www.samajalive.in
Monday, December 8, 2025
24.1 C
Bhubaneswar

ଓମଫେଡ ଗାଡ଼ି ଦୁର୍ଘଟଣା, ଜଣେ ଗୁରୁତର

କଟକ: ତେଲେଙ୍ଗାପେଣ୍ଠ ଛକରେ ଓମଫେଡ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ପ୍ରବଳ କୁହୁଡ଼ି ଯୋଗୁଁ ହାଇୱାକୁ ପଛରୁ ପିଟିଲା ଓମଫେଡ କ୍ଷୀର ଗାଡ଼ି। ଦୁର୍ଘଟଣାରେ ଓମଫେଡ କ୍ଷୀର ଗାଡ଼ିର ହେଲପର ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତର ହେଲପରକୁ କଟକ ବଡ଼ ଡାକ୍ତରଖାନାକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି। ନରାଜ କ୍ଷୀର ପ୍ଲାଣ୍ଟରୁ ନଖରା ଅଭିମୁଖେ ଓମଫେଡ କ୍ଷୀର ଗାଡ଼ି ଯାଉଥିଲା। ପ୍ରବଳ କୁହୁଡ଼ି ଯୋଗୁଁ ତେଲେଙ୍ଗାପେଣ୍ଠ ଛକରେ ଥିବା ହାଇୱାକୁ ଓମଫେଡ କ୍ଷୀର ଗାଡ଼ି ଚାଳକ ଦେଖି ପାରିନଥିଲେ ଏବଂ ଓମଫେଡ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories