାଭ କରିଛି। ନରେନ୍ଦ୍ର ପୁଷ୍କରିଣୀ ବାହାରେ ୨ଟି ଫାଷ୍ଟଏଡ୍ ସେଣ୍ଟର ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରକାଶ କରିଛନ୍ତି।
Popular Categories



