www.samajalive.in
Sunday, December 14, 2025
19.1 C
Bhubaneswar

ଗଞ୍ଜାମରେ ଜୋରଦାର ଚାଲିଛି ଧାନ କିଣା ପ୍ରକ୍ରିୟା, ମଣ୍ଡି ବୁଲି ସ୍ଥିତି ପରଖିଲେ ଜିଲାପାଳ  

ଛତ୍ରପୁର : ଗଞ୍ଜାମ ଜିଲାରେ ଜୋରଦାର ଚାଲିଛି ଧାନ କିଣା ପ୍ରକ୍ରିୟା । ଦୈନିକ ଏବେ ଚାଷୀଙ୍କ ଠାରୁ ୧ ରୁ ୨ ଲକ୍ଷ କୁଇଟାଂଲ ଧାନ କିଣା ଯାଉଛି ବୋଲି ଜିଲା ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି । ଏନେଇ ଆଜି ଛତ୍ରପୁର ସ୍ଥିତ ଜିଲାପାଳ ଓସ୍ୱାନ ହଲରେ ଭିସି ମାଧ୍ୟମରେ ଜିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଧାନ କିଣା ତ୍ୱରାନିତ ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏବେ ଟୋକେନ ଲାପସ୍ ହେଉଥିବା ଗୁଜୁବ ପ୍ରଚାର ହେଉଛି, ତେଣୁ ଚାଷୀ ଏଥିପ୍ରତି ସଚେତନତା କରିବା ସହ ଗୁଜୁବକୁ ଯେପରି ବିଶ୍ୱାସ ନକରିବେ ସେମାନଙ୍କୁ ପରାମର୍ଶ ଦେବାକୁ ଜିଲାପାଳ ଗୁରୁତ୍ୱ ଦେଇଥିଲେ । ପଞ୍ଜିକୃତ ଚାଷୀ ନିର୍ଦ୍ଧାରିତ ସମୟ ମଧ୍ୟରେ ଧାନ ବିକ୍ରୟ କରିପାରିବେ । ଅବଧି ସମାପ୍ତ ହେବାକୁ ଥିବା ଧାନ କିଣା ଟୋକେନ ଗୁଡିକର ସମୟ ସୀମା ଆଉ ୧୫ ଦିନ ବୃଦ୍ଧି ରହିବ ।

ମିଲରମାନେ ଗାଡି ସଂଖ୍ୟା ବୃଦ୍ଧି ସହ ଶ୍ରମିକ ସଂଖ୍ୟା ବୃଦ୍ଧି କରିବାକୁ କୁହାଯାଇଛି । ଜିଲାରେ ଏଯାବତ ୫୦ ପ୍ରତିଶତ ଧାନ କିଣା ସରିଥିବାବେଳେ ବଳକା ୫୦ ପ୍ରତିଶତ ଆଗାମୀ ୧୫ ଦିନ ମଧ୍ୟରେ ସାରିବାକୁ କୁହାଯାଇଛି । ଜିଲାରେ ଚଳିତ ବର୍ଷ ୧ ଲକ୍ଷ ୪୬ ହଜାର ୫୦୪ ଜଣ ଚାଷୀ ପଞ୍ଜିକରଣ କରିଛନ୍ତି ।  ଜିଲାକୁ ଚଳିତ ବର୍ଷ ଚାଉଳ ବାବଦକୁ ୩୦୦୨୭୮ ମେଟ୍ରିକ ଟନ ତଥା ୩୦ ଲକ୍ଷ ୨୭୮୦ କୁଇଟାଂଲ ପ୍ରଥମ ପ୍ରର୍ଯ୍ୟୟରେ ଟାର୍ଗେଟ ଆସିଛି ଯାହାକି ଧାନ ବାବଦରେ ୪୪୮୧୭୬.୧୦ ମେଟ୍ରିକ ଟନ ତଥା ୪୪ ଲକ୍ଷ ୮୧ହଜାର ୭୬୧ କୁଇଟାଂଲ  ଆସିଛି । ଏଯାବତ ୪୮ ହଜାର ୮୯୭ ଚାଷୀଙ୍କ ଠାରୁ ୨୧ ଲକ୍ଷ ୭୦ ହଜାର ୯୩୨ କୁଇଟାଂଲ ଧାନ ସଂଗ୍ରହ କରାଯାଇଛି । ୩୮ ହଜାର ୮୩୭ ଜଣ ଚାଷୀଙ୍କୁ ୪୦୦ କୋଟି ୭୨ ଲକ୍ଷ ୭୯ ହଜାର ୬୯୬ ଟଙ୍କା ବ୍ୟାଙ୍କ ଖାତା ପ୍ରଦାନ କରାଯାଇଛି । ଜିଲାକୁ ୧ ଲକ୍ଷ ୬୪ ହଜାର ୪୪୭ ଟି ଟୋକେନ ଆସିଥିବା ବେଳେ ୫୪ ହଜାର ୧୩୨ଟି ଟୋକେନ ସରିଥିବା ବେଳେ ଆହୁରି ୧ଲକ୍ଷ ୧୦ ହଜାର ୩୧୫ ଟି ଟୋକେନ ରହିଥିବା ଜଣାପଡିଛି ।

- Advertisement -

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପଜିଲାପାଳ ଶିବାଶିଷ ବରାଳ, ଜିଲା ଭାରପ୍ରାପ୍ତ ମୁଖ୍ୟ ଯୋଗାଣ ଅଧିକାରୀ ପୁଷା ମୁଣ୍ଡା,ଅତିରିକ୍ତ ଯୋଗାଣ ଅଧିକାରୀ ସୁରେନ୍ଦ୍ର କୁମାର ବାଗ,ସହକାରୀ ଯୋଗାଣ ଅଧିକାରୀ ଦେବସ୍ମିତା ପଟନାୟକ,ଏଆରସିଏସ ଯୋଗମୟା ସାବତ ପ୍ରମୁଖ ଉପସ୍ଥିତ ଥିବା ବେଳେ ଭିସିରେ ବିଡିଓ,ତହସିଲଦାର ,ଯୋଗାଣ ବିଭାଗ ଅଧିକାରୀମାନେ ପ୍ରମୁଖ ଯୋଡି ହୋଇଥିଲେ । ପରେ ମଣ୍ଡିରେ କିପରି ଧାନ କିଣା ପ୍ରକ୍ରିୟା ଚାଲୁ ରହିଛି ସେନେଇ ତଦାରଖ କରିବା ପାଇଁ ଜିଲାପାଳ ଦିବ୍ୟଜ୍ୟୋତି ପରିଡା ଛତ୍ରପୁର ବ୍ଲକର ଵଉଳଗାଁ ଓ ଋକୁଣି ଗାଁ ସୋସାଇଟ ପରିଦର୍ଶନ କରିବା ସହ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ । ତୁରନ୍ତ ଚାଷୀଙ୍କ ଠାରୁ ଧାନ ଉଠାଇବା ପାଇଁ ତାଗିଦ ମଧ୍ୟ କରିଥିଲେ । ଛତ୍ରପୁର ବ୍ଲକରେ ୩୭ ପ୍ରତିଶତ ଧାନ କିଣା ସରିଥିବା କୁହାଯାଇଛି । ଏହି ପରିଦର୍ଶନ ବେଳେ ବିଭାଗୀୟ ଅଧିକାରୀମାନେ ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories