www.samajalive.in
Sunday, December 14, 2025
26.1 C
Bhubaneswar

ମହାକୁମ୍ଭରେ ପୁଣି ଅଗ୍ନିକାଣ୍ଡ

ପ୍ରୟାଗରାଜ: ମହାକୁମ୍ଭରେ ପୁଣି ଅଗ୍ନିକାଣ୍ଡ ଘଟିଛି। ସେକ୍ଟର ୨୨ ଛତନାଗ ଝୁଁସୀରେ ନିର୍ମିତ ଟେଣ୍ଟ ସିଟିରେ ଗୁରୁବାର ନିଆଁ ଲାଗିଯାଇଛି। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ। ଲୋକ କିଛି ବୁଝିବା ଆଗରୁ ନିଆଁ ଭୟଙ୍କର ରୂପ ଧାରଣ କରିଛି। ଟେଣ୍ଟ ସିଟିର ୧୨ରୁ ଅଧିକ ତମ୍ବୁ ଜଳି ପୋଡ଼ି ପାଉଁଶ ହୋଇଯାଇଛି। ସୌଭାଗ୍ୟବଶତଃ ଏଥିରେ ମୃତାହତ ନେଇ କୌଣସି ସୂଚନା ନାହିଁ। ଦମକଳ ଗାଡ଼ି ଘଟଣା ସ୍ଥଳରେ ପହଞ୍ଚି ଦୀର୍ଘ ସମୟର ପ୍ରଚେଷ୍ଟା ପରେ ନିଆଁକୁ ଆୟତ୍ତ କରିଛି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଜାନୁଆରୀ ୧୯ ତାରିଖରେ ମହାକୁମ୍ଭରେ ଅଗ୍ନିକାଣ୍ଡ ଘଟିଥିଲା। ୧୯ ନମ୍ବର ସେକ୍ଟରସ୍ଥିତ ଗୋଟିଏ ତମ୍ବୁରେ ଗ୍ୟାସ ସିଲିଣ୍ଡରରେ ବିସ୍ଫୋରଣ ଘଟିବାରୁ ନିଆଁ ଲାଗିଥିଲା। ଆଖି ପିଛୁଳାକେ ଏହି ନିଆଁ ପାର୍ଶ୍ବବର୍ତ୍ତୀ ତମ୍ବୁଗୁଡିକୁ ବ୍ୟାପିଥିଲା। ଏଥିଯୋଗୁଁ ପ୍ରାୟ ୧୮ଟି ତମ୍ଭୁ ପୋଡି ପାଉଁଶ ହୋଇଯାଇଥିବା ଆୟୋଜକ କମିଟି ପକ୍ଷରୁ କୁହାଯାଇଥିଲା। କୁମ୍ଭସ୍ଥଳରେ ମୁତୟନ ଏକାଧିକ ଦମକଳ ଅବିଳମ୍ବେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories