www.samajalive.in
Sunday, December 14, 2025
26.1 C
Bhubaneswar

ୟୁଟ୍ୟୁବରେ ଟ୍ରେଣ୍ଡ କରୁଛି ‘ଥଣ୍ଡେଲ’ ଟ୍ରେଲର, ନାଗା-ସାଇ ଯୋଡ଼ି ଦେଖି ପ୍ରଶଂସକ ଉତ୍ସାହିତ

ସମାଜ ଡିଜିଟାଲ ଡେସ୍କ: ଚନ୍ଦୁ ମୋଣ୍ଡେଟି ନିର୍ଦେଶିତ ଚଳଚ୍ଚିତ୍ର ‘ଥଣ୍ଡେଲ’ ଫେବୃଆରୀ ୭ରେ ପ୍ରେକ୍ଷାଳୟକୁ ଆସିବାକୁ ପ୍ରସ୍ତୁତ। ମୁକ୍ତିଲାଭ ପୂର୍ବରୁ ମଙ୍ଗଳବାର ସନ୍ଧ୍ୟା ୭ଟା ୪୧ରେ ‘ଥଣ୍ଡେଲ’ର ଟ୍ରେଲର ରିଲିଜ୍‌ ହୋଇଛି। ନାଗା ଚୈତନ୍ୟ ଓ ସାଇ ପଲ୍ଲବୀଙ୍କ ଫିଲ୍ମର ଟ୍ରେଲର ପ୍ରଶଂସକଙ୍କୁ ଖୁବ୍‌ ପସନ୍ଦ ଆସିଛି। ଟ୍ରେଲର ରିଲିଜ୍‌ ହେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ଏହାକୁ ବହୁତ ଭଲ ପ୍ରତିକ୍ରିୟା ମିଳିଛି। ଏହି ଚଳଚ୍ଚିତ୍ର ଦେଶଭକ୍ତିର ପ୍ରେମ କାହାଣୀ ଉପରେ ଆଧାରିତ, ଯେଉଁଥିରେ ମନୋରଞ୍ଜନର ସମସ୍ତ ଖୋରାକ ଭରି ରହିଛି।

- Advertisement -

୨ ମିନିଟ୍‌ ୨୨ ସେକେଣ୍ଡର ଟ୍ରେଲରରେ ରାଜୁ(ନାଗା ଚୈତନ୍ୟ) ଓ ବୁଜ୍ଜୀ(ସାଇ ପଲ୍ଲବୀ)ଙ୍କ ଜୀବନ କାହାଣୀର ଝଲକ୍‌ ଦେଖିବାକୁ ମିଳିଛି। ରାଜୁ ଜଣେ ମତ୍ସ୍ୟଜୀବୀ, ଯିଏ ବୁଜ୍ଜୀଙ୍କୁ ବହୁତ ଭଲପାଆନ୍ତି ଓ ଯିଏ ହେଉଛନ୍ତି ତାଙ୍କ ସାହାରା। ସମୁଦ୍ରରେ ତାଙ୍କର ଏକ ଅଭିଯାନ ସମୟରେ ରାଜୁ ପାକିସ୍ତାନୀ ସେନା ଦ୍ୱାରା ସୀମା ଅତିକ୍ରମ ଅଭିଯୋଗରେ ଗିରଫ ହେଉଛନ୍ତି। ୟୁଟ୍ୟୁବରେ ‘ଥଣ୍ଡେଲ’ ଟ୍ରେଲରକୁ ଭଲ ପ୍ରତିକ୍ରିୟା ମିଳିଛି। ଫିଲ୍ମକୁ ୧୭ ଘଣ୍ଟାରେ ୟୁଟ୍ୟୁବରେ ୭.୧ ମିଲିୟନ୍ ଭ୍ୟୁଜ୍ ମିଳିଛି ଏବଂ ସମୟ ସହିତ ଏହା ବଢିଚାଲିଛି। ଟ୍ରେଲର ଦେଖିବା ପରେ ପ୍ରଶଂସକଙ୍କ କମେଣ୍ଟର ସୁଅ ଛୁଟିଛି। ଫେବୃଆରୀ ୭ରେ ତେଲୁଗୁ, ତାମିଲ ଓ ହିନ୍ଦୀ ଭାଷାରେ ମୁକ୍ତିଲାଭ କରିବ ଏହି ଚଳଚ୍ଚିତ୍ର।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories