www.samajalive.in
Sunday, December 14, 2025
26.1 C
Bhubaneswar

ସୁପ୍ରିମକୋର୍ଟରେ ପହଞ୍ଚିଲା ମହାକୁମ୍ଭ ଦଳାଚକଟା ମୃତ୍ୟୁ ମାମଲା

ନୂଆଦିଲ୍ଲୀ: ପ୍ରୟାଗରାଜ ମହାକୁମ୍ଭରେ ଦଳାଚକଟାରେ ମୃତ୍ୟୁ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ଏନେଇ ସୁପ୍ରିମକୋର୍ଟରେ ଜନସ୍ଵାର୍ଥ ମାମଲା ଦାୟର ହୋଇଛି। ଆବେଦନରେ ପ୍ରୟାଗରାଜ ମହାକୁମ୍ଭରେ ଘଟିଥିବା ଦଳାଚକଟା ଉପରେ ଷ୍ଟାଟସ୍ ରିପୋର୍ଟ ଏବଂ ଏଥିପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ସୁପ୍ରିମକୋର୍ଟ ଆଇନଜୀବୀ ବିଶାଲ ତିୱାରୀ ଏହି ଜନସ୍ଵାର୍ଥ ମାମଲା ଦାଖଲ କରିଛନ୍ତି।

ଏହି ଆବେଦନରେ ସବୁ ରାଜ୍ୟ ଦ୍ଵାରା କୁମ୍ଭ ମେଳା ଅଞ୍ଚଳରେ ସୁବିଧା କେନ୍ଦ୍ର ଖୋଲିବାକୁ ଦାବି କରାଯାଇଛି, ଯଦ୍ଵାରା ଅଣ-ହିନ୍ଦୀ ଭାଷାଭାଷୀ ଲୋକ ସୁବିଧା ପାଇପାରିବେ। ଏଭଳି ଆୟୋଜନରେ ଭିଆଇପି ଚଳପ୍ରଚଳ ବ୍ୟବସ୍ଥାକୁ ସୀମିତ କରି ସାଧାରଣ ଲୋକଙ୍କ ପାଇଁ ଅଧିକରୁ ଅଧିକ ସ୍ଥାନ ରଖିବା ଉଚିତ ବୋଲି ଆବେଦନରେ ଦର୍ଶାଯାଇଛି। ବଡ଼ ବଡ଼ ଧାର୍ମିକ ଆୟୋଜନରେ ଦଳାଚକଟାରୁ ରକ୍ଷା ପାଇବା ଏବଂ ଲୋକଙ୍କୁ ସଠିକ୍ ସୂଚନା ପ୍ରଦାନ କରିବା ପାଇଁ ଦେଶର ପ୍ରମୁଖ ଭାଷାମାନଙ୍କରେ ଡିସ୍‌ପ୍ଲେ ବୋର୍ଡ ଲଗାଇବା, ମୋବାଇଲ୍, ହ୍ବାଟ୍ସଆପ୍‌ରେ ରାଜ୍ୟମାନଙ୍କ ଦ୍ଵାରା ନିଜ ତୀର୍ଥଯାତ୍ରୀମାନଙ୍କୁ ସୂଚନା ପ୍ରଦାନ କରିବାକୁ ଆବେଦନରେ ଦାବି କରାଯାଇଛି। ଏହା ବ୍ୟତୀତ କୁମ୍ଭ ଭଳି ବଡ଼ ଧାର୍ମିକ ଆୟୋଜନରେ ଦେଶର ଅନ୍ୟ ରାଜ୍ୟମାନଙ୍କରୁ ଆସୁଥିବା ଅଣ-ହିନ୍ଦୀ ଭାଷାଭାଷୀ ଲୋକଙ୍କ ସୁବିଧା ପାଇଁ ସବୁ ରାଜ୍ୟ ପକ୍ଷରୁ କୁମ୍ଭରେ ଡାକ୍ତରୀ ସହାୟତା ଡେସ୍କ ସ୍ଥାପନ କରିବାକୁ ମଧ୍ୟ ଦାବି କରାଯାଇଛି।

- Advertisement -

ସୂଚନାଯୋଗ୍ୟ, ମୌନୀ ଅମାବାସ୍ୟା ଅବସରରେ ମହାକୁମ୍ଭରେ ସଙ୍ଗମ ସ୍ଥଳରେ ବୁଡ଼ ପକାଇବାକୁ ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ଼ ହୋଇଥିଲା। ଫଳରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ପ୍ରାୟ ୩୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୬୦ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଥିଲେ।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories