www.samajalive.in
Thursday, December 11, 2025
18.1 C
Bhubaneswar

ପ୍ରଭାବଶାଳୀଙ୍କୁ ଅର୍ଥ ପ୍ରଦାନ ପ୍ରସଙ୍ଗରେ କୃଷି ସଚିବଙ୍କ ସୂଚନା ; ଖାତାରୁ ଫେରିବ ‘କାଳିଆ’ ଟଙ୍କା

ଭୁବନେଶ୍ୱର : କାଳିଆ ଯୋଜନାରେ ଚିହ୍ନଟ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସହାୟତା ରାଶି ପଠାଯାଇଛି। ଚାଷୀଙ୍କ ଚିଠା ତାଲିକାର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଇ ଏହି ଅର୍ଥ ପ୍ରଦାନ କରାଯାଇଛି। ତେବେ ଭୁଲବଶତଃ ବଡ଼ବଡ଼ିଆ ବା ପ୍ରଭାବଶାଳୀ ବ୍ୟକ୍ତିଙ୍କ ଆକାଉଣ୍ଟକୁ ସହାୟତା ଅର୍ଥ ଯାଇଥିଲେ ତାହା ଫେରସ୍ତ ଆଣିବା ବ୍ୟବସ୍ଥା କରାଯାଉଥିବା କୃଷି ବିଭାଗ ପ୍ରମୁଖ ସଚିବ ସୌରଭ ଗର୍ଗ କହିଛନ୍ତି।
କାଳିଆ ଯୋଜନା ଅର୍ଥ କିଛି ବଡ଼ ଚାଷୀ ବା ପ୍ରଭାବଶାଳୀ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଯାଇଥିବା ସଂକ୍ରାନ୍ତ ହୋଇଥିବା ଅଭିଯୋଗ ଉପରେ ସ୍ପଷ୍ଟୀକରଣ ରଖି ଶ୍ରୀ ଗର୍ଗ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଦିନେ ଦୁଇଦିନ ମଧ୍ୟରେ ଯୋଜନା ବାବଦ ସହାୟତା ପାଇବାକୁ ଯୋଗ୍ୟ ନଥିବା କୌଣସି ବ୍ୟକ୍ତିଙ୍କ ଆକାଉଣ୍ଟକୁ ସହାୟତା ଅର୍ଥ ଯାଇଥିଲେ ତାହା ଫେରସ୍ତ ଅଣାଯିବ। ସଂପୃକ୍ତ ବ୍ୟକ୍ତିଙ୍କୁ ଅର୍ଥ ଫେରସ୍ତ ପାଇଁ କୁହାଯିବ। ଏହାବ୍ୟତୀତ ବ୍ୟାଙ୍କ ମାଧ୍ୟମରେ ପଦକ୍ଷେପ ନିଆଯିବ।
ଶ୍ରୀ ଗର୍ଗ କହିଛନ୍ତି, ଧାନ ବିକ୍ରି ପାଇଁ ପଞ୍ଜୀକରଣ ଠାରୁ ଆରମ୍ଭ କରି ଫସଲବୀମା ଭୁକ୍ତ ଚାଷୀଙ୍କ ପର୍ଯ୍ୟନ୍ତ ୨୨ଲକ୍ଷ ଚାଷୀଙ୍କର ଏକ ଚିଠା ତାଲିକା ପ୍ରକାଶ ପାଇଥିଲା। ଏହା ଚୂଡ଼ାନ୍ତ ତାଲିକା ନଥିଲା।
ଚିଠା ତାଲିକା ଯାଞ୍ଚ ପାଇଁ ସମସ୍ତ ପଞ୍ଚାୟତକୁ ପଠାଯାଇଥିଲା। ସେଥିରେ ପ୍ରଭାବଶାଳୀ ବ୍ୟକ୍ତି ନଥିବା ଅସ୍ବୀକାର କରି ହେବ ନାହିଁ। ତେବେ ତାଲିକାରୁ ନାମ ବାଦ ଦେବା ପାଇଁ ଦେଢ଼ ଲକ୍ଷ ଚାଷୀ ଆବେଦନ କରିଥିଲେ। ଏହାଛଡ଼ା ତିନିଟି ପର୍ଯ୍ୟାୟରେ ଯାଞ୍ଚ କରାଯାଇ ପ୍ରାୟ ୯ଲକ୍ଷ ଚାଷୀଙ୍କୁ ବାଦ ଦିଆଯାଇଥିଲା। ୧୨.୪୫ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସହାୟତା ରାଶି ପଠାଯାଇଛି। ଯଦି ଭୁଲବଶତଃ ବଡ଼ବଡ଼ିଆଙ୍କ ଆକାଉଣ୍ଟକୁ ଟଙ୍କା ଯାଇଥିବ ତେବେ ତାହ ଫେରସ୍ତ ଅଣାଯିବ।
ପ୍ରଥମେ ପ୍ରକାଶିତ ୨୨ଲକ୍ଷ ଚାଷୀଙ୍କ ଚିଠା ତାଲିକାର ଫଟୋ ଉଠାଇ କେହି ବଡ଼ବଡ଼ିଆଙ୍କୁ ଯୋଜନାର ସହାୟତା ରାଶି ପ୍ରଦାନ କରାଯାଇଥିବା କହିଲେ ହେବ ନାହିଁ। ଯାଞ୍ଚ ପରେ ଯେଉଁମାନଙ୍କୁ ଦିଆଯାଇଛି ସେଥିରେ ବଡ଼ବଡ଼ିଆ ଚାଷୀ ସହାୟତା ପାଇଥିବା ପ୍ରମାଣ ଆବଶ୍ୟକ। ଚିଠା ତାଲିକାରୁ ପ୍ରାୟ ୯ଲକ୍ଷ ବଡ଼ବଡ଼ିଆଙ୍କୁ ବାଦ ଦିଆଯାଇଥିବା ବେଳେ କାଳିଆ ଯୋଜନା ସହାୟତା ପ୍ରଦାନରେ ସରକାର ସ୍ବଚ୍ଛତା ଅବଲମ୍ବନ କରୁଥିବା ସେ କହିଛନ୍ତି।
କିଛି ଚାଷୀଙ୍କ ଆକାଉଣ୍ଟକୁ ୧ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିବା ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଏହି ଆକାଉଣ୍ଟ ଠିକ ଅଛି ନା ନାହିଁ ତାହା ଜାଣିବାକୁ ୧ଟଙ୍କା ପଠାଯାଇଥିଲା। ପ୍ରାୟ ୭ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ପରୀକ୍ଷାମୂଳକ ଭାବେ ଟଙ୍କାଏ ଲେଖାଏଁ ଦିଆଯାଇଥିଲା। ଆକାଉଣ୍ଟ ଠିକ ଥିବା ଜଣାପଡ଼ିବା ପରେ ସହାୟତା ରାଶି ପଠାଯାଇଛି। ଏଥିରେ କୌଣସି ଅସୁବିଧା ନଥିବା ଶ୍ରୀ ଗର୍ଗ କହିଛନ୍ତି।

Hot this week

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

Related Articles

Popular Categories