www.samajalive.in
Saturday, December 6, 2025
26.1 C
Bhubaneswar

ପାଲାରେ ଖ୍ରୀଷ୍ଟଧର୍ମ ଆଲୋଚନାକୁ ନେଇ ଉତେଜନା, ୬ ଅଟକ

ବାସୁଦେବପୁର: କଶିଆ ଥାନା ପାରାପୋଖରୀ ଜେନା ସାହିରେ ଏକୋଇଶିଆ ପାଲା ପରିବେଷଣରେ ଖ୍ରୀଷ୍ଟଧର୍ମ ଆଲୋଚନାକୁ ନେଇ ଶନିବାର ସନ୍ଧ୍ୟାରେ ଉତେଜନା ଦେଖାଦେଇଛି। ଧର୍ମାନ୍ତିକରଣ କରାଯାଉଥିବା ଅଭିଯୋଗ କରି ସ୍ଥାନୀୟ ଯୁବକ ପାଲା ପରିବେଷଣକୁ ବନ୍ଦ କରି ଦେଇଥିବା ନଜରକୁ ଆସିଛି। ଘଟଣାକୁ ନେଇ ସାହିରେ ପ୍ରବଳ ଉତେଜନା ଦେଖାଦେଇଥିବା ବେଳେ ପୁଲିସ ପାଲା କରିବାକୁ ଆସିଥିବା ଖୋର୍ଦ୍ଧା ଅଂଚଳ ଗାୟକ ସମେତ ୬ ଜଣ ସାଥୀଙ୍କୁ ଅଟକ ରଖିଛି।
ସୁଚନା ଅନୁଯାୟୀ, ଶନିବାର ସନ୍ଧ୍ୟାରେ ପାରାପୋଖରୀ ଜେନା ସାହିର ଶିବ ଜେନାଙ୍କ ଘର ଆଗରେ ଏକୋଇଶିଆ ପାଲା ପରିବେଷଣ କରାଯାଉଥିଲା। ପାଲାରେ ଖ୍ରୀଷ୍ଟଧର୍ମ ବିଷୟରେ ଆଲୋଚନା କରାଯାଉଥିଲା। ଏହାକୁ ନେଇ ଗାଁରେ ଚାପା ଉତେଜନା ଦେଖାଦେଇଥିଲା। ସୁଶାନ୍ତ ରାଉତ ନାମ ଯୁବକ ଏହାକୁ ପ୍ରଥମେ ବିରୋଧ କରିବାରୁ ପାଲା ପରିବେଷଣ ସ୍ଥଳରେ ସ୍ଥାନୀୟ ଯୁବକ ସୁଶାନ୍ତକୁ ଠେଲାପେଲା କରିଥିଲେ। ଏହି ଘଟଣା ପ୍ରଚାର ହେବାପରେ ପାଲା ପରିବେଷଣ ସ୍ଥଳରେ ଭିଡ଼ ଜମିଥିଲା। ପାଲା ପରିବେଷଣ ଆଳରେ ଧର୍ମାନ୍ତିକରଣ କରାଯାଉଛି ଅଭିଯୋଗ କରି ଯୁବଗୋଷ୍ଠି ଘୋର ବିରୋଧ କରିଥିଲେ। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପାଲା ଗାୟକ ଓ ସାଥିଙ୍କୁ ଆଣି ଥାନାରେ ଅଟକ ରଖିଥିଲା। ସମ୍ପୂର୍ଣ୍ଣ ଘଟଣାକୁ ନେଇ ସ୍ଥାନୀୟ ଥାନାରେ ଶ୍ରୀ ରାଉତ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରି ନୋଟିସରେ ଛାଡ଼ି ଥିବା ଥାନା ଅଧିକାରୀ ସାବିତ୍ରୀ ପଣ୍ଡା କହିଛନ୍ତି।

ଫେବୃଆରୀରେ ବଡ ଯୋଗ ; ଏହି ରାଶି କିଣିବେ ନୂଆ ଘର,ଗାଡି, ସୁନା ଭଳି ଚମକିବ ଭାଗ୍ୟ..

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories