www.samajalive.in
Saturday, December 13, 2025
26.1 C
Bhubaneswar

ନିରଞ୍ଜନ ପଟ୍ଟନାୟକଙ୍କ ଘରେ ପୁଣି ପଶିଲା ଚୋର, ଗିରଫ କଲା ପୁଲିସ

ଭୁବନେଶ୍ଵର: ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ପୁଣି ପଶିଲା ଚୋର। ଗତ ୨୬ ତାରିଖରେ ତାଙ୍କ ନୟାପଲ୍ଲୀସ୍ଥିତ ଏନ୍‌-୨୯ ଘରୁ ଚୋରି ହୋଇଥିବାବେଳେ ସୋମବାର ରାତିରେ ଏନ୍‌-୨୫ ଘରେ ପୁଣି ​‌ଚୋରି ଉଦ୍ୟମ ହୋଇଛି। କିନ୍ତୁ ଏଥର ଧରାପଡ଼ିଛି ଚୋର। ଝରକା ଭାଙ୍ଗି ଘରେ ପଶିବାବେଳେ କର୍ମଚାରୀ ଚୋରକୁ କାବୁ କରି ନେଇଥିଲେ। ଏହାପରେ ତାକୁ ପୁଲିସ ଜିମା ଦେଇଛନ୍ତି। ଚୋରକୁ ଗିରଫ କରି ପୁଲିସ ଅଧିକ ପଚରାଉଚରା ଜାରି ରଖିଛି। ତେବେ ପ୍ରଥମ ଚୋର ଏବଂ ଗତକାଲି ଧରା ପଡ଼ିଥିବା ଚୋର ଉଭୟ ଅଲଗା ବ୍ୟକ୍ତି ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନୟାପଲ୍ଲୀ ଭିଆଇପି କଲୋନୀସ୍ଥିତ ଏନ୍‌-୨୯ ବାସଭବନରୁ ୨୬ ତାରିଖରେ ଲୁଟ୍‌ ହୋଇଥିଲା। ଘରେ କେହି ନଥିବାର ସୁଯୋଗ ନେଇ ଦୁର୍ବୃତ୍ତ ଆଲମିରା ଲକର୍‌ ତାଡ଼ି ୫୦ ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ନେଇଥିଲେ। ସିସିଟିଭି ଫୁଟେଜକୁ ଆଧାର କରି ନୟାପଲ୍ଲୀ ପୁଲିସ୍ ଘଟଣାର ତଦନ୍ତ ଜାରି ରଖିଥିବାବେଳେ ଗତକାଲି ରାତିରେ ପୁଣି ନିରଞ୍ଜନଙ୍କ ଅନ୍ୟ ଏକ ଘରେ ଚୋର ପଶିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories