www.samajalive.in
Sunday, December 14, 2025
26.1 C
Bhubaneswar

ଟିକ୍‌ଟକ୍‌ କିଣିବ ମାଇକ୍ରୋସଫ୍ଟ ! ଟ୍ରମ୍ପ କହିଲେ- ଆହୁରି ଅନେକ କମ୍ପାନୀ ନିଲାମୀ ଡାକନ୍ତୁ

ଓ୍ବାଶିଂଟନ: ଆମେରିକାରେ ଟିକ୍‌ଟକ୍‌କୁ କିଣିପାରେ ମାଇକ୍ରୋସଫ୍ଟ। ସୋମବାର ଏନେଇ ସୂଚନା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସେ କହିଛନ୍ତି ଯେ, ଚାଇନିଜ୍ ଆପ୍ ଟିକ୍‌ଟକ୍‌ର ଆମେରିକୀୟ ବ୍ୟବସାୟକୁ ମାଇକ୍ରୋସଫ୍ଟ କ୍ରୟ କରିପାରେ। ଟ୍ରମ୍ପ କହିଛନ୍ତି, ବର୍ତ୍ତମାନ ଉଭୟ ପକ୍ଷ ମଧ୍ୟରେ କଥାବାର୍ତ୍ତା ଚାଲିଛି। ଟ୍ରମ୍ପ ଆହୁରି କହିଛନ୍ତି ଯେ, ସେ ଚାହୁଁଛନ୍ତି ଅନ୍ୟ କମ୍ପାନୀଗୁଡ଼ିକ ମଧ୍ୟ ଟିକ୍‌ଟକ୍‌ ପାଇଁ ନିଲାମୀ ଡାକନ୍ତୁ। ଟ୍ରମ୍ପ କହିଛନ୍ତି, ଆହୁରି ଅନେକ କମ୍ପାନୀ ଅଛନ୍ତି, ଯେଉଁମାନେ ଟିକ୍‌ଟକ୍ କିଣିବାକୁ ଚାହୁଁଛନ୍ତି। ସେମାନେ ଚାହୁଁଛନ୍ତି ଯେ, ଆମେରିକା ପାଖରେ ଟିକ୍‌ଟକ୍‌ର ୫୦ ପ୍ରତିଶତ ମାଲିକାନା ରହୁ।

ପୂର୍ବରୁ ଟ୍ରମ୍ପ ଚାହୁଁଥିଲେ ଯେ, ଟେସ୍‌ଲା ସିଇଓ ତଥା ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଏଲନ୍ ମସ୍କ ଏବଂ ଓରେକଲ୍ କର୍ପ ଚେୟାରମ୍ୟାନ୍ ଲ୍ୟାରୀ ଏଲିସନ ଟିକଟକ୍ ଅଧିଗ୍ରହଣ କରନ୍ତୁ, କାରଣ ସେମାନେ ଚାହାନ୍ତିନି ଯେ ଟିକ୍‌ଟକ୍‌ର ସମ୍ପୂର୍ଣ୍ଣ ମାଲିକାନା ଚୀନ୍ ପାଖରେ ରହୁ। ଏହାପୂର୍ବରୁ ଶନିବାର ଟ୍ରମ୍ପ କହିଥିଲେ ଯେ, ଅନେକ ଲୋକ ମୋ ସହ ଏ ବିଷୟରେ କଥା ହୋଇଛନ୍ତି। ସମସ୍ତେ ଟିକ୍‌ଟକ୍‌ ପାଇଁ ଆଗ୍ରହୀ ଏବଂ ଏହି ଚୁକ୍ତି ଆମେରିକା ପାଇଁ ବେଶ୍‌ ଲାଭଦାୟକ ହେବ। ମୁଁ ଏହା କେବଳ ଆମେରିକାର ହିତ ପାଇଁ କରୁଛି।

- Advertisement -

ସୂଚନାଯୋଗ୍ୟ, ଆମେରିକାରେ ୧୭ କୋଟିରୁ ଅଧିକ ଟିକ୍‌ଟକ୍‌ ବ୍ୟବହାରକାରୀ ଅଛନ୍ତି। ଏହାପୂର୍ବରୁ ସୁରକ୍ଷା ଦୃଷ୍ଟିରୁ ଟିକ୍‌ଟକ୍‌ ଉପରେ ପ୍ରତିବନ୍ଧକ ଲଗାଇବାକୁ ଆମେରିକା ନିଷ୍ପତ୍ତି ନେଇଥିଲା। ଆମେରିକା ସରକାର ଏ ସମ୍ପର୍କରେ ଏକ ଆଇନ ମଧ୍ୟ ଆଣିଥିଲେ। ଏହି ନିୟମ ଅନୁଯାୟୀ, ଜାନୁଆରୀ ୧୯ରେ ଆମେରିକାରେ ଟିକଟକ୍ ବନ୍ଦ ହୋଇଯାଇଥିଲା। ତେବେ ରାଷ୍ଟ୍ରପତି ନିର୍ବାଚନ ​​ଜିତିବା ପରେ ଟ୍ରମ୍ପ ସଙ୍କେତ ଦେଇଥିଲେ ଯେ ସେ ଟିକ୍‌ଟକ୍‌ ଜାରି ରଖିବା ସପକ୍ଷରେ ଅଛନ୍ତି। ରାଷ୍ଟ୍ରପତି ହେବା ପରେ ଟ୍ରମ୍ପ ଏକ କାର୍ଯ୍ୟକାରୀ ଆଦେଶ ମାଧ୍ୟମରେ ଟିକ୍‌ଟକ୍‌ ୭୫ ଦିନ ସମୟ ଦେଇଛନ୍ତି, ଯେଉଁ ଅବଧି ମଧ୍ୟରେ ଟିକ୍‌ଟକ୍‌କୁ ଆମେରିକାରେ ଏହାର ବ୍ୟବସାୟକୁ କୌଣସି ଏକ ଆମେରିକୀୟ କମ୍ପାନୀକୁ ବିକ୍ରି କରିବାକୁ ପଡ଼ିବ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories